କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଗୌହାଟୀରେ ଖେଳାଯାଉଛି ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଶୁବମନଙ୍କ ଅନୁପସ୍ଥିତିରେ ଋଷଭ ପନ୍ତଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଦଳ । ବେକରେ ଆଘାତ ଲାଗିବାରୁ ଦ୍ବିତୀୟ ମ୍ୟାଚରୁ ବାଦ୍ ପଡିଛନ୍ତି ଶୁବମନ । ଆହତ ସମସ୍ୟା ପାଇଁ ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିନଥିଲେ ଶୁବମନ । ଚୂଡାନ୍ତ ଏକାଦଶକୁ ନୀତିଶ ରେଡ୍ଡୀ ଫେରିଥିବା ବେଳେ ଅକ୍ଷର ପଟେଲଙ୍କ ସ୍ଥାନରେ ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିଛି । ପ୍ରଥମ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ପରାଜିତ ହୋଇଥିଲା ଭାରତୀୟ ଦଳ । ଏହି ପରାଜୟ ପରେ ଭାରତ ସିରିଜରେ ୧-୦ରେ ପଛୁଆ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟରେ ପରାଜିତ ହେବା ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ଅଡୁଆରେ ପକାଇଛି । 

Advertisment