କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ଯାତାୟାତର ସୁବିଧା ପାଇଁ ଗ୍ରାମ ସଡ଼କ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହେଉଛି ରାସ୍ତା । ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ରାସ୍ତା ଏକ ବର୍ଷ ବି ଅତିକ୍ରାନ୍ତ କରୁନି । ଏପରି ରାସ୍ତା ଦୁରାବସ୍ଥାର ଖବର ଆସିଛି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକରୁ । ବର୍ଷେ ନପୂରୁଣୁ ରାସ୍ତାର ଅବସ୍ଥା ବେହାଲ , ନିମ୍ନମାନର କାମ କରି ଟଙ୍କା ଖାଇଗଲେ ଠିକାଦାର! ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଆରିକମା ଠାରୁ ସାଗରଗୁଆଁ ପର୍ଯ୍ୟନ୍ତ ୫ କିମି ରାସ୍ତାର ଅବସ୍ଥା ବହୁତ ଖରାପ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାରେ ନିର୍ମିତ ରାସ୍ତାର ଆୟୁଷ ବର୍ଷେ ଗଲାନି । ପୂରା ରାସ୍ତା ଖାଲଖମାରେ ଭର୍ତ୍ତି । କେଉଁଠି ଗୋଡ଼ି ଉଠିଗଲାଣି ତ’ ଆଉ କେଉଁଠି ଦବି ଯାଇଛି । ରାସ୍ତା ଲୋକଙ୍କ ସୁବିଧା ବଦଳରେ ଯନ୍ତ୍ରୀ ଓ ଠିକାଦାରଙ୍କ ପକେଟ୍ ଗରମ କରିବା କାମରେ ଲାଗିଛି ବୋଲି ଅଭିଯୋଗ ହୋଇଛି ।
ବର୍ଷେ ନପୂରୁଣୁ ରାସ୍ତାର ଅବସ୍ଥା ବେହାଲ ; ନିମ୍ନମାନର କାମ କରି ଟଙ୍କା ଖାଇଗଲେ ଠିକାଦାର!
ଗମନାଗମନକୁ ସୁବିଧା କରିବା ପାଇଁ ନିର୍ମିତ ଏହି ରାସ୍ତା ୨ଟି ପଞ୍ଚାୟତକୁ ଯୋଡ଼ୁଛି । ହେଲେ ଏପରି ଅବସ୍ଥା ପାଇଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି ! ଆଉ ଏଥିପାଇଁ ଠିକାଦାର ଓ ଯନ୍ତ୍ରୀଙ୍କ ଖାମଖିଆଲି ନୀତିକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ କିଛି ମାତ୍ରାରେ ରାସ୍ତା ମରାମତି ହୋଇଛି ଆଉ ଅନୁଦାନ ଆସିଲେ କାମ ହେବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/23/15-2025-10-23-18-44-57.jpg)