କନକ ବ୍ୟୁରୋ: ଆଇପିଏଲରୁ ବାଂଲାଦେଶୀ କ୍ରିକେଟ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦିଆଯିବା ପରେ ଭାରତ ଓ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ତାହା ପରେ ଆଇସିସି ଓ ବିସିବି ବିବାଦକୁ ସଂପ୍ରସାରିତ ହୋଇଥିଲା । ଏସବୁ ମଧ୍ୟରେ ଖୋଦ୍ ବାଂଲାଦେଶ କ୍ରିକେଟରେ ବିବାଦ ବଢିବାରେ ଲାଗିଛି । ବାଂଲାଦେଶର ୟୁନୁସ ସରକାରଙ୍କ ନିୟନ୍ତ୍ରଣରେ ଥିବା ବିସିବି ଓ ଖେଳାଳିମାନଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏପରିକି ବିସିବି ମଧ୍ୟରେ ବିଦ୍ରୋହର ଆଶଙ୍କା ଦେଖାଗଲାଣି।
ଆହୁରି ପଢ଼ନ୍ତୁ... ରାହୁଲଙ୍କ ଶତକକୁ ଫିକା କଲେ ମିଚେଲ, ୭ ୱିକେଟ୍ରେ ଜିତିଲା ନ୍ୟୁଜିଲାଣ୍ଡ
ଏହି ବିବାଦ ଆରମ୍ଭ ହୋଇଥିଲା ବିସିବି ଅଧ୍ୟକ୍ଷ ଏମ.ନଜମୁଲ ଇସ୍ଲାମଙ୍କ ଦ୍ବାରା ଖେଳାଳିମାନଙ୍କ ବିରୋଧରେ ଦିଆଯାଇଥିବା ଏକ ବୟାନକୁ ନେଇ । ସେ କହିଥିଲେ ଯେ ଯଦି ବାଂଲାଦେଶ ବିଶ୍ବକପରୁ ଓହରିଯାଏ, ତେବେ ଖେଳାଳିମାନଙ୍କର କ୍ଷତି ହେବ, ବୋର୍ଡର ନୁହେଁ । ସେ ଆହୁରି ମଧ୍ୟ କହିଥିଲେ ଯେ ବୋର୍ଡ ଏହି କ୍ଷତିର ଭରଣା କରିବ ନାହିଁ । କାରଣ ବୋର୍ଡ ଖେଳାଳିମାନଙ୍କ ଉପରେ କୋଟି କୋଟି ଟାକା (ବାଂଲାଦେଶୀ ମୁଦ୍ରା) ବ୍ୟୟ କରିଥାଏ । କିନ୍ତୁ ଖେଳାଳିମାନେ ଭଲ ପ୍ରଦର୍ଶନ ନ କଲେ ସେମାନଙ୍କୁ କ୍ଷତିପୂରଣ ମଗାଯାଏ ନାହିଁ । ଏଣୁ ଖେଳାଳିମାନେ ଏହି ଅର୍ଥ ଫେରସ୍ତ କରିବା ଉଚିତ୍ ।
ତାଙ୍କର ଏହି ବୟାନ ପରେ ଖେଳାଳିମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଂଲାଦେଶ କ୍ରିକେଟ ଖେଳାଳି କଲ୍ୟାଣ ସଂଘର ସଭାପତି ମହମ୍ମଦ ମିଥୁନ କହିଛନ୍ତି, ଯେ ଏପରି ବୟାନ ଦୁର୍ଭାଗ୍ୟଜନକ । ଯଦି ନଜମୁଲ ଇସ୍ତଫା ନ ଦିଅନ୍ତି, ତେବେ ଖେଳାଳିମାନେ ସବୁ ଫର୍ମାଟର କ୍ରିକେଟକୁ ବୟକଟ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/15/bangladesh-2026-01-15-09-45-32.png)