କନକ ବ୍ୟୁରୋ : ଯଦି ୩୫ ବର୍ଷରେ ମିଚେଲ୍ ଷ୍ଟ୍ରାକ୍ ଟେଷ୍ଟ ଭଳି ଫର୍ମାଟରେ ବୋଲିଂ କରି ଦଳକୁ ଜିତାଉଛନ୍ତି, ତେବେ ବିସିସିଆଇକୁ ରୋହିତ ଓ କୋହଲି ଏମିତି କାହିଁକି ଅଢୁଆ ଲାଗିଲା ? ଅବସର ପାଇଁ ଉଭୟ ଖେଳାଳିଙ୍କୁ ପରୋକ୍ଷରେ ଚାପ ପକାଉଥିଲା ମ୍ୟାନେଜମେଣ୍ଟ । କାରଣ ଭଉୟ ଖେଳାଳିଙ୍କ ବୟସ ୩୫ରୁ ଅଧିକ ଥିଲା, କିନ୍ତୁ କାହିଁକି ବୋର୍ଡ ବୁଝିଲାନି ବୟସ ବଢ଼ିଥିଲେ ବି ଫର୍ମରେ କମି ନଥିଲା ।
ସତରେ କ’ଣ ଭାରତୀୟ ଦଳ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲି ବୋଝ ସାଜିଥିଲେ ? ଫର୍ମ ଥିଲା, ଫିଟ୍ନେସ୍ ଥିଲା, କାହିଁକି ରାଜନୀତି କରାଯାଉଥିଲା ? କାହିଁକି ଉଭୟ ଖେଳାଳିଙ୍କୁ ଟି-୨୦ ଓ ଟେଷ୍ଟରୁ ଅବସର ନେବା ପାଇଁ ଚାପ ପକାଯାଉଥିଲା ? ଏ ପ୍ରଶ୍ନ ସେତେବେଳେ ଯାଏ ମନରେ ଆସିବ, ଯେତେବେଳେ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଖରାପ ପ୍ରଦର୍ଶନ କରୁଥିବ । କୋଚ୍ ଓ ମ୍ୟାନେଜମେଣ୍ଟର ଚାପ ଆଗରେ ନିଜ ସମ୍ମାନକୁ ଦେଖି ମୁଣ୍ଡ ନୁଆଁଇଲେ ଏହି ଦୁଇ ବଡ଼ କ୍ରିକେଟର ।
ଅଧିକ ପଢ଼ନ୍ତୁ : ଦିନିକିଆ ସିରିଜ୍ରେ ଷ୍ଟାର୍ ଖେଳାଳିଙ୍କୁ ସ୍ଥାନ ନାହିଁ; କାହିଁକି ବାଦ ପଡ଼ିଲେ ୫ ଧୁରନ୍ଧର କ୍ରିକେଟର୍ ?
ଏବେ ତ ପରିସ୍ଥିତି ଏମିତି ହେଲାଣି ଯେ, ଘରୋଇ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିବା ବି ସହଜ ହେଉ ନାହିଁ । ଜଣେ ଦୁଇ ଜଣ କ୍ରିକେଟର ବେଳେବେଳେ ଭଲ ଖେଳି ଦେଲେ, ଆମେ ସଙ୍ଗେ ସଙ୍ଗେ ତାଙ୍କୁ ଅନ୍ୟ କ୍ରିକେଟରଙ୍କ ବିକଳ୍ପ ଭାବିଦେଉଛୁ । ସମାନ ଢଙ୍ଗରେ ମଧ୍ୟ ବୋର୍ଡ ସମାନ କଥା ଚିନ୍ତା କରେ । କ୍ରିକେଟର ୩ ଫର୍ମାର୍ଟ ଭିତରେ ଟେଷ୍ଟ ଫର୍ମାର୍ଟ ଅଧିକ କଷ୍ଟକର । ଆଉ ବ୍ୟାଟରଙ୍କଠାରୁ ବୋଲର ଅଧିକ ଆହତ ହେବାର ଯଥେଷ୍ଟ ଆଶଙ୍କା ଥାଏ ।
କ୍ରିକେଟରେ ଖୁବ୍ କମ୍ ବୋଲର ଥିବେ, ଯାହାଙ୍କ ବୟସ ୩୫ରୁ ଅଧିକ ଥିବ ଏବଂ ଜାତୀୟ ଦଳରେ ଖେଳୁଥିବେ । ଏହି ବୋଲରଙ୍କ ମଧ୍ୟରୁ ଜଣେ ହେଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍ ଷ୍ଟ୍ରାକ୍ । ବୟସ ୩୫ । କଙ୍ଗାରୁ ଦଳର ମ୍ୟାଚ୍ ୱିନର ବୋଲର । ଷ୍ଟ୍ରାକ୍ଙ୍କ ଉଦାହରଣ ଦେବାର କାରଣ ହେଉଛି ୩୫ ବର୍ଷରେ ବି ଅଷ୍ଟ୍ରେଲିଆ ବୋର୍ଡ ଷ୍ଟ୍ରାକ୍ଙ୍କ ଉପରେ ଚାପ ପକାଇନି ବରଂ ସମର୍ଥନ ଦେଇଛି । ଆଶେଷ୍ ସିରିଜ୍ର ପ୍ରଥମ ଟେଷ୍ଟରେ ଷ୍ଟ୍ରାକ୍ ୧୦ ୱିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ଲାଇନ୍କୁ ଧ୍ୱଂସ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ମଧ୍ୟ ହାତେଇଲେ । ୩୫ ବର୍ଷୀୟ ଷ୍ଟ୍ରାକ୍ଙ୍କ ବୋଲିଂର ପେସ୍ କମିନି ବରଂ ବଢ଼ିଛି ।
ଠିକ୍ ସେମିତି ରୋହିତ ଓ କୋହଲିଙ୍କ ଫର୍ମ କମିନଥିଲା ବରଂ କମେଇ ଦିଆଗଲା । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଆଳରେ ବୟସକୁ ଟାର୍ଗେଟ୍ କରୁଛି ବୋର୍ଡ ଯାହା ଭାରତୀୟ କ୍ରିକେଟ ପାଇଁ କ୍ଷତିକାରକ । ଯଦି ଜଣେ ଫର୍ମରେ ଥାଏ ତେବେ ବୟସ ତାପାଇଁ କେମିତି ମାପଦଣ୍ଡ ପାଲଟି ଯାଏ ? ରୋହିତଙ୍କୁ ୩୮ ବର୍ଷ ଏବଂ କୋହଲି ୩୭ ହେଲେ ଫିଟ୍ନେସ୍ ସହ ଫର୍ମରେ ବୟସର ଛାପ ଲଗେଇବାକୁ ଦେଇ ନଥିଲେ ଏହି ଦୁଇ କ୍ରିକେଟର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/24/rohit-and-kohli-2025-11-24-22-54-28.jpg)