୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଗୋଟିଏ ଗ୍ରୁପ୍‌ରେ ରହିଲେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ

୨୦୨୬ ଟି-୨୦ ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ । ଫ୍ରେବୃଆରି ୧୫ରେ ଭାରତ-ପାକିସ୍ତାନ ମହାଲଢେଇ । କଲମ୍ବୋରେ ଖେଳାଯିବ ଭାରତ ପାକିସ୍ତାନ ମ୍ୟାଚ୍ । ଭାରତ ଓ ଶ୍ରୀଲଙ୍କା ଆୟୋଜକ ଦେଶ । ପୂର୍ବରୁ ଏସିଆ କପ୍ ଆୟୋଜନକୁ ନେଇ ଭାରତ-ପାକ୍‌ ମଧ୍ୟରେ ମତଭେଦ ହୋଇଥିଲା ।

India vs Pakistan

India vs Pakistan Photograph: (Kanak News)

କନକ ବ୍ୟୁରୋ : ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଗୋଟିଏ ଗ୍ରୁପ୍‌ରେ ଭାରତ-ପାକିସ୍ତାନ । ଏସିଆ କପ୍ ବିବାଦ ସତ୍ତ୍ୱେ ଦୁଇ ପ୍ରତିଦ୍ୱନ୍ଦ୍ୱି ଗୋଟିଏ ଗ୍ରୁପ୍‌ରେ । ଦୁଇ ଦେଶ ମଧ୍ୟରେ ଏସିଆ କପ୍ ସ୍ଥାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ତଥା ରାଜନୈତିକ ତିକ୍ତତା ସତ୍ତ୍ୱେ ଆଇସିସି ଏହି ବଡ଼ ନିଷ୍ପତ୍ତି ନେଇଛି ।

୨୦୨୬ ଟି-୨୦ ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ । ଫ୍ରେବୃଆରି ୧୫ରେ ଭାରତ-ପାକିସ୍ତାନ ମହାଲଢେଇ । କଲମ୍ବୋରେ ଖେଳାଯିବ ଭାରତ ପାକିସ୍ତାନ ମ୍ୟାଚ୍ । ଭାରତ ଓ ଶ୍ରୀଲଙ୍କା ଆୟୋଜକ ଦେଶ । ପୂର୍ବରୁ ଏସିଆ କପ୍ ଆୟୋଜନକୁ ନେଇ ଭାରତ-ପାକ୍‌ ମଧ୍ୟରେ ମତଭେଦ ହୋଇଥିଲା । ଆଇସିସି ପ୍ରଶଂସକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି । ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ସହ ପାକିସ୍ତାନ, ନେଦରଲ୍ୟାଣ୍ଡ, ଆମେରିକା ଓ ନାମିବିଆ ରହିଛି । ଗ୍ରୁପ୍ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଖୁବଶୀଘ୍ର ଘୋଷଣା କରିବ ଆଇସିସି ।

ମହିଳା କ୍ରିକେଟ ବିଶ୍ୱକପ୍ ଶେଷ ହେବା ପରେ ଏବେ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଆଇସିସି । ଭାରତ ଓ ଶ୍ରୀଲଙ୍କାରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ପରିଚାଳନା କରିଥିଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଏହି ବହୁ ପ୍ରତୀକ୍ଷିତ ଟୁର୍ଣ୍ଣାମେଣ୍ଟ ପାଇଁ ଭେନ୍ୟୁ ସର୍ଟଲିଷ୍ଟ କରିଛି ଆଇସିସି । ଏହି ତାଲିକାରେ ଭାରତର ୫ଟି ସହର ସାମିଲ ଥିବା ବେଳେ ଶ୍ରୀଲଙ୍କାର ୨ ଷ୍ଟାଡିୟମ୍‌ରେ ମ୍ୟାଚ୍ ଖେଳାଯିବା ନେଇ ସ୍ଥିର କରିଛି ଆଇସିସି । ଏଥର ଶ୍ରୀଲଙ୍କା ଓ ଭାରତ ସଂଯୁକ୍ତ ଭାବରେ ଟି-ଟ୍ୱେଣ୍ଟି ବିଶ୍ୱକପ ଆୟୋଜନ କରିବାର ଦାୟିତ୍ୱ ପାଇଛନ୍ତି । ତେବେ ଟୁର୍ଣ୍ଣାମେଣ୍ଟ ଫାଇନାଲକୁ ନେଇ ଏଯାଏ କୌଣସି ଷ୍ଟାଡିୟମ ସ୍ଥିର କରାଯାଇନାହିଁ ।

ଅଧିକ ପଢ଼ନ୍ତୁ : ଫେବ୍ରୁଆରିରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୬, ବିଶ୍ୱକପ୍‌ ପାଇଁ ଫାଇନାଲ୍‌ ହେଲା ୫ଟି ଭେନ୍ୟୁ

ଭାରତରେ ଅହମଦାବାଦ, କୋଲକାତା, ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇର ଷ୍ଟାଡିୟମରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚ୍‌ ଗୁଡ଼ିକ ଖେଳାଯିବାକୁ ସ୍ଥିର ହୋଇଛି । କିନ୍ତୁ ଏଥର ଦିଲ୍ଲୀ ଓ ମୁମ୍ବାଇରେ ନକ୍‌ଆଉଟ୍ ମୁକାବିଲା ଆୟୋଜନ ନହୋଇପାରେ ବୋଲି କେତେକ ରିପୋର୍ଟ ପ୍ରକାଶ ପାଇଛି । ଏହାର କାରଣ ହେଉଛି ପାକିସ୍ତାନ । ପାକିସ୍ତାନ ଖେଳାଳି ଭାରତ ନଆସିପାରନ୍ତି ବୋଲି ଆକଳନ କରାଯାଉଛି । ଏଣୁ ସୁପର୍‌ ୮ ପର୍ଯ୍ୟାୟ ପରେ ହିଁ ସେମିଫାଇନାଲ ଓ ଫାଇନାଲ କେଉଁଠାରେ ଖେଳାଯିବ ତାହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେବେ ପାକିସ୍ତାନ ସେମିଫାଇନାଲ ନଖେଳିଲେ ଏହି ମ୍ୟାଚ୍‌ ଅହମ୍ମଦାବାଦରେ ଆୟୋଜନ ହୋଇପାରେ । ଯଦି ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବ ତେବେ ଏହି ମ୍ୟାଚ୍‌ କଲମ୍ବୋରେ ଆୟୋଜନ ହୋଇପାରେ । କାରଣ ଶ୍ରୀଲଙ୍କାର କଲମ୍ବୋ ଓ କାଣ୍ଡି ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ କରିବାକୁ ସ୍ଥିର କରିଛି ଆଇସିସି ।

ତେବେ ପାକିସ୍ତାନ ଓ ଶ୍ରୀଲଙ୍କା ଉଭୟ ସେମିଫାନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାରେ ଫେଲ୍‌ ମାରିଲେ ଏହି ମ୍ୟାଚ୍ ଭାରତରେ ଆୟୋଜନ ହୋଇପାରେ । ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଯୋଗୁଁ ଆଇସିସି ନକ୍‌ଆଉଟ୍‌ ମୁକାବିଲାକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ । ତେବେ ଅନ୍ୟୁନ ଗୋଟିଏ ସେମିଫାଇନାଲ ଅହମଦାବାଦରେ ଆୟୋଜନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁଠି ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଆୟୋଜନ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe