କନକ ବ୍ୟୁରୋ : ମହିଳାଙ୍କ ଦେହରେ ସବାର ହୋଇଛି ମୃତ ଶିଶୁର ପ୍ରେତ । ଏକବିଂଶ ଶତାବ୍ଦିରେ ଭୂତପ୍ରେତ ଯେ କାହା ଦେହରେ ସବାର ହୋଇପାରେ ଏଭଳି ଅନ୍ଧବିଶ୍ୱାସ ବି ରହିଛି । କନକ ନ୍ୟୁଜ୍ ଏଭଳି ଅନ୍ଧବିଶ୍ୱାସକୁ ଆଦୌ ସମର୍ଥନ କରେନାହିଁ । କିନ୍ତୁ ନୟାଗଡ ଯଦୁପୁରରେ ଏହି ମହିଳାଙ୍କ ଦେହରେ ଏକ ସାଢେ ପାଂଚ ବର୍ଷ ମୃତ ଶିଶୁର ଆତ୍ମା ସବାର ହୋଇଥିବା ଦାବି କରାଯାଇଛି ।
ଏପରିକି ଜୀବିତ ମହିଳାଙ୍କ ଦେହରେ ମୃତ ଶିଶୁର ପ୍ରେତ ପସି ତାର ହତ୍ୟାକାରୀ ବାବଦରେ ସୂଚନା ଦେଇଛି । ବଡ କଥା ହେଉଛି ପ୍ରେତ ଦେଇଥିବ ଏହି ସୂଚନା ଅଧାରରେ ହତ୍ୟାକାରୀକୁ ଧରିବା ପାଇଁ ଦାବି କରିଛନ୍ତି ଗାଁର ପାଠ ପଢୁଆ ସରପଂଚ । ଆଇଟି ଯୋଗ୍ୟତା ସମ୍ପନ୍ନ ହୋଇ ମଧ୍ୟ ଏକ ଅନ୍ଧବିଶ୍ୱାସକୁ ସମର୍ଥନ କରି ହତ୍ୟାକାରୀର ସୁରାକ ଖୋଜିବା ପାଇଁ ଦାବି କରିଛନ୍ତି ଲକ୍ଷ୍ମୀପ୍ରସାଦ ପଂଚାୟତର ସରପଂଚ ସୌମ୍ୟରଂଜନ ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/vlcsnap-2020-08-01-14h32m04s41.png)