କନକ ବ୍ୟୁରୋ: ଖୋଲିଲା କାଉଣ୍ଟର । ଟିକେଟ୍‌ ପାଇଁ ଲାଗିଛି ଲମ୍ବା ଲାଇନ । କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ଏଥିପାଇଁ  ତା’ ପୂର୍ବରୁ ଲାଗିଛି କାଉଣ୍ଟର ଆଗରେ ଲାଗିଛି ଲମ୍ବା ଲାଇନ । ଟିକେଟ୍‌ ପାଇବା ପାଇଁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ଫ୍ୟାନ ।

Advertisment

କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ଗତକାଲି ସନ୍ଧ୍ୟାରୁ ଫ୍ୟାନ୍ ଟିକେଟ୍‌ ପାଇଁ ଷ୍ଟାଡିୟମ ବାହାରେ ଜମା ହୋଇଛନ୍ତି । ପରିସ୍ଥିତି ଅଣାୟତ ହେବାରୁ ଟିକେଟ୍‌ କାଉଁଟର ବାହାରେ ବାଉଁଶର ନିୟୋଜିତ ହୋଇଛି ।  ଦର୍ଶକଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ନକେଦମ ହୋଇଥିଲା । କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଜମିଥିବା ବେଳେ ଫ୍ୟାନଙ୍କ ଭିତରେ ଅସନ୍ତୋଷ ବି ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ: ଲାଗିବ ଚୌକା ଛକା, ଜମିବ ଫଟାଫଟ୍ କ୍ରିକେଟ୍‌; ବାରବାଟୀରେ ମଜା ବଢ଼ାଇବ ‘ନାଲି ମାଟିର ପିଚ୍‌’

ତେବେ ଗତକାଲି ସନ୍ଧ୍ୟାରୁ ଫ୍ୟାନ୍ ଟିକେଟ୍‌ ପାଇଁ ଷ୍ଟାଡିୟମ ବାହାରେ ଜମା ହୋଇଥିଲେ । ପରେ ସ୍ଥିତି ସାଂଘାତିକ ହୋଇଥିଲା ସ୍ଥିତି । ଦର୍ଶକଙ୍କୁ ନିୟନ୍ତ୍ରଣ କରିବାରେ ପୁଲିସ ନାକେଦମ ହୋଇଥିଲା । ତେବେ ଅସମ୍ଭାଳ ଭିଡ଼କୁ ନଜରରେ ରଖି ପୁଲିସ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍‌ ଭିତରକୁ ଛାଡ଼ିଥିଲା । ଆଜି ମଧ୍ୟ ସମାନ ସ୍ଥିତି ଲାଗି ରହିଛି । କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଜମିଥିବା ବେଳେ ଫ୍ୟାନଙ୍କ ଭିତରେ ଅସନ୍ତୋଷ ବି ଦେଖିବାକୁ ମିଳିଛି ।