CK Nayudu Trophy Photograph: (Internet)
କନକ ବ୍ୟୁରୋ : ବରଗଡ଼ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ଚାଲିଥିବା ସି କେ ନାଇଡ଼ୁ ଟ୍ରଫିର ଦ୍ଵିତୀୟ ଦିନରେ ବେଙ୍ଗଲ ଦଳ ୩୪୩ ରନରେ ଅଲ୍ଆଉଟ୍ ହୋଇଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ପ୍ରଥମ ପାଳିରେ ୨୧୯/୪ କରିଛି । ଶନିବାର ଅସମାପ୍ତ ସ୍କୋର ୩୦୧/୬ରୁ ଖେଳ ଆରମ୍ଭ କରି ବେଙ୍ଗଲ ୩୪୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ।
ଅଧିକ ପଢ଼ନ୍ତୁ : ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପ୍ରମିତା ପଡ଼ିଆ ଉପସ୍ଥାପିକା
ଓଡ଼ିଶା ପକ୍ଷରୁ ବାଦଲ ବିଶ୍ଵାଳ ୬ ୱିକେଟ୍ ଏବଂ ସାଇ ସୁବ୍ରତ ଜେନା ଓ ସାଇଦୀପ ମହାପାତ୍ର ୨ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବ ଓଡ଼ିଶା ସୁଜଲ ସିଂଙ୍କ ୬୫, ଶ୍ରେୟାଂଶ ଭରଦ୍ୱାଜଙ୍କ ୪୯, ଦିନେଶ ମାଝୀଙ୍କ ୩୦, ଆଶୀର୍ବାଦ ସ୍ୱାଇଁଙ୍କ ୧୯* ରନ ଓ ସମ୍ବିତ ବେଜ୍ଙ୍କ ୩୪* ରନ ବଳରେ ୪ ୱିକେଟ୍ ବିନିମୟରେ ୨୧୯ ରନ୍ କରିଛି ।
Follow Us