ସ୍କୁଟିକୁ ପଛରୁ ଧକ୍କା ଦେଲା ବୋଲେରୋ; ୫ ବର୍ଷ ଶିଶୁର ମୃତ୍ୟୁ, ଦୁଇ ଗୁରୁତର

Advertisment

ଉତ୍ତେଜନା, ପୋଡ଼ାଜଳା, ରାସ୍ତାରୋକର ଦୃଶ୍ୟ । ପୁରୀ ବଳଗଣ୍ତି ଛକରେ ଘଟିଥିବା ହୃଦୟ ବିଦାରକ ସଡ଼କ ଦୁର୍ଘଟଣାର । ଦ୍ରୁତଗାମୀ ବୋଲେରୋ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ୫ବର୍ଷ ଶିଶୁଟି ସ୍କୁଟିରୁ ଛିଟିକି ପଡ଼ିଥିଲା । ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା । ମୃତ ଶିଶୁ କୁମୁଟି ସାହିର ଶ୍ରୀୟାଂଶ ଦେବ ।

ଉତ୍ତେଜନା, ପୋଡ଼ାଜଳା, ରାସ୍ତାରୋକର ଦୃଶ୍ୟ । ପୁରୀ ବଳଗଣ୍ତି ଛକରେ ଘଟିଥିବା ହୃଦୟ ବିଦାରକ ସଡ଼କ ଦୁର୍ଘଟଣାର । ଦ୍ରୁତଗାମୀ ବୋଲେରୋ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ୫ବର୍ଷ ଶିଶୁଟି ସ୍କୁଟିରୁ ଛିଟିକି ପଡ଼ିଥିଲା । ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା । ମୃତ ଶିଶୁ କୁମୁଟି ସାହିର ଶ୍ରୀୟାଂଶ ଦେବ ।

Road Accident

Road Accident Photograph: (Kanak News)

କନକ ବ୍ୟୁରୋ : ପୁରୀ ବଡ଼ଦାଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପଛରୁ ଧକ୍କା ଦେଲା ବୋଲେରୋ । ଚାଲିଗଲା ୫ ବର୍ଷର ଶିଶୁର ଜୀବନ । ଏଥିରେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ବଡ଼ଦାଣ୍ତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥାଳରେ ପୁଲିସ ପହଞ୍ଚି ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଉତ୍ତେଜନା, ପୋଡ଼ାଜଳା, ରାସ୍ତାରୋକର ଦୃଶ୍ୟ । ପୁରୀ ବଳଗଣ୍ତି ଛକରେ ଘଟିଥିବା ହୃଦୟ ବିଦାରକ ସଡ଼କ ଦୁର୍ଘଟଣାର । ଦ୍ରୁତଗାମୀ ବୋଲେରୋ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ୫ବର୍ଷ ଶିଶୁଟି ସ୍କୁଟିରୁ ଛିଟିକି ପଡ଼ିଥିଲା । ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା । ମୃତ ଶିଶୁ କୁମୁଟି ସାହିର ଶ୍ରୀୟାଂଶ ଦେବ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତଦେହ ଧରି ବଡ଼ଦାଣ୍ତରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ ।

ଅଧିକ ପଢ଼ନ୍ତୁ : ଶ୍ବଶୁରଙ୍କ ଜୁଇ ଲିଭିନି ; ଲିଭିଗଲା ଜ୍ବାଇଁଙ୍କ ଜୀବନ ଦୀପ

ଅନ୍ୟ ଦୁଇଜଣ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଶ୍ରୀୟାଂଶ ତା’ ଅଜାଙ୍କ ସହିତ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବଡ଼ଦାଣ୍ଡ ଭଳି ସ୍ଥାନରେ ଗାଡ଼ିର ବେଗ ଏବଂ ଅସାବଧାନତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe