ହକି ଇଣ୍ଡିଆ ଲିଗ୍‌: ବେଙ୍ଗଲ ଟାଇଗର୍ସର ଦ୍ୱିତୀୟ ବିଜୟ

Advertisment

ମଙ୍ଗଳବାର ମ୍ୟାଚ୍‌ରେ ଏହି ଦଳ ୫-୩ ଗୋଲ୍‌ରେ ଆକୋଡ ତାମିଲନାଡ଼ୁ ଡ୍ରାଗନ୍ସକୁ ପରାସ୍ତ କରିଛି । ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଅଧିନାୟକ ଯୁଗରାଜ ସିଂହ ଟାଇଗର୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ । ଦ୍ୱିତୀୟ କ୍ୱାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା ।

ମଙ୍ଗଳବାର ମ୍ୟାଚ୍‌ରେ ଏହି ଦଳ ୫-୩ ଗୋଲ୍‌ରେ ଆକୋଡ ତାମିଲନାଡ଼ୁ ଡ୍ରାଗନ୍ସକୁ ପରାସ୍ତ କରିଛି । ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଅଧିନାୟକ ଯୁଗରାଜ ସିଂହ ଟାଇଗର୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ । ଦ୍ୱିତୀୟ କ୍ୱାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା ।

Hockey India League

Hockey India League Photograph: (Kanak News)

କନକ ବ୍ୟୁରୋ : ପୁରୁଷ ହକି ଇଣ୍ଡିଆ ଲିଗ୍‌ରେ ବେଙ୍ଗଲ ଟାଇଗର୍ସ ଦ୍ୱିତୀୟ ବିଜୟ ପାଇଛି । ମଙ୍ଗଳବାର ମ୍ୟାଚ୍‌ରେ ଏହି ଦଳ ୫-୩ ଗୋଲ୍‌ରେ ଆକୋଡ ତାମିଲନାଡ଼ୁ ଡ୍ରାଗନ୍ସକୁ ପରାସ୍ତ କରିଛି । ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଅଧିନାୟକ ଯୁଗରାଜ ସିଂହ ଟାଇଗର୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ । ଦ୍ୱିତୀୟ କ୍ୱାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା । ତୃତୀୟ କ୍ୱାର୍ଟରରେ ୪ ଗୋଲ୍‌ ଦେଖିବାକୁ ମିଳିଥିଲା । ୩୩ ମିନିଟ୍‌ରେ ସୁଖଜିତ ସିଂହ ଏବଂ ୩୬ତମ ମିନିଟ୍‌ରେ ଡ୍ରାଗନ୍ସକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଓଡ଼ିଆ ପୁଅ ଆଦ୍ରୋହିତ ଏକ୍କା ସଫଳତା ସହ ଟାଇଗର୍ସ ଗୋଲ୍‌ ପୋଷ୍ଟକୁ ପଠାଇ ସ୍ଥିତି ୧-୨କୁ ଆଣିଥିଲେ ।

ଅଧିକ ପଢ଼ନ୍ତୁ : ଟେନିସ୍‌ ପ୍ରଶଂସକଙ୍କ ପାଇଁ ବଡ଼ ଖବର: ଖେଳ ଦେଖି ହେବେ ମାଲେମାଲ୍‌

ତେବେ ଯୁଗରାଜ (୪୩ ଓ ୪୫ ମିନିଟ୍‌) ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ୍‌ ଦେଇ ବ୍ୟକ୍ତିଗତ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ଟାଇଗର୍ସକୁ ୪-୧ରେ ଆଗୁଆ କରିଥିଲେ । ଚତୁର୍ଥ କ୍ବାର୍ଟରରେ ଥୋମାସ ସୋର୍ସବାଏ (୪୮ ମିନିଟ୍‌) ଓ ବ୍ଲାକ୍‌ ଗୋଭର୍ସ (୫୧ ମିନିଟ୍‌) ଦୁଇଟି ଗୋଲ୍‌ ଦେଇ ଡ୍ରାଗନ୍ସକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲେ । ତେବେ ୫୫ମିନିଟ୍‌ରେ ଟାଇଗର୍ସକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଅଭିଷେକ ଗୋଲ୍‌ରେ ପରିଣତ କରି ଦଳକୁ ୫-୩ରେ ଜିତାଇଥିଲେ । ଅମିତ ରୋହିଦାସଙ୍କ ନେତୃତ୍ୱାଧୀନ ଡ୍ରାଗନ୍ସ ‌ଶେଷ ୫ମିନିଟ୍‌ରେ ବହୁ ଆକ୍ରମଣ କରିଥିଲେ ମଧ୍ୟ ଟାଇଗର୍ସର ରକ୍ଷଣଭାଗ ଭେଦ ନକରି ପରାଜୟ ବରଣ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe