କନକ ବ୍ୟୁରୋ : ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ ପୂର୍ବରୁ କ୍ରିକେଟ୍ ଜଗତରେ ବଡ଼ ଝଡ଼ । ଆଇସିସି ଏବଂ ବାଂଲାଦେଶ କ୍ରିକେଟ୍ ବୋର୍ଡ ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଛି । ବାଂଲାଦେଶ ସ୍ପଷ୍ଟ କରିଛି ଯେ, ସେମାନଙ୍କ ପାଇଁ ଦେଶର ମର୍ଯ୍ୟାଦା ବିଶ୍ୱକପ୍ ଠାରୁ ଢେର୍ ଅଧିକ । ବିଶ୍ୱକପ ଖେଳିବାକୁ ଭାରତ ଆସିବନି ବାଂଲାଦେଶ ।
ଅଯଥା ଜିଦ୍ରେ ଅଟଳ ରହିଛି ବାଂଲାଦେଶ । ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲରୁ ବାହାର କରିବା ପରେ ବାଂଲାଦେଶ କ୍ରିକେଟ୍ ପଲିଟିକ୍ସ ଆରମ୍ଭ କରିଛି । ଆଇପିଏଲର ରାଗ ବିଶ୍ୱକପ୍ ମାଧ୍ୟମରେ ଶୁଝାଇବାକୁ ଚାହୁଛି ବାଂଲାଦେଶ । ନିଜ ସ୍ଥିତି ଅସମ୍ଭାଳ ଥିବା ବେଳେ ଏବେ ଭାରତ ବିରୋଧରେ ଅଭିଯୋଗ କରୁଛି ଯେ ଆମ ଖେଳାଳି ଭାରତରେ ସୁରକ୍ଷା ପାଇପାରିବେନି । ସୁରକ୍ଷା ଏବଂ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି ଆଇସିସିକୁ ଚିଠି ଲେଖିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ । ଆମର ପ୍ରାଥମିକ ଦାୟିତ୍ୱ ଖେଳାଳିମାନଙ୍କର ଯତ୍ନ ନେବା । ସେମାନଙ୍କ ବ୍ୟତୀତ ସାମ୍ବାଦିକ, ପ୍ରାୟୋଜକ ଏବଂ କ୍ରିକେଟ ପ୍ରଶଂସକ ମଧ୍ୟ ଭାରତ ଯିବେ । ଯାହା ଆମ ପାଇଁ ଚିନ୍ତା ବଢ଼ାଇବ ବୋଲି ବାଲାଂଦେଶ କ୍ରିକେଟ ବୋର୍ଡ କହିଛି । ବିଦେଶ ଯାତ୍ରା ପାଇଁ ସରକାରୀ ନିର୍ଦ୍ଦେଶ ଆବଶ୍ୟକ। ଆମେ ଏହି ବିଷୟରେ ସରକାରଙ୍କଠାରୁ ମାର୍ଗଦର୍ଶନ ଚାହୁଛୁ । ଯଦି ସୁରକ୍ଷା ପରିସ୍ଥିତିରେ ଉନ୍ନତି ନହୁଏ, ତେବେ ଆମେ ଆମର ଅଧିକାର ପାଇଁ ଲଢ଼େଇ ଜାରି ରଖିବୁ ବୋଲି ବିସିବି ଅଧ୍ୟକ୍ଷ ଅମିନୁଲ୍ ହୁସେନ୍ ବୁଲବୁଲ କହିଛନ୍ତି ।
ଅଧିକ ପଢ଼ନ୍ତୁ : ବାଂଲାଦେଶର ଦାବିକୁ ଆଇସିସିର ନା ! ଭାରତରେ ହିଁ ହେବ ବିଶ୍ୱକପ
ନିଷ୍ପତ୍ତି କେବଳ କ୍ରୀଡ଼ା ପ୍ରଶାସନର ନୁହେଁ, ରାଜନୈତିକ ଏବଂ ଜାତୀୟ ପ୍ରସଙ୍ଗ । ଦେଶର ସୁରକ୍ଷା, ସମ୍ମାନ ଏବଂ ମର୍ଯ୍ୟାଦା ବିଶ୍ୱକପ୍ଠାରୁ ଉପରେ । ଯଦି ଆମ ସର୍ତ୍ତ ମାନିବାକୁ ଆଇସିସି ପ୍ରସ୍ତୁତ ନୁହେଁ, ତେବେ ଟୁର୍ଣ୍ଣାମେଣ୍ଟରୁ ଓହରିଯିବୁ । ଶ୍ରୀଲଙ୍କା ମଧ୍ୟ ଟୁର୍ଣ୍ଣାମେଣ୍ଟର ଅନ୍ୟ ଆୟୋଜକ, ତେଣୁ ଆମ ମ୍ୟାଚ୍ ସେଠାରେ ହେଉ । ବିସିସିଆଇ ସୁରକ୍ଷା କାରଣରୁ ମୁସ୍ତାଫିଜୁରଙ୍କୁ ବାହାର କଲା, ସେଠାରେ ପରିବେଶ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ସୁରକ୍ଷା ଦୃଷ୍ଟିରୁ ଭାରତ-ପାକିସ୍ତାନ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ହୁଏ । ତେଣୁ ବାଂଲାଦେଶ ସମାନ ବ୍ୟବହାର ଆଶା କରେ । ବାଂଲାଦେଶ ପୁଣି ଥରେ ଆଇସିସିକୁ ନିଜର ପକ୍ଷ ରଖିବା ପାଇଁ ଚିଠି ଲେଖିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/08/bangladesh-2026-01-08-23-04-45.png)