କନକ ବ୍ୟୁରୋ: ରବିବାର ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ସଫଳତାର ସହ ଏକ ୩୦୦ରୁ ଅଧିକ ରନର ଲକ୍ଷ୍ୟକୁ ହାସଲ କରିଥିଲା । ଏହି ବିଜୟ ସହ ଭାରତ ବିଶ୍ବର ଏକ ମାତ୍ର ଦଳରେ ପରିଣତ ହୋଇଛି ଯିଏକି ଦିନିକିଆରେ ୨୦ ଥର ୩୦୦ରୁ ଅଧିକ ରନ ବିଶିଷ୍ଟ ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଛି । ଭାରତ ତଳକୁ ଦ୍ବିତୀୟ ସ୍ଥାନରେ ରହିଛି ଇଂଲଣ୍ଡ, ଯିଏକି ୧୫ଥର ଏପରି ସଫଳତା ହାସଲ କରିଛି । ୧୪ ଥର ୩୦୦ ପ୍ଲସ ବିଜୟ ବିଜୟ ସହ ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ଓ ୧୨ ବିଜୟ ସହ ପାକିସ୍ତାନ ୪ର୍ଥ ସ୍ଥାନରେ ରହିଛି । ୫ମ ସ୍ଥାନରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଅଛନ୍ତି । ଉଭୟ ଟିମ ଦିନିକିଆରେ ୧୧ ଥର ଲେଖାଏଁ ଏପରି ସଫଳତା ହାସଲ କରିଛନ୍ତି ।
ଏହା ବି ପଢ଼ନ୍ତୁ: ଚମକିଲେ ଚେଜ୍ ମାଷ୍ଟର୍; ନ୍ୟୁଜିଲାଣ୍ଡ ୪ ୱିକେଟ୍ରେ ହାରିଲା, ଭାରତ ୧-୦ରେ ଆଗୁଆ
ଆଜିକାଲି ଦିନିକିଆ କ୍ରିକେଟରେ ୩୦୦ ରନ ସ୍କୋର କରିବା ଏକ ସାଧାରଣ କଥା ହୋଇଯାଇଛି, କିନ୍ତୁ ପଛରେ ବ୍ୟାଟିଂ କରି ୩୦୦ ଅଧିକ ରନ ବିଶିଷ୍ଟ ଏକ ଲକ୍ଷ୍ୟକୁ ହାସଲ କରିବା ଏବେ ବି କଷ୍ଟକର ମନେକରାଯାଏ । ଏଣୁ ଭାରତର ଏହି ସଫଳତାର ବିଶେଷ ଗୁରୁତ୍ବ ରହିଛି । ଭାରତ ପ୍ରଥମ ଥର ପାଇଁ ୧୯୯୮ ମସିହାରେ ଏକ ୩୦୦ରୁ ଅଧିକ ଲକ୍ଷ୍ୟର ପିଛା କରି ବିଜୟୀ ହୋଇଥିଲା । ଢାକାରେ ଅନୁଷ୍ଠିକ ସିଲଭର ଜୁବୁଲି ଇଣ୍ଡିପେଣ୍ଡେନ୍ସ କପର ଫାଇନାଲରେ ପାକିସ୍ତାନ ଭାରତ ଆଗରେ ୩୧୫ ରନର ବଜୟଲକ୍ଷ୍ୟ ରଖିଥିଲା ଓ ଭାରତ ୩୧୬ ରନ କରି ବିଜୟୀ ହୋଇଥିଲା । ଏହା କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ବ କ୍ରିକେଟରେ ପ୍ରଥମ ଘଟଣା ଥିଲା ।
ଏହା ପରେ ଭାରତ ଆଉ ଏକ ଐତିହାସିକ ବିଜୟ ୨୦୦୨ ଜୁଲାଇରେ ଲର୍ଡ୍ସରେ ହାସଲ କରିଥିଲା । ଇଂଲଣ୍ଡ ଦେଇଥିବା ୩୨୬ ରନ୍ ଟାର୍ଗେଟକୁ ଭାରତ ଯୁବରାଜ ସିଂ ଓ ମହମ୍ମଦ କୈଫଙ୍କ ୧୨୧ ରନ ଭାଗିଦାରୀ ବଳରେ ହାସଲ କରିଥିଲା । ତେବେ ଭାରତର ସବୁଠାରୁ ବଡ଼ ୩୦୦ରୁ ଅଧିକ ରନ ଚେଜ୍ ଅଷ୍ଟ୍ରେଲିଆ ବିରୋଧରେ ରହିଛି । ୨୦୧୩ ଅକ୍ଟୋବର ୧୩ରେ ଜୟପୁରଠାରେ ଭାରତ ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୩୬୦ ରନ ଲକ୍ଷ୍ୟକୁ ଭାରତ ୩୬୨ ରନ କରି ହାସଲ କରିଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ଓ ବିରାଟ କୋହଲି ଶତକ ଅର୍ଜନ କରିଥିବାବେଳେ ଶିଖର ଧଓ୍ବନ ୯୫ ରନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/12/virat-kohli-2026-01-12-13-54-49.jpg)