କନକ ବ୍ୟୁରୋ : ରାତି ଅଧିଆ ଦେଶ ଭିତରେ ପଶି ରାଜଧାନୀରେ ଆକ୍ରମଣ, ବିସ୍ଫୋରଣ କଲେ । ପୁଣି ରାଷ୍ଟ୍ରପତି ନିକୋଲସ୍ ମାଦୁରୋ ଓ ତାଙ୍କ ପତ୍ନୀଙ୍କ ବନ୍ଦୀ କରି ନ୍ୟୁୟର୍କ ନେଇଗଲେ । ଖୁବ୍ କମ୍ ଉଚ୍ଚତାରେ ଉଡ଼ୁଥିା ଆମେରିକା ଡେଲ୍ଟା ସେନାର ହେଲିକପ୍ଟର । ରାଷ୍ଟ୍ରପତିଙ୍କ ଠିକଣାରେ ପହଞ୍ଚିଲା, ରାଷ୍ଟ୍ରପତିଙ୍କୁ ଗିରଫ କରିନେଲା । କିନ୍ତୁ ଭେନେଜୁଲଏଲା ସେନାର ଦେଖାନଥିଲା । ଖବର ଆସିଲା ଆମେରିକାର ଗୋଟିଏ ହେଲିକପ୍ଟର ସହ ୧ ଜଣ ସୈନ୍ୟ ଆହତ ହୋଇଛନ୍ତି । ୧୫୦ରୁ ଅଧିକ ହେଲିକପ୍ଟର ଭେନେଜୁଏଲାରେ ପ୍ରବେଶ କଲେ । ହେଲେ ଦେଶର ସେନା ଜାଣପାରିଲାନି । ଆଉ ଯାହା କଲା ତାହା କିଛି ନୁହଁ । ଏସବୁକୁ ଦେଖିଲେ ଏହା ଏକ ସୁପରିକଳ୍ପିତ ଏବଂ ଆମେରିକା ସରକାର ଓ ଭେନେଜୁଏଲା ସେନା ଭିତରେ ଗୁପ୍ତ ବୁଝାମଣା ବୋଲି ଆଲୋଚନା ହେଉଛି ।
ଆମେରିକାର ଏହି ସଫଳତାକୁ କେବଳ ଆମେରିକାର ସେନା ଶକ୍ତିର ପରିଣାମ ବୋଲି କୁହାଯାଇପାରୁନାହିଁ । ବୈଦେଶୀକ ବ୍ୟାପାର ବିଶେଷଜ୍ଞଙ୍କ କହିବା ଅନୁସାରେ, ପୂରା ଘଟଣାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି, ଭେନେଜୁଏଲାର ସେନା ପକ୍ଷରୁ କିଛି ପ୍ରତିରୋଧ ନଥିଲା କହିଲେ ଚଳେ । ଏହା ସଙ୍କେତ ଦେଉଛି, ମାଦୁରୋ ଶାସନ ଭିତରେ କିଛି ତତ୍ତ୍ୱ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭିତରେ କିଛି ଗୁପ୍ତ ବୁଝାମଣା ହୋଇଥିଲା, ଯାହା ଏହି ଆକ୍ରମଣକୁ ସହଜ କରିଥିଲା ।
ଅଧିକ ପଢ଼ନ୍ତୁ : ବ୍ରହ୍ମାଣ୍ଡର ସ୍ରଷ୍ଟା କିଏ: ବିଜ୍ଞାନ ନା ଭଗବାନ? ଷ୍ଟିଫେନ୍ ହକିଙ୍ଗଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ଼
ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞ ବ୍ରିଗେଡିୟର ଅନିଲ ରମନଙ୍କ କହିବା ମୁତାବକ, କମ୍ ଉଚ୍ଚତାରେ ଉଡ଼ୁଥିବା ହେଲିକପ୍ଟରକୁ ଭେନେଜୁଏଲା ସେନା ମିଶାଇଲ କିମ୍ବା ସାଧାରଣ ହତିଆରରେ ବି ଟାର୍ଗେଟ କରିପାରିଥାନ୍ତା । ଏହା ସତ୍ତ୍ୱେ ଭେନେଜୁଏଲା ସେନା କୌଣସି ପ୍ରତିରୋଧର କିଛି ବି ସଙ୍କେତ ନଥିଲା । ସ୍ଥିତି ସ୍ପଷ୍ଟ ପ୍ରମାଣ ଦେଉଛି ଭେନେଜୁଏଲା ସେନା ଆମେରିକା ସେନାକୁ ପ୍ରତିରୋଧ କରିବାକୁ ପଛଘୁଞ୍ଚା ଦେଲା । ଚାହୁଁ ଚାଚାହୁଁ ଭେନେଜୁଏଲାର ଏୟାର ଡିଫେନ୍ସକୁ ଅକାମୀ କରିଦିଆଗଲା । ଭେନେଜେଏଲା ସେନା ପାଖରେ ଥିଲା ହଜାର ହଜାର ଇଗଲା ମିଶାଇଲ ସିଷ୍ଟମ । କିନ୍ତୁ କିଛି ବି ବ୍ୟବହାର ହେଲାନି । ଏଭଳି ଘଟଣା ଏକ ବଡ଼ ଆଉ ଭିତିରିଆ ବୁଝାମଣା ଆଡ଼କୁ ଇଙ୍ଗୀତ କରୁଛି ।
