ଜାଣନ୍ତୁ ‘ଆପଲ୍’ର ଅଧା ସେଓ ଲୋଗୋ ପଛର ଭୟାନକ ରହସ୍ୟ !

96

ବିଶ୍ୱରେ ଏଭଳି କୌଣସି ମୋବାଇଲ୍ ୟୁଜର୍ସ ନାହିଁ, ଯିଏ କି ଦୁନିଆର ବିଖ୍ୟାତ କଂପାନୀ ଆପଲ୍ ଜରିଆରେ ତିଆରି ହୋଇଥିବା ଆଇଫୋନ ସଂପର୍କରେ ଜାଣି ନାହିଁ । ଆଜିକା ଦିନରେ ଏହା ଏକ ଭଲ ବ୍ରାଣ୍ଡର କଂପାନୀ ହୋଇ ଠିଆ ହୋଇଛି । ତେବେ କେବଳ ଆପଲ୍ ସ୍ମାର୍ଟଫୋନ୍ ନୁହେଁ ବରଂ ତାର ଲୋଗୋ ପଛରେ ମଧ୍ୟ ଅନେକ କାହାଣୀ ଲୁଚି ରହିଛି । ଆରମ୍ଭ ଦିନରୁ ହିଁ ଏକ ଭଲ ତଥା ସର୍ବୋକୃଷ୍ଠ କଂପାନୀ ଭାବେ ଆପଲ୍ ନିଜର ଲୋଗୋକୁ ମଧ୍ୟ ପ୍ରଦର୍ଶନ କରିଆସିଛି । କିନ୍ତୁ ତାର କଟା ତଥା ଅଧା ସେଓ ହିଁ ତା’ର ବ୍ରାଣ୍ଡର ପରିଚୟ ହୋଇଛି । ତେବେ ଏବେ ପ୍ରଶ୍ନ ଉଠିଛି କି, ଏଭଳି ଏକ ଅଜବ ଧରଣର ଲୋଗୋ କାହିଁକି ଷ୍ଟେଭ୍ ଜବ୍ସ ଏବଂ ତାଙ୍କ ସହଯୋଗୀଙ୍କ ମନ ଭିତରେ ଆସିଥିଲା । ଆଉ ଯାହାକୁ ନେଇ ଆଜି ମଧ୍ୟ ପରଦା ପଡି ରହିଛି । ତେବେ ଆସନ୍ତୁ ଜାଣବା ଏହି ଲୋଗୋକୁ ନେଇ ଏକ୍ସପର୍ଟଙ୍କର କଣ ସବୁ ଧାରଣ ରହିଛି ।

ଆପ୍ପଲର ଏହି ଲୋଗୋ ପଛରେ ଇଂଲଣ୍ଡର ଜଣେ କମ୍ପ୍ୟୁଟର ସାଇଂଟିଷ୍ଟ୍ ଏଲନ୍ ମାଥିସନ ଟୁରିଂଙ୍କ କାହାଣୀ କୁହାଯାଇଛି । ଏଲନ୍ ଯିଏ କି ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜର୍ମାନୀର ‘ଏନିଗ୍ମା ମେସିନ’ର କୋଡକୁ ଭାଙ୍ଗି ଥିବା ‘ଟ୍ୟୁରିଂ ମେସିନ୍’ ର ଆବିଷ୍କାର କରିଥିଲେ । ଯାହା କି ବ୍ରିଟେନକୁ ଯୁଦ୍ଧରେ ଲଢିବାକୁ ବହୁତ ସହଯୋଗ କରିଥିଲା ।
କିନ୍ତୁ ଏହାସବୁସତ୍ୱେ ବି ଏଲନ୍ ଜଣେ ହୋମୋ-ସେକ୍ସୟୁଆଲଟି ଥିଲେ । ଯାହା ଥିଲା ତାଙ୍କ ଜୀବନର ସବୁଠାରୁ ବଡ ଅପରାଧ । ଏଥିପାଇଁ ତାଙ୍କୁ ବହିବାକୁ ପଡିଥିଲା ଅନେକ ନିର୍ଯ୍ୟାତନା । ସରକାରଙ୍କ ନିର୍ଯ୍ୟାତନା ଏବଂ ନାନା ଅପବାଦକୁ ସହି ନପାରି ଏଲନ୍ ଦିନେ ଆତ୍ମହତ୍ୟା କରିଦେଇଥିଲେ । ତେବେ କୁହାଯାଏ, ଏଲନଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ଘରର ଯାଂଚ କରାଯାଇଥିଲା ସେତେବେଳେ ତାଙ୍କ ମୃତଶରୀର ନିକଟରୁ ଏକ କଟା ତଥା ଅଧା ସେଓ ଉଦ୍ଧାର କରାଯାଇଥିଲା । ଯାହାକୁ ସମ୍ଭବତଃ ଏଲନ୍ ତାଙ୍କ ମୃତ୍ୟୁ ସମୟରେ ହିଁ ସେବନ କରିଥିଲେ ।

ବିଶେଷଜ୍ଞଙ୍କ ମତରେ ୨୦୦୭ରେ ଯେତେବେଳେ ଆପଲର ସ୍ଥାପନା ହୋଇଥିଲା ତେବେ ଷ୍ଟେଭ୍ ଜବ୍ସ ଏବଂ ତାଙ୍କ ଟିମ୍ ଏଲନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ନିଜର ବ୍ରାଣ୍ଡର ଲୋଗୋକୁ ଏକ ଅଧାଖିଆ ଯାଇଥିବା ତଥା ଅଧା ଥିବା ସେଓ ରଖିଥିଲେ । ଯଦିଓ ଏହି ଦାବିରେ କେତେ ଦମ୍ ଅଛି ସେ ସଂପର୍କରେ କିଛି କୁହାଯାଇ ପାରିବ ନାହିଁ କିନ୍ତୁ ଏହାସବୁସତ୍ୱେ ମଧ୍ୟ ଆପଲ୍ ବାହାନାରେ ହିଁ ଏଲନଙ୍କୁ ଅମର ରଖାଯାଇଛି ।