କନକ ବ୍ୟୁରୋ : କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଏମ୍ଜିଏମ୍ ପଡ଼ିଆରେ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାରେ ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟ ୯ ୱିକେଟ୍ରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦକ୍ଷିଣ ବିହାରକୁ ପରାସ୍ତ କରିଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦକ୍ଷିଣ ବିହାର ପ୍ରଥମେ ବ୍ୟାଟିଂ କରି ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୭୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ।
ଅଧିକ ପଢ଼ନ୍ତୁ : ଅସ୍ମିତା ଭାରୋତ୍ତୋଳନ ଲିଗ୍: ମୌସୁମୀଙ୍କୁ ୨ ସ୍ୱର୍ଣ୍ଣ; ଓଡ଼ିଶା କନିଷ୍ଠ, ବରିଷ୍ଠ ଦଳ ଉପବିଜେତା
ଜବାବରେ ଉତ୍କଳ ବିଶ୍ୱବିଦ୍ୟାଳୟ ମାତ୍ର ଗୋଟିଏ ୱିକେଟ୍ ହରାଇ ୭୨ ରନ୍ର ଛୋଟିଆ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଗଣେଶ ତୋମର ମାତ୍ର ୧୪ ରନ୍ ବ୍ୟୟ କରି ୫ ୱିକେଟ୍ ସଫଳତା ଲାଭ କରିବା ଉଲ୍ଲେଖନୀୟ ରହିଥିଲା । ସେହିଭଳି ଅନ୍ୟ ମ୍ୟାଚ୍ଗୁଡ଼ିକରେ ଉତ୍ତର ବେଙ୍ଗଲ ବିଶ୍ୱବିଦ୍ୟାଳୟ ୫ ୱିକେଟ୍ରେ ସୋଆ ବିଶ୍ୱବିଦ୍ୟାଳୟକୁ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ୮୧ ରନ୍ରେ ଓୟୁଏଟିକୁ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ୮ ୱିକେଟ୍ରେ ବିଶ୍ୱ ଭାରତୀ ସ୍ପୋର୍ଟସ ବୋର୍ଡକୁ, ପଣ୍ଡିତ ରବିଶଙ୍କର ବିଶ୍ୱବିଦ୍ୟାଳୟ ୧୦ ୱିକେଟ୍ରେ ରାଞ୍ଚି ବିଶ୍ୱବିଦ୍ୟାଳୟକୁ, ସିଦ୍ଧାର୍ଥ ବିଶ୍ୱବିଦ୍ୟାଳୟ ୧୫୪ ରନ୍ରେ ଆଲିହା ବିଶ୍ୱବିଦ୍ୟାଳୟକୁ, ମଗଧ ବିଶ୍ୱବିଦ୍ୟାଳୟ ୪୪ ରନ୍ରେ କିଟ୍ ବିଶ୍ୱବିଦ୍ୟାଳୟକୁ, ହେମଚନ୍ଦ ବିଶ୍ୱବିଦ୍ୟାଳୟ ୫୦ ରନ୍ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ, ମୁଙ୍ଗେର ବିଶ୍ୱବିଦ୍ୟାଳୟ ୫୩ ରନ୍ରେ ଇକ୍ଫାଇ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ସିକିମ ବିଶ୍ୱ ବିଦ୍ୟାଳୟ ନଆସିବାରୁ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ୱାକୋଭର ପାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/13/utkal-university-2026-01-13-19-45-36.jpeg)