କନକ ବ୍ୟୁରୋ: ଅକ୍ଟୋବର ସରିବାକୁ ବସିଲାଣି ହେଲେ ରାଜ୍ୟରେ ଏଯାଏଁ ଶୀତର ଖୋଜ ଖବର ନାହିଁ । ସାଧାରଣତଃ ଓଡ଼ିଶାରେ ଅକ୍ଟୋବର ଆରମ୍ଭରୁ ହିଁ କାଶତଣ୍ଡି କାନରେ ଗୀତ ଗାଇ ଗାଇ ଶୀତ ପହିଲି ଛୁଆଁ ଦେଇଥାଏ । ହେଲେ ଏଯାଏଁ ପାଣିପାଗରେ ପୂରା ଓଲଟପାଲଟ ହେଉଥିବା ଦେଖିବାକୁ ମିଳିଛି ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପାଣିପାଗ ବିଜ୍ଞାନୀ ।
ଚଳିତ ବର୍ଷ ପବନର ବେଗ ପୂର୍ବ ଦିଗରୁ ଆସୁଛି । ବାୟୁମଣ୍ଡଳରେ ଯଦି ଜଳୀୟବାସ୍ପ ରହିବ ତେବେ ତାହା ରାତିର ତାପମାତ୍ରା କମାବାକୁ ସହାୟକ ହେବନି । ଯାହାଦ୍ବାରା ଶୀତ ଅନୁଭୂତ ହେବନାହିଁ । ପୂର୍ବରୁ ମନସୁନ୍ ବା ମୌସୁମୀ ବିଦାୟ ନେବା ପରେ ପରେ ଉତ୍ତର-ପଶ୍ଚିମ ବା ଉତ୍ତର ଦିଗରୁ ପବନ ଆସୁଥିଲା । ସେଥିରେ ଶୁଷ୍କ ଥଣ୍ଡା ପବନ ଆସିବା ଫଳରେ ଯେତିକି ଜଳୀୟ ବାସ୍ପ ମନସୁନବେଳେ ରହିଯାଉଥିଲା ତାହା ବାସ୍ପିକରଣ ହୋଇ ବାୟୁମଣ୍ଡଳରୁ ଚାଲିଯାଉଥିଲା । ଯାହାଫଳରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗୁଥିଲା ।
ଅଧିକ ପଢ଼ନ୍ତୁ... କମିସନରେଟ୍ ପୁଲିସରେ ଚାଲିଛି କ’ଣ ? ପୁଲିସ ବିଭାଗର ମୁଖା ଖୋଲିଦେଲେ ମହିଳା ସବ୍-ଇନ୍ସ୍ପେକ୍ଟର ;
ବର୍ଷକୁ ବର୍ଷ ଶୀତ ଆସିବାର ସମୟ ଅନେକ ବିଳମ୍ବ ହେଉଛି । ୧୦ରୁ ୧୫ ବର୍ଷ ପୂର୍ବେ ଯେଉଁଠି ଅକ୍ଟୋବରରେ ଥଣ୍ଡା ଲାଗୁଥିଲା, ଏବେ ସେହି ଥଣ୍ଡା ନଭେମ୍ବର ଶେଷ କିମ୍ବା ଡିସେମ୍ବରରେ ଅନୁଭୂତ ହେଉଛି । ଏବେ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେଉଛି । ନଭେମ୍ବର ପହିଲାରୁ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଅନୁଗୁଳ ଭଳି ଜିଲ୍ଲାରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।
ଅଧିକ ପଢ଼ନ୍ତୁ... ବର୍ଷେ ନପୂରୁଣୁ ରାସ୍ତାର ଅବସ୍ଥା ବେହାଲ ; ନିମ୍ନମାନର କାମ କରି ଟଙ୍କା ଖାଇଗଲେ ଠିକାଦାର!
ସେପଟେ ଆଇଏମଡି ସୂଚନା ମୁତାବକ, ଦିଲ୍ଲୀ ଓ ଏନ୍ସିଆର୍ ସମେତ ଉତ୍ତର ଭାରତରେ ଚଳିତ ବର୍ଷ ସାଧାରଣ ଶୀତଠାରୁ ଅଧିକ ଥଣ୍ଡା ହୋଇପାରେ । ଗତ କିଛି ଦିନ ହେବ ଜମ୍ମୁ- କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଉପର ଭାଗରେ ପ୍ରବଳ ତୁଷାରପାତ ହୋଇଛି, ଯାହା ଋତୁର ପ୍ରଥମ ତୁଷାରପାତ । ସେଠାରେ ପ୍ରାୟ ଶୀତ ଆରମ୍ଭ ହୋଇସାରିଲାଣି । ଚଳିତ ବର୍ଷ ଭାରତରେ ହାରାହାରି ଶୀତଠାରୁ ଅଧିକ ଥଣ୍ଡା ହେବାର ୭୧% ସମ୍ଭାବନା ରହିଛି । କେବଳ ଲା-ନିନା ଭାରତରେ ଶୀତର ଗମ୍ଭୀରତାକୁ ପ୍ରଭାବିତ କରେ ନାହିଁ । ତେଣୁ ପ୍ରାରମ୍ଭିକ ଥଣ୍ଡା କେବଳ ଏକ ଝଲକ ଏବଂ ପ୍ରକୃତ ଶୀତ ହୁଏତ କିଛି ଅଧିକ ଅନୁଭୂତ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2024/12/29/C06YQqzTaKNvnXd2jggR.jpg)