କନକ ବ୍ୟୁରୋ : ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ଡିସେମ୍ବର ୯ ତାରିଖରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ ବିଶିଷ୍ଟ ସିରିଜରେ କଟକରେ ହେବ ପ୍ରଥମ ମୁକାବିଲା । କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ବାରବାଟୀକୁ ମିଳିଲା ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍ । ଟି-୨୦ ମ୍ୟାଚ୍ ହେବା ନେଇ ଖବର ମିଳିବା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ଇଂଲଣ୍ଡ ସହ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍ ଲିଭିବା ଘଟଣାର ଯେମିତି ପୁନରାବୃତ୍ତି ନହୁଏ, ସେନେଇ ଓସିଏ ଯତ୍ନବାନ ହେବାକୁ କ୍ରୀଡ଼ାବିତ୍ ପରାମର୍ଶ ଦେଇଛନ୍ତି ।
ଆସନ୍ତା ଡିସେମ୍ୱର ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ଏହି ଖବର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଆଣିଦେଇଛି । ଗତ ଜାନୁଆରୀ ମାସରେ ଭାରତ- ଇଂଲଣ୍ଡ ଦିନିକିଆ ହାଇସ୍କୋରିଂ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିଲା । ଏହାପରେ ଆସନ୍ତା ଡିସେମ୍ୱର ମାସରେ ଆଉ ଏକ ମ୍ୟାଚ୍ ହେବା ନେଇ କ୍ରୀଡ଼ାପ୍ରେମୀଙ୍କ ଖୁସିକୁ ଦୁଇଗୁଣ କରିଛି । ତେବେ ଗତ ମ୍ୟାଚରେ ଲାଇଟ୍ ଲିଭିବା ଭଳି ତ୍ରୃଟିର ଯେମିତି ପୁନରାବୃତ୍ତି ନହୁଏ, ସେଥିପ୍ରତି ଓସିଏ ଦୃଷ୍ଟି ଦେବା ଦରକାର ବୋଲି କ୍ରୀଡ଼ାପ୍ରେମୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/02/x0qVwPtCLKnxnHrucYf7.jpg)