All Odisha Kabaddi Premier League Photograph: (Kanak News)
କନକ ବ୍ୟୁରୋ : ପଟିଆଗଡ଼ ସ୍ପୋର୍ଟ୍ସ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ୬ଷ୍ଠ ନିଖିଳ ଓଡ଼ିଶା ପୁରୁଷ କବାଡ଼ି ପ୍ରିମିୟର ଲିଗରେ ମହାବୀର ୱାରିୟର୍ସ ବିଜେତା ହୋଇଛି । ଫାଇନାଲ୍ରେ ମହାବୀର ୱାରିୟର୍ସ ୩୩-୩୩ (୬-୪)ରେ ମା’ ମଙ୍ଗଳା ଦଳକୁ ପରାସ୍ତ କରିଥିଲା । ଉଦ୍ଯାପନୀ ଉତ୍ସବରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଧାୟିକା ସୋଫିଆ ଫିର୍ଦୋସ, ବିଧାୟକ ସାରଦାପ୍ରସାଦ ପ୍ରଧାନ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।
ଅଧିକ ପଢ଼ନ୍ତୁ : ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍; ୯ ୱିକେଟ୍ରେ ଜିତିଲା ଉତ୍କଳ
ଲକ୍ଷ୍ମୀପ୍ରିୟା ପରିଡ଼ା, ଚିତ୍ତରଞନ ପାତ୍ର, ସନ୍ତୋଷ ପରିଡ଼ା, ସୁବାସ ପାତ୍ର, ସଞ୍ଜୟ ସେଠୀ, ଅଜୟ ବେହେରା, ସୂର୍ଯ୍ୟକାନ୍ତ ମହାନ୍ତି, ଶ୍ରୀମୟୀ ମିଶ୍ର, ପ୍ରଦୀପ ଜେନା, ପ୍ରଶାନ୍ତ ପରିଡ଼ା, ପିଣ୍ଟୁ ପାତ୍ର, ରିଙ୍କୁ ବଡ଼ଜେନା, ଅଜୟ ନାୟକ, ଯଯାତି ଜେନା ଓ ଟିକି ନାୟକଙ୍କ ସହ କ୍ଲବ୍ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ମୋଟ ୬ଟି ଦଳ ଏହି ଲିଗ୍ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଆଗାମୀ ସଂସ୍କରଣଠୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଆୟୋଜନ କରାଯିବ ବୋଲି ସଭାପତି ସୁବାସ ପରିଡ଼ା ସୂଚନା ଦେଇଛନ୍ତି ।
Follow Us