ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଗବର୍‌; ସରିଲା ନିର୍ବନ୍ଧ

Advertisment

ପ୍ରେମିକା ସୋଫି ସାଇନ୍‌ଙ୍କ ସହ ନିର୍ବନ୍ଧ ହୋଇଯାଇଥିବାର ଖବର ସାର୍ବଜନୀନ କରି ପ୍ରଶଂସକଙ୍କୁ ସୋମବାର ଏହି ଖୁସି ଖବର ଦେଇଛନ୍ତି ସେ । ସୋଫି ଓ ସେ ସଂପର୍କରେ ଥିବା ଧାୱନ ଗତ ମେ ପହିଲାରେ ସ୍ୱୀକାର କରିଥିଲେ ।

ପ୍ରେମିକା ସୋଫି ସାଇନ୍‌ଙ୍କ ସହ ନିର୍ବନ୍ଧ ହୋଇଯାଇଥିବାର ଖବର ସାର୍ବଜନୀନ କରି ପ୍ରଶଂସକଙ୍କୁ ସୋମବାର ଏହି ଖୁସି ଖବର ଦେଇଛନ୍ତି ସେ । ସୋଫି ଓ ସେ ସଂପର୍କରେ ଥିବା ଧାୱନ ଗତ ମେ ପହିଲାରେ ସ୍ୱୀକାର କରିଥିଲେ ।

Dhawan Gets Engaged

Dhawan Gets Engaged Photograph: (Kanak News)

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର୍‌ ଶିଖର ଧାୱନ ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପ୍ରେମିକା ସୋଫି ସାଇନ୍‌ଙ୍କ ସହ ନିର୍ବନ୍ଧ ହୋଇଯାଇଥିବାର ଖବର ସାର୍ବଜନୀନ କରି ପ୍ରଶଂସକଙ୍କୁ ସୋମବାର ଏହି ଖୁସି ଖବର ଦେଇଛନ୍ତି ସେ । ସୋଫି ଓ ସେ ସଂପର୍କରେ ଥିବା ଧାୱନ ଗତ ମେ ପହିଲାରେ ସ୍ୱୀକାର କରିଥିଲେ । ସୋଫି ମଧ୍ୟ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସୋମବାର ଏକ ସୁନ୍ଦର ଫଟୋ ପ୍ରକାଶ କରି ଏକଥା ସ୍ୱୀକାର କରିଛନ୍ତି । ଏଥିରେ ସେ ଧାୱନଙ୍କ ହାତ ଉପରେ ହାତ ରଖି ପିନ୍ଧିଥିବା ନିର୍ବନ୍ଧ ମୁଦିକୁ ଦେଖାଉଛନ୍ତି ।

ତଳେ କ୍ୟାପସନ୍ ଲେଖିଛନ୍ତି ‘ମେ ଜୀବନ’ । ପଛପଟେ ହୃଦୟ ଆକୃତିର ଫୁଲ ଗୁଚ୍ଛା ରଖିବାକୁ ଭୁଲି ନାହାନ୍ତି । ଧାୱନ ମଧ୍ୟ ବେଶ୍‌ ରସିକିଆ ଢଙ୍ଗରେ ସୋଫି ଓ ତାଙ୍କର ନିର୍ବନ୍ଧ ହୋଇ ସାରିଥିବା କଥା କହିଛନ୍ତି । ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୃଷ୍ଠାରେ ଲେଖିଛନ୍ତି, ଏକାଠି ଖୁସି ହେବା ଓ ସ୍ୱପ୍ନ ଦେଖିବା, ସବୁକିଛି ପାଇଁ ଅଶେଷ ଅଶେଷ ଧନ୍ୟବାଦ ପ୍ରେୟସୀ । ଆମ ନିର୍ବନ୍ଧ ଓ ସବୁଦିନ ଏକାଠି ରହିବାର ଆଶା ପାଇଁ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ୁଛି ।

ଅଧିକ ପଢ଼ନ୍ତୁ : ଭାରତର ଐତିହାସିକ ରେକର୍ଡ : ଦିନିକିଆରେ ୨୦ ଥର ୩୦୦ ପ୍ଲସ୍ ଲକ୍ଷ୍ୟ ହାସଲ

ସୂଚନାଯୋଗ୍ୟ ଯେ ଧାୱନ ପୂର୍ବରୁ ଆୟେଶା ବାନାର୍ଜୀଙ୍କୁ ୨୦୧୧ରେ ବିବାହ କରିଥିଲେ । ଉଭୟଙ୍କର ଜୋରାବର ନାମରେ ଗୋଟିଏ ୧୧ବର୍ଷର ପୁଅ ରହିଛି । ତେବେ ବାରମ୍ବାର ମନୋମାଳିନ୍ୟ ହେବା ପରେ ଆୟେଶାଙ୍କୁ ଧାୱନ ୨୦୨୩ ମସିହାରେ ଛାଡ଼ପତ୍ର ଦେଇଥିଲେ । ଏହା ପରେ ସୋଫିଙ୍କ ସଂସ୍ପର୍ଶରେ ଆସିଥିଲେ । ଗତ ଚାମ୍ପିଅନ୍ସ ଟ୍ରଫି ବେଳେ ଧାୱନ ଓ ସୋଫିଙ୍କୁ ଏକାଠି ବହୁ ସମୟ କଟାଉଥିବା ଦେଖିବାକୁ ମିଳିଥିଲା । ସୋଫି ଜଣେ ଅର୍ଥଶାସ୍ତ୍ରୀ ପରାମର୍ଶଦାତା ହୋଇଥିଲା ବେଳେ କ୍ରିକେଟ୍‌ରୁ ଅବସର ନେବା ପରେ ଧାୱନ ବିଭିନ୍ନ କ୍ରିକେଟ୍‌ ମ୍ୟାଚ୍‌ର ଧାରାବିବରଣୀ ପ୍ରଦାନ କରୁଛନ୍ତି । ସୋଫି ଓ ସେ କରୁଥିବା ସର୍ଟ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍ ଲୋକପ୍ରିୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe