କନକ ବ୍ୟୁରୋ : ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ଲଗାତାର ଦୁଇଦିନରେ ଦୁଇଟି ବ୍ୟକ୍ତିଗତ ଶତକ ଦେଖିବାକୁ ମିଳିଛି । ସୋମବାର ଶ୍ରୀଲଙ୍କାର ପଥୁମ ନିଶଙ୍କଙ୍କ ଶତକ ପରେ ମଙ୍ଗଳବାର କାନାଡାର ଯୁବରାଜ ସମରା ଏକ ବିସ୍ଫୋରକ ଶତକ ଅର୍ଜନ କରିଛନ୍ତି । ତେବେ ଏହି ଶତକ ସତ୍ତ୍ୱେ ସେ ନିଜ ଦଳକୁ ପରାଜୟକୁ ବଞ୍ଚାଇପାରିନଥିଲେ । କାନାଡା ଦ୍ୱାରା ଧାର୍ଯ୍ୟ ୧୭୪ ରନ୍ର ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ୍ ମାତ୍ର ୧୫.୧ ଓଭରରେ ହାସଲ କରି ସୁପର୍-୮ରେ ନିଜର ସ୍ଥାନ ସୁନିଶ୍ଚିତ କରିଛି ।
ଅଧିକ ପଢ଼ନ୍ତୁ : ନିଶଙ୍କଙ୍କ ଦମଦାର ଶତକ: ଶତାବ୍ଦୀ ଧରି ମନେ ରହିବ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କାନାଡା ଦୁଇ ଓପନର ଯୁବରାଜ ( ୬୫ ବଲରୁ ୧୧୦, ୬ ଛକା, ୧୧ ଚୌକା) ଓ ଦିଲ୍ପ୍ରିତ୍ ବାଜୱା (୩୯ ବଲ୍ରୁ ୩୬)ଙ୍କ ଶତକୀୟ ଭାଗୀଦର ବଳରେ ୧୭୩/୪ ଭଳି ଏକ ଆହ୍ୱାନଭରା ସ୍କୋର୍ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ୍ ୩୦ ରନ୍ରେ ୨ଟି ୱିକେଟ୍ ହରାଇଥିଲେ ବି ଗ୍ଲେନ୍ ଫିଲିପ୍ସ* (୩୬ ବଲ୍ରୁ ୭୬) ଓ ରାଚିନ୍ ରବୀନ୍ଦ୍ର* (୩୯ ବଲ୍ରୁ ୫୯)ଙ୍କ ୧୪୬ ରନ୍ର ଭାଗୀଦାର ବଳରେ ୨୯ଟି ବଲ୍ ବାକି ଥାଇ ନିଜର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । କାନାଡା ପକ୍ଷରୁ ସାଦ୍ ବିନ୍ ଜାଫର ଓ ଡାଇଲନ୍ ହେଲିଗର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଗ୍ଲେନ୍ ଫିଲିପ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳା​ଳି ପୁରସ୍କାର ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/17/t20-world-cup-2026-2026-02-17-16-49-34.jpeg)