t20 Photograph: (google)
କନକ ବ୍ୟୁରୋ: ଚଳିତ ଭାରତ-ନ୍ୟୁଜିଲାଣ୍ଡ୍ ଟ୍ବେଣ୍ଟି-୨୦ ସିରିଜରେ ଭାରତୀୟ ଦଳର ଅଧିନାୟକ କେତୋଟି ବିସ୍ଫୋରକ ପାଳି ଖେଳିବା ପରେ ନିଜର ଲୟ ଫେରିପାଇଛନ୍ତି । ଆଗକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଥିବାବେଳେ ଏହା ଭାରତୀୟ ଦଳ ପାଇଁ ଏକ ଶୁଭ ସୂଚନା। ସୂର୍ଯ୍ୟକୁମାରଙ୍କ ଭଲ ପ୍ରଦର୍ଶନ ତାଙ୍କର ଆଇସିସି ମାନ୍ୟତାରେ ବି ଉନ୍ନତି ଆଣିଛି । ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ସେ ୭୧୭ ପଏଣ୍ଟ ସହ ୫ଟି ପାହାଚ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ମ୍ୟାଚରେ ଯଥାକ୍ରମେ ୩୨, ଅପରାଜିତ ୮୨ ଓ ଅପରାଜିତ ୫୭ ରନ କରିଛନ୍ତି ।
ଅଧିକ ପଢ଼ନ୍ତୁ : ପରାଜୟ ଲାଗି ଆଇସିସିକୁ ଦାୟୀ କଲା ବିସିବି...
ମାନ୍ୟତା ତାଲିକାର ପ୍ରଥମ ସ୍ଥାନରେ ନିଜର ସ୍ଥାନକୁ ଆହୁରି ସୁଦୃଢ କରିଛନ୍ତି ଭାରତର ଅଭିଷେକ ଶର୍ମା। ସେ ୯୨୯ ପଏଣ୍ଟ ପାଇଛନ୍ତି । ସେହିପରି ୮୪୯ ପଏଣ୍ଟ ସହ ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଫିଲିପ୍ ସଲ୍ଟ । ତୃତୀୟ ସ୍ଥାନରେ ଅଛନ୍ତି ଭାରତର ତିଳକ ବର୍ମା, ସେ ୭୮୧ ପଏଣ୍ଟ ପାଇଛନ୍ତି । ସେହିପରି ୭୭୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଜସ୍ ବଟଲର୍ ।
ଅଧିକ ପଢ଼ନ୍ତୁ : ଚତୁର୍ଥ ଟି-୨୦ ମ୍ୟାଚ୍
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷ ୨ଟି ଟ୍ବେଣ୍ଟି-୨୦ରେ ମାତ୍ର ୩୨ ବଲରୁ ୭୬ ରନ କରିଥିବା ଇଶାନ କିଶନ ପୁଣି ଥରେ ମାନ୍ୟତା ଟେବୁଲରେ ପ୍ରବେଶ କରିଛନ୍ତି । ସେ ୬୪ ତମ ସ୍ଥାନରେ ଅଛନ୍ତି । ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ତାଲିକାର ୫୩ତମ ସ୍ଥାନରେ ଅଛନ୍ତି । ଅନ୍ୟପକ୍ଷରେ ଆଇସିସି ଟ୍ବେଣ୍ଟି-୨୦ ଦଳ ମାନ୍ୟତାରେ ଭାରତୀୟ ଦଳ ୨୦୨୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ୧୧୧୯୯ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ଓ ୧୧୬୦୯ ପଏଣ୍ଟ ସହ ଇଂଲଣ୍ଡ ୩ୟ ସ୍ଥାନରେ ରହିଛି ।
Follow Us