ଭାରତ-ନାମିବ୍ୟା ବିଶ୍ୱକପ୍‌ ମୁକାବିଲା ଗୁରୁବାର; ୱାଙ୍ଖଡ଼େ ସଂଘର୍ଷ ପରେ କୋଟ୍‌ଲା କମାଲ ଆଶା

Advertisment

ବୁମ୍‌ରା ଫେରିଲେ ଚୂଡ଼ାନ୍ତ ଦଳରୁ କିଏ ବାଦ୍ ପଡ଼ିବେ ? ସେ ପ୍ରଶ୍ନ କିନ୍ତୁ ଘରୋଇ କ୍ରିକେଟ୍‌ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି । କାରଣ ଆମେରିକା ବିପକ୍ଷ ମ୍ୟାଚ୍‌ରେ ତାଙ୍କ ସ୍ଥାନ ନେଇଥିବା ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ । ଅଭିଷେକଙ୍କ ଦେହ ଘରାପ ହେବା କିନ୍ତୁ ସଞ୍ଜୁ ସାମସନଙ୍କ ପାଇଁ ଆଉ ଏକ ବରଦାନ ସାବ୍ୟସ୍ତ ହୋଇପାରେ ।

ବୁମ୍‌ରା ଫେରିଲେ ଚୂଡ଼ାନ୍ତ ଦଳରୁ କିଏ ବାଦ୍ ପଡ଼ିବେ ? ସେ ପ୍ରଶ୍ନ କିନ୍ତୁ ଘରୋଇ କ୍ରିକେଟ୍‌ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି । କାରଣ ଆମେରିକା ବିପକ୍ଷ ମ୍ୟାଚ୍‌ରେ ତାଙ୍କ ସ୍ଥାନ ନେଇଥିବା ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ । ଅଭିଷେକଙ୍କ ଦେହ ଘରାପ ହେବା କିନ୍ତୁ ସଞ୍ଜୁ ସାମସନଙ୍କ ପାଇଁ ଆଉ ଏକ ବରଦାନ ସାବ୍ୟସ୍ତ ହୋଇପାରେ ।

India vs Namibia

India vs Namibia Photograph: (Internet)

କନକ ବ୍ୟୁରୋ : ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌-ଏ’ ମ୍ୟାଚ୍‌ରେ ଗୁରୁବାର ଆୟୋଜକ ତଥା ପ୍ରମୁଖ ଟ୍ରଫି ଦାବିଦାର ଭାରତ ଅଣ୍ଡରଡଗ୍ ନାମିବ୍ୟାକୁ ଭେଟିବ । ଭାରତ ଏହି ମ୍ୟାଚ୍‌କୁ ନିଜ ବ୍ୟାଟିଂ ବାହିନୀକୁ ସଜାଡ଼ିବାର ମାଧ୍ୟମ ଭାବେ ବିବେଚନା କରିବ । ନବାଗତ ନାମିବ୍ୟା ଅନ୍ୟପକ୍ଷରେ ଭାରତ ଭଳି ବଡ଼ ଦଳ ବିପକ୍ଷରେ ଖେଳିବାର ଅନନ୍ୟ ଅଭିଜ୍ଞତା ସାଉଣ୍ଟିବାର ଅପୂର୍ବ ସୁଯୋଗ ଲାଭ କରିବ। ମ୍ୟାଚ୍ ରାତି ୭ଟାରୁ ଆରମ୍ଭ ହେବ ।

ଏହି ମ୍ୟାଚ୍‌ ପରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ହାଇଭୋଲ୍‌ଟେଜ୍ ତଥା ପ୍ରତୀକ୍ଷିତ ଲଢ଼େଇ ଲଢ଼ିବ । ସେହିଦୃଷ୍ଟିରୁ ନାମିବ୍ୟା ବିପକ୍ଷରେ ବଡ଼ ବିଜୟ ହାସଲ କରି ଆତ୍ମବଳ ଆହୁରି ବଢ଼ାଇବାକୁ ନିଶ୍ଚିତ ଭାବେ ଚାହିବ । ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଖେଳିଥିବା ଆମେରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ ରୀତିମତ ସଂଘର୍ଷ କରିଲେ । ଏବେକାର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ ଏବଂ ଅତୀତର ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମ୍‌ରେ ଗୁରୁବାର ସେହି ଭୁଲ୍‌କୁ ସୁଧାରିବା ସୂର୍ଯ୍ୟକୁମାରଙ୍କ ସେନାର ପ୍ରଥମ ଲକ୍ଷ୍ୟ ହେବ । ତେବେ ଯୁବ ଓପନର୍ ଅଭିଷେକ ଶର୍ମା ପାକସ୍ଥଳୀ ସଂକ୍ରମଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ଟିମ୍‌ ଇଣ୍ଡିଆ ପାଇଁ ଏକ ଶକ୍ତ ଧକ୍କା ହୋଇଛି । ଅଭିଜ୍ଞ ଦ୍ରୁତ ‌ବୋଲର୍‌ ଯଶପ୍ରୀତ୍ ବୁମ୍‌ରା ଜ୍ୱରରୁ ଆରୋଗ୍ୟ ଲାଭ କରି ଏହି ମ୍ୟାଚ୍‌କୁ ଫେରିବାର ସଙ୍କେତ ଭାରତୀୟ ଦଳ ଦେଇଛି । ସେହିଭଳି ଅଲରାଉଣ୍ଡର୍‌ ୱାସିଂଟନ୍‌ ସୁନ୍ଦର ମଧ୍ୟ ପୂରା ଫିଟ୍‌ ହୋଇଯାଇଛନ୍ତି ।

ଅଧିକ ପଢ଼ନ୍ତୁ : ସେଫର୍ଟ-ଆଲେନ୍‌ଙ୍କ ରେକର୍ଡ ଭାଗୀଦାର, ନ୍ୟୁଜିଲାଣ୍ଡର ଲଗାତାର ବିଜୟ

ବୁମ୍‌ରା ଫେରିଲେ ଚୂଡ଼ାନ୍ତ ଦଳରୁ କିଏ ବାଦ୍ ପଡ଼ିବେ ? ସେ ପ୍ରଶ୍ନ କିନ୍ତୁ ଘରୋଇ କ୍ରିକେଟ୍‌ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି । କାରଣ ଆମେରିକା ବିପକ୍ଷ ମ୍ୟାଚ୍‌ରେ ତାଙ୍କ ସ୍ଥାନ ନେଇଥିବା ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ । ଅଭିଷେକଙ୍କ ଦେହ ଘରାପ ହେବା କିନ୍ତୁ ସଞ୍ଜୁ ସାମସନଙ୍କ ପାଇଁ ଆଉ ଏକ ବରଦାନ ସାବ୍ୟସ୍ତ ହୋଇପାରେ । ଅତୀତରେ ଅଗଣିତ ସୁଯୋଗକୁ ବେକାର ଯିବାକୁ ଦେଇଥିବା ସାମସନ୍‌ ଦୁର୍ବଳ ନାମିବ୍ୟା ବିପକ୍ଷରେ ଖେଳି ଫର୍ମକୁ ଫେରିଲେ ଏହା ମଧ୍ୟ ଭାରତର ବିଶ୍ବକପ୍‌ ଅଭିଯାନକୁ ଅତିରିକ୍ତ ବଳ ଯୋଗାଇବ  ।

ଭାରତୀୟ ବ୍ୟାଟିଂକ୍ରମର ଗଭୀରତାକୁ ମାପିବା ନାମିବ୍ୟା ବୋଲରଙ୍କ ପାଇଁ କାଠିକର ପାଠ ହେବ । ସେହିଭଳି ଭାରତୀୟ ବୋଲରଙ୍କୁ ପ୍ରହାର କରୀ ବଡ଼ ସ୍କୋର୍‌ କରିବା ଏହି ଦଳ ପାଇଁ କୌଣସି ବଡ଼ ପରୀକ୍ଷାଠାରୁ କିଛି କମ୍ ହେବନି  । ବିଶେଷ କରି ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପୂର୍ବରୁ ଭାରତ ବିପକ୍ଷରେ ମାତ୍ର ଗୋଟିଏ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳିଥିବା ନାମିବ୍ୟା ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିପାରନ୍ତି । ୨୦୨୧ ମସିହାର ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ଓ ଶେଷ ଥର ଲାଗି ମୁହାଁମୁହିଁ ହୋଇଥିଲେ । ସେହି ମ୍ୟାଚ୍‌ରେ ନାମିବ୍ୟା ୧୩୩ ରନ୍‌ର ଲକ୍ଷ୍ୟ ଦେବା ପରେ ଭାରତ ଏହାକୁ ୯ ୱିକେଟ୍‌ରେ ଜିତି ନେଇଥିଲା । ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ଖେଳିଥିବା ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ତୃତୀୟସ୍ତରୀୟ ଭାରତୀୟ ଦଳ ନାମିବ୍ୟାକୁ ୧୦୦ରୁ କମ୍ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲା । ଏଣୁ ଭାରତ ପାଇଁ ଏହି ମ୍ୟାଚ୍‌ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍‌ ଭଳି ହେବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe