କନକ ବ୍ୟୁରୋ : ବାଂଲାଦେଶର କ୍ରିକେଟ ଖେଳାଳି କଲ୍ୟାଣ ସଂଘ (ସିଡବ୍ଲୁଏବି) ପକ୍ଷରୁ ବର୍ଜନ ଧମକକୁ ପ୍ରତ୍ୟାହାର କରିନିଆଯାଇଛି । ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସହିତ ଆଲୋଚନା ପରେ ଏହି ଧର୍ମଘଟ ପ୍ରତ୍ୟାହାର କରାଯାଇଛି । ତେବେ ସଂଘ ବିସିବି ଅଧ୍ୟକ୍ଷ ଏମ୍. ନଜମୁଲ ଇସଲାମଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଟଳ ରହିଛି ।
ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ) ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ଏହାକୁ ବର୍ଜନ କରିବାକୁ ସଂଘ ଡକରା ଦେଇଥିଲା । ତେବେ ଗୁରୁବାର ରାତିରେ ସଂଘ ଓ ବିସିବି ମଧ୍ୟରେ ହୋଇଥିବା ଆଲୋଚନା ପରେ ସଂଘ ନିଜର ବର୍ଜନ ଧମକକୁ ପ୍ରତ୍ୟାହାର କରିନେଇଛି । ଏ ନେଇ ବାଂଲାଦେଶ କ୍ରିକେଟ ଖେଳାଳି କଲ୍ୟାଣ ସଂଘର ସଭାପତି ମହମ୍ମଦ ମିଥୁନ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ବାଂଲାଦେଶ କ୍ରିକେଟରେ ବିଦ୍ରୋହ! ବୟକଟ୍ ଧମକ ଦେଲେ ଖେଳାଳି
ନଜମୁଲ ଇସ୍ଲାମଙ୍କ ଦ୍ୱାରା ଖେଳାଳିଙ୍କ ବିରୋଧରେ ଦିଆଯାଇଥିବା ଏକ ଆପତ୍ତିଜନକ ବୟାନକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା । ସେ କହିଥିଲେ ଯେ ଯଦି ବାଂଲାଦେଶ ବିଶ୍ୱକପରୁ ଓହରିଯାଏ, ତେବେ ଖେଳାଳିଙ୍କର କ୍ଷତି ହେବ, ବୋର୍ଡର ନୁହେଁ । ସେ ଆହୁରି ମଧ୍ୟ କହିଥିଲେ ଯେ ବୋର୍ଡ ଏହି କ୍ଷତିର ଭରଣା କରିବ ନାହିଁ । କାରଣ ବୋର୍ଡ ଖେଳାଳିଙ୍କ ଉପରେ କୋଟି କୋଟି ଟାକା (ବାଂଲାଦେଶୀ ମୁଦ୍ରା) ବ୍ୟୟ କରିଥାଏ । କିନ୍ତୁ ଖେଳାଳି ଭଲ ପ୍ରଦର୍ଶନ ନ କଲେ ସେମାନଙ୍କୁ କ୍ଷତିପୂରଣ ମଗାଯାଏ ନାହିଁ । ଏଣୁ ଖେଳାଳି ଏହି ଅର୍ଥ ଫେରସ୍ତ କରିବା ଉଚିତ୍। ତାଙ୍କର ଏହି ବୟାନ ପରେ ଖେଳାଳିମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଖେଳାଳି କଲ୍ୟାଣ ସଂଘ ତରଫରୁ ମିଥୁନ କହିଥିଲେ ଯେ ଏପରି ବୟାନ ଦୁର୍ଭାଗ୍ୟଜନକ । ଯଦି ନଜମୁଲ ଇସ୍ତଫା ନ ଦିଅନ୍ତି, ତେବେ ସଂଘ ସବୁ ଫର୍ମାଟର କ୍ରିକେଟକୁ ବର୍ଜନ କରିବ। ଏହା ପରେ ବିସିବି ନଜମୁଲଙ୍କୁ ଅର୍ଥ କମିଟିରୁ ବିଦା କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/16/bangladesh-cricketers-2026-01-16-12-44-19.jpg)