କନକ ବ୍ୟୁରୋ : ବହୁବର୍ଷର ସଂଘର୍ଷ ପରେ ୩୦ବର୍ଷ ବୟସରେ ଅଷ୍ଟ୍ରେଲିଆନ୍ ଓପନ୍ ପଦାର୍ପଣ କରିଥିବା ଭାରତର ନିକି ପୁନାଚା ପ୍ରଥମ ରାଉଣ୍ଡ୍ରୁ ନୈରାଶ୍ୟଜନକ ଭାବେ ବିଦାୟ ନେଇଛନ୍ତି । ମଙ୍ଗଳବାର ପୁରୁଷ ଯୁଗଳର ପ୍ରଥମ ରାଉଣ୍ଡ୍ରେ ପୁନାଚା ଓ ତାଙ୍କ ଥାଇଲାଣ୍ଡ ସାଥୀ ପ୍ରୁଚୟ ଇସାରୋ ସ୍ପେନ୍ର ପେଡ୍ରୋ ମାର୍ଟିନେଜ୍ ଓ ଜୁମେ ମୁନାରଙ୍କଠାରୁ ୬-୭ (୩), ୫-୭ରେ ହାରିଯାଇଛନ୍ତି । ଏହି ଭାରତ-ଥାଇଲାଣ୍ଡ ଯୋଡ଼ି ଏକ ଘଣ୍ଟା ୫୧ ମିନିଟ୍ କାଳ ଲଢ଼ିଥିଲେ ମଧ୍ୟ ବିଜୟର ମିଠା ସ୍ୱାଦ ଚାଖି ପାରି ନଥିଲେ ।
ଅଧିକ ପଢ଼ନ୍ତୁ : ଅଷ୍ଟ୍ରେଲିଆନ୍ ଓପନ୍: ସିନ୍ନର ଆଗେଇଲେ, ହମ୍ବର୍ଟଙ୍କୁ ବିଦାକଲେ ସେଲଟନ୍
ପୁନାଚାଙ୍କ ପରାଜୟ ପରେ ଭାରତୀୟ ଅଭିଯାନ ଏବେ ୟୁକି ଭାମ୍ବ୍ରିଙ୍କ ଉପରେ ନିର୍ଭର କରୁଛି । ଭାମ୍ବ୍ରି ପୁରୁଷ ଯୁଗଳରେ ସ୍ୱିଡେନ୍ର ଆନ୍ଦ୍ରେ ଗୋରାନସନ୍ଙ୍କୁ ସାଥୀ କରି ଖେଳୁଛନ୍ତି । ଉଭୟ ଦଶମ ସିଡ୍ର ମାନ୍ୟତା ଲାଭ କରିଛନ୍ତି । ଚଳିତ ବର୍ଷ ପୁରୁଷ ଓ ମହିଳା ଏକକ ବର୍ଗ ଖେଳିବାକୁ କୌଣସି ଭାରତୀୟ ଯୋଗ୍ୟତା ଅର୍ଜନ କରି ନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/20/niki-kaliyanda-poonacha-2026-01-20-23-20-44.jpg)