ଆମେରିକାର ଏହି ମିସନକୁ ’ OPERATION ABSOLUTE RESOLVE’ ନାଁ ଦିଆଯାଇଛି । ଜଏଣ୍ଟ ଚିଫସ୍ ଅଫ୍ ଷ୍ଟାଫ୍ ଚେୟାରମ୍ୟାନ ଜେନେରାଲ ଡେନ୍ କେନଙ୍କ କହିବା ଅନୁସାରେ, ଏହି ଅଭିଯାନରେ ୧୫୦ରୁ ଅଧି ଆମେରିକୀୟ ହେଲିକପ୍ଟର ସାମିଲ ହୋଇଥିଲେ । ଏହା ସହ ସାମିଲ ହାଇଥିଲା ଲଢ଼ୁଆ ବିମାନ, ବମର୍, ଡ୍ରୋନ୍, ଯାହା ଭେନେଜୁଏଲାର ଏୟାର ଡିଫେନ୍ସ ସିଷ୍ଟମକୁ ନିଷ୍କ୍ରିୟ କରିଦେଇଥିଲା । ହେଲେ ତା’ ପୂର୍ବରୁ ଆମେରିକାର ରଣନୀତି ବିଷୟରେ ଭେନେଜୁଏଲାର ସେନାକୁ କିଛି ବି ସଙ୍କେତ ମିଳିଲାନି କିପରି ?
ଏସବୁ ଘଟଣା ଭିତରେ ଏବେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ବିନିଥିବା ଡେଲ୍ସି ରୋଡ୍ରିଗ୍ସଙ୍କୁ ନେଇ ବି ଚର୍ଚ୍ଚା ହେଉଛି । ତାଙ୍କୁ ଉପରାଷ୍ଟ୍ରପତି କରାଗଲା ଏବଂ ଆମେରିକା ଚୁପଚାପ ଏହାକୁ ସମର୍ଥନ କରିଗଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡେଲ୍ସି ରୋଡ୍ରିଗ୍ସ ଓ ତାଙ୍କ ଭାଇ ଜର୍ଜ ରୋଡ୍ରିଗ୍ସ, ଯିଏ ନ୍ୟାସନାଲ ଆସେମ୍ଲିର ଅଧ୍ୟକ୍ଷ, ଗତ ବର୍ଷ ଆମେରିକା ପ୍ରଶାସନ ସହ ଗୁପ୍ତ ଆଲୋଚନା କରିଥିଲେ । ଯେଉଁଥିରେ ଆରବ ଦେଶମାନଙ୍କ ମଧ୍ୟସ୍ଥି ବି ସାମିଲ ଥିଲା । ଏହି ଆଲୋଚନାରେ ଦୁଇଟି ପ୍ରସଙ୍ଗ ଥିଲା । ମାଦୁରୋଙ୍କ ହାତରୁ ସତ୍ତା ଛଡ଼ାଇନେବା ଓ ଅନ୍ତରୀଣ ସରକାର ଗଠନ ହେବା କଥା ଥିଲା । କିନ୍ତୁ ମାଦୁରୋଙ୍କୁ ଏଭଳି ଗିରଫ କରିନେବାର କିଛି ସଙ୍କେତ ନଥିଲା । ଏସବୁ ସ୍ପଷ୍ଟ ସୂଚନା ଦେଉଛି ଭେନେଜୁଏଲା ରାଷ୍ଟ୍ରପତିଙ୍କ ଗିରଫଦାରୀ ଏକ ବିରାଟ ଷଡ଼ଯନ୍ତ୍ର ।
ଏବେ ଏକଥା ବି ଚର୍ଚ୍ଚା ହେଉଛି, ଆଗକୁ ଭେନେଜୁଏଲାର ଗତି କୁଆଡ଼େ ? ହୁଏତ ଡେଲ୍ସି ରୋଡ୍ରିଗ୍ସ ସେନା ସହ ମିଶି ଶାସନ ଭାର ସମ୍ଭାଳିପାରନ୍ତି । ହୋଇପାରେ ବିରୋଧୀ ନେତା ମାରିଆ କୋରିନା ମଚାଡ଼ୋ ଦେଶର ମଙ୍ଗ ଧରିପାରନ୍ତି । ଫଳରେ ଭେନେଜୁଏଲାରେ ଅସ୍ଥିରତା ବଢ଼ିପାରେ । ଗରିଲା ଯୁଦ୍ଧ ହୋଇପାରେ । ମାଦୁରୋଙ୍କ ଗିରଫଦାରୀ ପୂରା ବିଶ୍ୱ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/07/venezuela-military-trump-secret-deal-2026-01-07-16-55-39.jpg)