କନକ ବ୍ୟୁରୋ : ଅଷ୍ଟ୍ରେଲିଆର ପ୍ରସିଦ୍ଧ ଟ୍ୱେଣ୍ଟି-୨୦ ଲିଗ୍‌ ବିଗ୍‌ ବାସ୍‌ ଲିଗ୍‌ର ଆଗାମୀ ସିଜନ୍‌ ଭାରତରେ ଆୟୋଜିତ ହୋଇପାରେ । ଏ ନେଇ ଅଷ୍ଟ୍ରେଲୀୟ କ୍ରିକେଟ୍‌ ବୋର୍ଡ ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’ ଯୋଜନା କରୁଛି । ଏଥିଲାଗି ନିକଟରେ ବୋର୍ଡର ଦୁଇ ଜଣ ବରିଷ୍ଠ ଅଧିକାରୀ ଭାରତ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଦୁଇ ଅଧିକାରୀ ହେଲେ ବୋର୍ଡର ବ୍ୟବସାୟ ପରିଚାଳନା ମୁଖ୍ୟ ଫିଲ୍‌ ରିଗବୀ ଓ ପ୍ରତିଯୋଗିତା ବିକାଶ ଓ ରଣକୌଶଳ ମୂଖ୍ୟ ମାର୍ଗଟ୍‌ ହାର୍ଲି ।

Advertisment

ଅଧିକ ପଢ଼ନ୍ତୁ : T 20 World Cup 2026 : କାନାଡାକୁ ହରାଇ ସୁପର-୮ରେ ନ୍ୟୁଜିଲାଣ୍ଡ୍‌

ମୁଖ୍ୟତଃ ଚେନ୍ନାଇରେ ଏହି ଲିଗ୍‌ ଆୟୋଜନ ଲାଗି ଯୋଜନା କରାଯାଉଛି । ଭାରତର ବିଶାଳ କ୍ରିକେଟ୍‌ ପ୍ରସଂଶକ ଗୋଷ୍ଠୀ ଓ ଏକ ବୃହତ୍‌ ବଜାର ସହ ଯୋଡ଼ି ହେବା ଲକ୍ଷ୍ୟରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏହି ଯୋଜନା କରୁଥିବା ଜଣାଯାଇଛି । ତେବେ ଚୂଡାନ୍ତ ନିଷ୍ପତ୍ତି ବିସିସିଆଇର ସବୁଜ ସଂକେତ ଉପରେ ନିର୍ଭର କରିବ । ତାମିଲନାଡ଼ୁ କ୍ରିକେଟ୍‌ ସଂଘର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଗତ ସପ୍ତାହରେ ଅଷ୍ଟ୍ରେଲୀୟ କ୍ରିକେଟ୍‌ ବୋର୍ଡ ଅଧିକାରୀମାନେ ଚେନ୍ନାଇ ଗସ୍ତ କରି ଆଲୋଚନା କରିଥିଲେ । କିନ୍ତୁ ଏହି ଆଲୋଚନା ବେଳେ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ବିସିସିଆଇର ସବୁଜ ସଂକେତ ପରେ ହିଁ ଏ ନେଇ କଥା ଆଗକୁ ବଢିପାରିବ । ଏଣୁ ବଲ୍‌ ଏବେ ବିସିସିଆଇ କୋର୍ଟରେ ରହିଛି ବୋଲି ସେ କହିଛନ୍ତି । ୨୦୧୧ରେ ଆରମ୍ଭ ହୋଇଥିବା ବିଗ୍‌ ବାସ୍‌ ଲିଗ୍‌ରେ ଏବେ ୮ଟି ଫ୍ରାଞ୍ଚାଇଜି ଅଛନ୍ତି । ସେଗୁଡ଼ିକ ମଧ୍ୟରୁ ପର୍ଥ ଫ୍ରାଞ୍ଚାଇଜି ସର୍ବାଧିକ ଛଅ ଥର ଚାମ୍ପିୟନ ହୋଇଛି ।