ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ: ବେକରେ ଆଘାତ ପାଇଁ ଦ୍ବିତୀୟ ଟେଷ୍ଟ୍‌ରୁ ବାଦ୍‌ ପଡିଛନ୍ତି ଅଧିନାୟକ ଶୁବମନ

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଶୁବମନଙ୍କ ଅନୁପସ୍ଥିତିରେ ଋଷଭ ପନ୍ତଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଦଳ । ବେକରେ ଆଘାତ ଲାଗିବାରୁ ଦ୍ବିତୀୟ ମ୍ୟାଚରୁ ବାଦ୍ ପଡିଛନ୍ତି ଶୁବମନ ।

10

Cricket Photograph: (KanakNews)

କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଗୌହାଟୀରେ ଖେଳାଯାଉଛି ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଶୁବମନଙ୍କ ଅନୁପସ୍ଥିତିରେ ଋଷଭ ପନ୍ତଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଦଳ । ବେକରେ ଆଘାତ ଲାଗିବାରୁ ଦ୍ବିତୀୟ ମ୍ୟାଚରୁ ବାଦ୍ ପଡିଛନ୍ତି ଶୁବମନ । ଆହତ ସମସ୍ୟା ପାଇଁ ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିନଥିଲେ ଶୁବମନ । ଚୂଡାନ୍ତ ଏକାଦଶକୁ ନୀତିଶ ରେଡ୍ଡୀ ଫେରିଥିବା ବେଳେ ଅକ୍ଷର ପଟେଲଙ୍କ ସ୍ଥାନରେ ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିଛି । ପ୍ରଥମ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ପରାଜିତ ହୋଇଥିଲା ଭାରତୀୟ ଦଳ । ଏହି ପରାଜୟ ପରେ ଭାରତ ସିରିଜରେ ୧-୦ରେ ପଛୁଆ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟରେ ପରାଜିତ ହେବା ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ଅଡୁଆରେ ପକାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe