ଆଇଫୋନରେ ‘ଆଇ’ର ଅର୍ଥ କଣ ? ଜାଣନ୍ତୁ ଏହାର ସତ୍ୟତା

118

ବିଶ୍ୱର ପ୍ରାୟତଃ ଅଧିକାଂଶ ଲୋକେ ଆପଲ୍ କଂପାନୀର ଦାମୀ ମୋବାଇଲ୍, ଟାବଲେଟ୍ ଏବଂ ଲ୍ୟାପଟପ କିଣିବା ପାଇଁ ପାଗଳ ଅଟନ୍ତି । ଯେବେକି ଲୋକଙ୍କୁ ଆଇଫୋନ, ଆଇ ପ୍ୟାଡ୍ କିଣିବାରେ ଏକ ଅଲଗା ଅନୁଭବ ଆସିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ପସନ୍ଦିଆ ମୋବାଇଲ୍ ତଥା ଆଇଫୋନରେ ଥିବା ‘ଆଇ’ର ଅର୍ଥ କଣ ? କେବେ ଏକଥା ଚିନ୍ତା କରିଛନ୍ତି କି ଆପଲ୍ କଂପାନୀ ତା’ର ସମସ୍ତ ପ୍ରଡକ୍ଟ ତଥା ମୋବାଇଲ୍, ଟାବଲେଟ୍ ଏବଂ କମ୍ପ୍ୟୁଟରର ଆଦିରେ ‘ଆଇ’ କାହିଁକି ଲେଖିଥାଏ । ଯଦି ଏସଂପର୍କରେ ଆପଣ ଜାଣି ନାହାଁନ୍ତି ତେବେ ପଢନ୍ତୁ ଏହି ଖବର ।

ସୂଚନା ମୁତାବକ, ଯେତେବେଳେ ଷ୍ଟେଭ୍ ଜବ୍ସ ୧୯୯୮ରେ ବିଶ୍ୱରେ ‘ଆଇ ମ୍ୟାକ୍’ର ଲଂଚ କରିଥିଲା ସେତେବେଳେ ସେ ନିଜର ପ୍ରେଜେଂଟେସନରେ ‘ଆଇ’ର ପାଂଚଟି ଅର୍ଥ କହିଥିଲେ । ଯାହା ଥିଲା ଇଂଟରନେଟ୍, ଇଣ୍ଡିଭିଜ୍ୟୁଆଲ୍ , ଇଷ୍ଟ୍ରାଟ, ଇନଫର୍ମ ଏବଂ ଇମ୍ପାୟର । ଯେଉଁଥିରେ ମୁଖ୍ୟ ହେଉଛି ‘ଇଂଟରନେଟ୍’ । କାରଣ ଯେତେବେଳେ ‘ଆଇ ମ୍ୟାକ୍’ ଲଂଚ ହୋଇଥିଲା ସେତେବେଳେ ଇଂଟରନେଟ୍ ଲୋକମାନଙ୍କ ପାଇଁ ଏକ ନୁଆ ଶଦ୍ଦ ଥିଲା ଏବଂ ‘ଆଇ ମ୍ୟାକ୍’ ଏକ ଏଭଳି କମ୍ପ୍ୟୁଟର ଯାହା ଲୋକଙ୍କୁ ଇଂଟରନେଟ୍ ଦୁନିଆ ସହିତ ଯୋଡିଥାଏ ସେହି ସମୟରେ ମାର୍କେଟିଂ ପାଇଁ ‘ମ୍ୟାକ୍’ ସାମ୍ନାରେ ‘ଆଇ’ ଲଗାଯାଇଥିଲା । ଯାହାଦ୍ୱାରା ଲୋକେ ଜାଣିପାରିବେ କି ଏଥିରେ ଇଂଟରନେଟର ପ୍ରୟୋଗ କରିବା ସମ୍ଭବପର ବୋଲି । ଆଉ ଏହି ସମୟରେ ହିଁ ଏହାର ମାର୍କେଟିଂ ଷ୍ଟ୍ରାଟେଜି ଖୁବ୍ ସଫଳ ହୋଇଥିଲା ।

ତେବେ ଆଜିକା ଦିନରେ ଆପଲ ତା’ର ସମସ୍ତ ପ୍ରଡକ୍ଟ ଆଗରେ ‘ଆଇ’ ଲଗାଇବାକୁ ଏକ ପ୍ରଥା ଭଳି ପାଳନ କରୁଛି । ଆପଲ୍ କଂପାନୀର ଘଂଟା ଯାହାକୁ ଆପଲ୍ ୱାଚ୍ କୁହାଯାଏ । ଏହାକୁ ଛାଡିଦେଲା ପରେ ବାକି ସମସ୍ତ ଆପଲ୍ ପ୍ରଡକ୍ଟଗୁଡିକ ‘ଆଇ’ ଅକ୍ଷରରୁ ହିଁ ଆରମ୍ଭ ହୋଇଥାଏ । ବର୍ତ୍ତମାନ ସମୟରେ ଆଇ ଅକ୍ଷରଟି ଏତେ ଫେମସ ହୋଇଯାଇଛି କି ନିଜର ସମସ୍ତ ପ୍ରଡକ୍ଟରେ ‘ଆଇ’ ଅକ୍ଷରଟିକୁ ଏକ କପି ରାଇଟ୍ ଭଳି ବ୍ୟବହାର କରୁଛି ଆପଲ୍ କଂପାନୀ ।

ଏହା ସହ ମଧ୍ୟ ପଢନ୍ତୁ-ଜାଣନ୍ତୁ ‘ଆପଲ୍’ର ଅଧା ସେଓ ଲୋଗୋ ପଛର ଭୟାନକ ରହସ୍ୟ !