କନକ ବ୍ୟୁରୋ : ଅଣ୍ଡର ନାଇନଟିନ୍ ଏସିଆ କପରେ ଭାରତ ଫାଇନାଲରେ ଲଜ୍ଜାଜନକ ପରାଜୟ ପରେ ଆକ୍ସନ ମୋଡକୁ ଆସିଛି ବିସିସିଆଇ । ବିସିସିଆଇ ଆଗରେ ଉତ୍ତର ରଖିବେ ମୁଖ୍ୟ କୋଚ ଓ ଅଧିନାୟକ । ବିସିସିଆଇ ଆଗରେ ପରାଜୟର କାରଣ କହିବେ ।
ବୈଭବ ସୂର୍ଯ୍ୟବଂଶୀ, ଆୟୂଷ ମହାତ୍ରେ ଏହି ଦୁଇ ବ୍ୟାଟର ଥିଲେ ଭାରତୀୟ ଅଣ୍ଡର ନାଇନଟିନ୍ ଦଳର ମେରୁଦଣ୍ଡ ଉଭୟ ଖେଳାଳି ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ସହ ରାଜ୍ୟ ପାଇଁ ମଧ୍ୟ ଖେଳି ସାରିଛନ୍ତି । କହିବାକୁ ଗଲେ ବଡ଼ ବଡ଼ ବୋଲରଙ୍କୁ ଫେସ୍ କରିଛନ୍ତି ହେଲେ ଚଳିତ ଏସିଆ କପ୍ରେ କଣ ହେଲା କେଜାଣି ବଡ଼ ଟିମ୍ ବିପକ୍ଷରେ ଦୁଇ ଖେଳାଳିଙ୍କ ବ୍ୟାଟ ଚାଲିଲାନି । ଲିଗ୍ ପର୍ଯ୍ୟାରେ ପାକିସ୍ତାନକୁ ହରାଇଥିବା ଭାରତ ଫାଇନାଲ୍ରେ କିନ୍ତୁ ଆଣ୍ଠେଇଲା । ପାକିସ୍ତାନଠାରୁ ଶୋଚନୀୟ ପରାଜୟ ପରେ ବିସିସିଆଇର ମାନସ ମନ୍ଥନ । U19 ଏସିଆ କପ୍ ଫାଇନାଲ୍ରେ ପାକିସ୍ତାନ ଠାରୁ ମିଳିଥିବା ବଡ଼ ପରାଜୟକୁ କୌଣସି ପରିସ୍ଥିତିରେ ଅଣଦେଖା କରିବାକୁ ରାଜି ନୁହେଁ ବିସିସିଆଇ ।
ଅଧିକ ପଢ଼ନ୍ତୁ : ଫ୍ଲପ୍ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅଣ୍ଡର ୧୯ ଏସିଆ କପ୍ ହାରିଲା ଭାରତ
ଆୟୁଷ ମହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟ୍ରେ ଅପରାଜିତ ରହି ଫାଇନାଲ୍କୁ ପହଞ୍ଚିଥିଲା । କିନ୍ତୁ ଦୁବାଇରେ ପାକିସ୍ତାନ ଠାରୁ ୧୯୧ ରନ୍ର ବଡ଼ ବ୍ୟବଧାନରେ ପରାଜିତ ହେବା ପରେ ବିସିସିଆଇ ଟିମ୍ର ପ୍ରଦର୍ଶନକୁ ନେଇ ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ବିସିସିଆଇର ଅନଲାଇନ୍ ଏପେକ୍ସ କାଉନସିଲ ବୈଠକରେ ଏହି ପରାଜୟ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଫାଇନାଲ୍ରେ ପାକିସ୍ତାନ ୫୦ ଓଭର୍ରେ ୩୪୭/୮ ରନ୍ କରିଥିବା ବେଳେ ଭାରତ ମାତ୍ର ୧୫୬ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା ।
ଏହି ନିରାଶାଜନକ ପ୍ରଦର୍ଶନ ପରେ ବୋର୍ଡ ଟିମ୍ ମ୍ୟାନେଜର ସଲିଲ ଦତାରଙ୍କ ଠାରୁ ରିପୋର୍ଟ ମାଗିବା ସହ ହେଡ୍ କୋଚ୍ ହୃଷିକେଶ କାନିତକର ଓ କ୍ୟାପ୍ଟେନ୍ ଆୟୁଷ ମହାତ୍ରେଙ୍କ ସହ ମଧ୍ୟ ସିଧାସଳଖ ଆଲୋଚନା କରିବ । ମ୍ୟାଚ୍ରେ ଖେଳାଳିଙ୍କ ଆଚରଣକୁ ନେଇ ମଧ୍ୟ ଚିନ୍ତିତ ରହିଛି ବିସିସିଆଇ । ବୈଭବ ସୂର୍ଯ୍ୟବଂଶୀ ଓ କ୍ୟାପ୍ଟେନ୍ ଆୟୁଷ ମହାତ୍ରେ ପାକିସ୍ତାନୀ ପେସର ଅଲି ରଜାଙ୍କ ସହ ମତାନ୍ତର ଦେଖିବାକୁ ମିଳିଥିଲା । ବ୍ୟାଟରୁ ରନ ନକରି ପାଟିରେ ଜବାବ୍ ଦେଇଥିଲେ ବୈଭବ । ଏହାକୁ ନେଇ ପାକିସ୍ତାନ ଟିମ୍ ମେଣ୍ଟର ସରଫରାଜ ଅହମଦ ଭାରତୀୟ ଖେଳାଳିଙ୍କ ଆଚରଣକୁ ଅସଭ୍ୟ ବୋଲି କହି ନିନ୍ଦା କରିଥିଲେ । ଆଗାମୀ ମାସରେ U19 ବିଶ୍ୱକପ୍ ରହିଛି । ଏହା ପୂର୍ବରୁ ପରାଜୟର ସମୀକ୍ଷା କରିବାକୁ ବିସିସି ଅଣ୍ଟା ଭିଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/23/coach-captain-summoned-2025-12-23-23-06-06.png)