Kalinga Stadium Photograph: (Kalinga Stadium)
କନକ ବ୍ୟୁରୋ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ଥିବା ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ୍ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିଅର ବ୍ୟାଡ୍ମିଣ୍ଟନ ଚମ୍ପିୟାନସିପର ପଞ୍ଚମ ଦିନରେ ଉଭୟ ବୟସ ବର୍ଗରେ ସମସ୍ତ ବିଭାଗର ଫାଇନାଲ ଲାଇନ ଚୂଡାନ୍ତ ହୋଇଯାଇଛି । ପଞ୍ଚମ ଦିନର ଖେଳରେ ଓଡ଼ିଆ ଖେଳାଳି ତନଭି ପତ୍ରି
୧୫ବର୍ଷରୁ କମ ବୟସ ବର୍ଗର ସେମି ଫାଇନାଲରେ ତେଲେଙ୍ଗାନାର ହାମସିନୀ ଚଦରମଙ୍କୁ 21-12ଓ 21-19ପଏଣ୍ଟର ଦୁଇଟି ଗେମରେ ପରାଜିତ କରି ଫାଇନାଲରେ ପହଞ୍ଚିଛନ୍ତି । ଏହି ବୟସ ବର୍ଗର ଅନ୍ୟ ସେମିରେ ତେଲେଙ୍ଗାନାର ଅବନି ବିକ୍ରମ ଗୋବିନ୍ଦ ପଞ୍ଜାବର ଇନାୟତ ଗୁଲାଟିଙ୍କୁ 21-14,21-13 ର ଦୁଇଟି ଗେମରେ ହରାଇ ଫାଇନାଲରେ ତନଭି ପତ୍ରିଙ୍କୁ ଭେଟିବେ l
ଆହୁରି ପଢ଼ନ୍ତୁ : ଖୋଲିଲା କାଉଣ୍ଟର, ବାରବାଟୀରେ ଟିକେଟ ପାଇଁ ଅସମ୍ଭାଳ ଭିଡ଼
୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲ ସେମିରେ ମଧ୍ୟ ତନଭି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ଆନ୍ଧ୍ର ପ୍ରଦେଶର ହସାନା ଶ୍ରୀଙ୍କୁ 21-11,21-4 ର ସିଧାସଳଖ ଦୁଇ ଗେମରେ ହରାଇ ଏହି ବର୍ଗର ଅନ୍ୟ ସେମିଫାଇନାଲ ଜିତିଥିବା ତାମିଲନାଡୁ ଖେଳାଳି ଦୀକ୍ଷା ଏସ. ଆରଙ୍କୁ ଫାଇନାଲ ମୁକାବିଲାରେ ଭେଟିବେ ।
ଆହୁରି ପଢ଼ନ୍ତୁ : ଖୋଲିଲା କାଉଣ୍ଟର, ବାରବାଟୀରେ ଟିକେଟ ପାଇଁ ଅସମ୍ଭାଳ ଭିଡ଼
ବାଳକ 15 ବର୍ଷରୁ କମ୍ ବିଭାଗର ସେମି ଫାଇନାଲ ଲଢେଇରେ କର୍ଣ୍ଣାଟକର ପୁଷ୍କର ସାଇ ତେଲେଙ୍ଗାନାର ଶ୍ରୀଚେତନ ସୌର୍ୟ ସାମଲାଙ୍କୁ 21-8 21-13 ପଏଣ୍ଟରେ ହରାଇ ଫାଇନାଲ ପହଞ୍ଚିଛନ୍ତି l ଏହି ବିଭାଗ ଦ୍ଵିତୀୟ ସେମିରେ ଦିଲ୍ଲୀର ହର୍ଷିତ ଖତ୍ରୀ ରାଜସ୍ଥାନର ଅଂଶୁମାନ ଚୌଧୁରୀଙ୍କୁ 21-10,21-14 ପଏଣ୍ଟ ହରାଇ ଫାଇନାଲରେ ପହଞ୍ଚି ଯାଇଛନ୍ତି l ୧୫ ବର୍ଷରୁ କମ୍ ବାଳିକା ଡବଲସ ସେମିରେ ଓଡ଼ିଆ ଯୋଡି ସ୍ଵାତୀ ନାୟକ ଓ ନିମିଶା ଓଝା ତାମିଲନାଡୁ ଯୋଡି ନୟୋନିକା. ଏ. ଏବଂ ଧନ୍ୟା. ଏସ.ଜେଙ୍କୁ 21-16,9-21,21-12 ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି । ଏହି ବିଭାଗର ଅନ୍ୟ ସେମିରେ ମହାରାଷ୍ଟ୍ର ଯୋଡି ସରାୟୁ ରଂଜନେ ଏବଂ ସୋୟାର ସେଲାର ତାମିଲନାଡୁ ଯୋଡି ଭଭନ୍ଥିଗା ରାମକୁମାର ଏବଂ ୟାଲିନି ଏସ. କେଙ୍କୁ 21-14,21-12 ପଏଣ୍ଟରେ ହରାଇ ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶାଙ୍କ ସହ ମୁକାବିଲା କରିବେ l ୧୭ ବର୍ଷ କମ୍ ବାଳକ ବିଭାଗରେ ଟପ୍ ସ୍ପିଡ୍ ଜଗସେର ସିଂ ଖାଙ୍ଗୁରା ଆସାମର ବର୍ଣ୍ଣିଲ ଆକାଶଙ୍କୁ 21-19,21-12 ହରାଇ ଫାଇନାଲରେ ପହଞ୍ଚିଛନ୍ତି l
ଆହୁରି ପଢ଼ନ୍ତୁ : ଖୋଲିଲା କାଉଣ୍ଟର, ବାରବାଟୀରେ ଟିକେଟ ପାଇଁ ଅସମ୍ଭାଳ ଭିଡ଼
ଏହି ବିଭାଗର ଅନ୍ୟ ସେମିଫାଇନାଲ ଲଢେଇ ପଞ୍ଜାବର ବିରାଜ ଶର୍ମା ଓ ମହାରାଷ୍ଟ୍ରର ଦେବ ରୂପରେଲିଆଙ୍କ ମଧ୍ୟରେ ହୋଇଥିଲା । ଏହି ସଂଘର୍ଷ ପୂର୍ଣ୍ଣ ଲଢେଇରେ ବିରାଜ ଶର୍ମା 13-21,21-19 ଓ 21-19 ପଏଣ୍ଟରେ ବିଜୟୀ ହୋଇ ଫାଇନାଲରେ ପଞ୍ଜାବର ଜଗସେର ସିଂଙ୍କୁ ଭେଟିବେ l ୬ ତାରିଖ ପୂର୍ବାହ୍ନ ସମୟ ୧୧ ଘଣ୍ଟାରେ ଏହି ଜାତୀୟ ଚାମ୍ପିୟନସିପର ସମସ୍ତ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓସବା ତଥା ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି l
Follow Us