ବୈଭବ ସୂର୍ଯ୍ୟବଂଶୀଙ୍କୁ ବଡ଼ ସୁଯୋଗ; ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ଭାରତ 'ଏ' ଦଳରେ ସାମିଲ

ନିକଟରେ ବିହାର ଘୋଷଣା କରିଥିଲା ରଣଜୀ ଟ୍ରଫି ଦଳ । ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ନିଯୁକ୍ତ କରିଛି ବିହାର କ୍ରିକେଟ୍‌ ।

Vaibhav Suryavanshi

Vaibhav Suryavanshi Photograph: (Kanak News)

କନକ ବ୍ୟୁରୋ : ୧୪ ବର୍ଷୀୟ ବୈଭବ ରାଇଜିଂ ଏସିଆ କପ୍‌ ପାଇଁ ଭାରତ ‘ଏ’ ଦଳରେ ସାମିଲ । ବୈଭବଙ୍କ କ୍ୟାରିୟରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ୍‌ । ଆଇପିଏଲ୍‌ ଓ ଅଣ୍ଡର-୧୯ରେ ଭଲ ପ୍ରଦର୍ଶନ କରିଥିଲେ ବୈଭବ । ବୈଭବଙ୍କ ବ୍ୟତୀତ ନେହାଲ ୱାଢେରା, ରମଣଦୀପ, ଆଶୁତୋଷ ଶର୍ମା ଏବଂ ସୂୟଶ ଶର୍ମାଙ୍କ ଭଳି ଆଇପିଏଲ୍‌ ତାରକା ଟିମ୍‌ରେ ସାମିଲ । ଜିତେଶ ଶର୍ମା ଅଧିନାୟକ ଏବଂ ନମନ ଧୀରଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।ଭାରତ ‘ଏ’ ଟିମ୍‌କୁ ଗ୍ରୁପ୍ ‘ବି’ ରେ ରଖାଯାଇଛି । ଭାରତ ସହ ଓମାନ୍‌, ୟୁଏଇ ଏବଂ ପାକିସ୍ତାନ ‘ଏ’ ଦଳରେ ରହିଛି । ଟୁର୍ଣ୍ଣାମେଣ୍ଟ୍ କତାରର ଦୋହା ଠାରେ ନଭେମ୍ବର ୧୪ ରୁ ୨୩ ପର୍ଯ୍ୟନ୍ତ ଖେଳାଯିବ । ଭାରତ ନଭେମ୍ବର ୧୪ ରେ ୟୁଏଇକୁ ଭେଟିବ । ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାକିସ୍ତାନ ‘ଏ’ ସହିତ ନଭେମ୍ବର ୧୬ ରେ ଖେଳିବ ଭାରତ ।

ନିକଟରେ ବିହାର ଘୋଷଣା କରିଥିଲା ରଣଜୀ ଟ୍ରଫି ଦଳ । ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ନିଯୁକ୍ତ କରିଛି ବିହାର କ୍ରିକେଟ୍‌ । ନିକଟରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଭାରତର ୧୯ ବର୍ଷରୁ କମ୍ ଦଳକୁ ବିଜୟୀ କରାଇବାରେ ବୈଭବଙ୍କ ରୋଲ୍‌ ଅଧିକ ଥିଲା । ପରେ, ବୈଭବ ସୂର୍ଯ୍ୟବଂଶୀଙ୍କ ଚମତ୍କାରିତା ଏବେ ତାଙ୍କ ରାଜ୍ୟ ବିହାର ପାଇଁ ଦେଖାଯିବ ।

ଅଧିକ ପଢ଼ନ୍ତୁ : ବଢୁଛି ବୈଭବଙ୍କ କ୍ରେଜ୍, ଭେଟିବାକୁ ୬ ଘଣ୍ଟା ଯାତ୍ରା କରି ପହଞ୍ଚିଲେ ମହିଳା ପ୍ରଶଂସକ

କ୍ରିକେଟରେ ଅସାଧାରଣ ପ୍ରଦର୍ଶନ ପାଇଁ ପରିଚିତ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଆଉ ଏକ ଜଲୱା ଦେଖାଛନ୍ତି । ମାତ୍ର ୧୪ ବର୍ଷରେ ବିହାର କ୍ରିକେଟ ରଣଜୀ ଦଳରେ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି ଆଇପିଏଲ୍‌ର ଷ୍ଟାର ବ୍ୟାଟର । ରଣଜୀ ଟ୍ରଫିର ପ୍ରଥମ ଦୁଇ ରାଉଣ୍ଡ ପାଇଁ ବୈଭବ ଉପଅଧିନାୟକ ରହିବେ କାରଣ ୨୦୨୬ରେ ଅଣ୍ଡର-୧୯ ବିଶ୍ୱକପ୍ ହେବ । ବୈଭବ କ୍ରିକେଟରେ ତାଙ୍କର ଅସାଧାରଣ ପ୍ରଦର୍ଶନୀ ପାଇଁ ପରିଚିତ । ଇଣ୍ଡିଆନ୍ ପ୍ରିମିୟର୍ ଲିଗରେ ରାଜସ୍ଥାନ ରୟାଲ୍ସ ଦ୍ୱାରା ନିଲାମରେ କିଣାଯାଇଥିଲେ ବୈଭବ । ଆଉ ଯେବେ ସୁଯୋଗ ମିଳିଲା ବଡ଼ ବଡ଼ କ୍ରିକେଟରୁ ଚମକାଇ ଦେଇଥିଲେ ବୈଭବ । ବୈଭବ ଆଇପିଏଲ୍ ଚୁକ୍ତି ପାଇଥିବା ସବୁଠାରୁ କମ୍ ବୟସ ଖେଳାଳି ପାଲଟିଥିଲେ । ବିହାର କ୍ରିକେଟ୍ ସଂଘ ବା ବିସିଏର ଏହି ଘୋଷଣା ରାଜ୍ୟରେ ଉତ୍ସାହର ସୃଷ୍ଟି କରିଛି । ସୂର୍ଯ୍ୟବଂଶୀଙ୍କ ନେତୃତ୍ୱାଧୀନ ଦଳ ପ୍ରଥମ ରାଉଣ୍ଡରେ ମଧ୍ୟପ୍ରଦେଶକୁ ଭେଟିବ । ତାଙ୍କର ବ୍ୟାଟିଂ କୌଶଳ ଏବଂ ନେତୃତ୍ୱ ଗୁଣ ଦ୍ୱାରା ବିହାର ଦଳକୁ ନୂତନ ଦିଗ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe