ଯଦି ଆରାବଳୀ ମରିଯାଏ; ଦିଲ୍ଲୀ ହୋଇଯିବ ମରୁଭୂମି !

Advertisment

ଏହି ପର୍ବତମାଳା ନିକଟରେ ଖଣି ଖନନ ପାଇଁ ସୁପ୍ରିମକୋର୍ଟରେ ନିଟିସନ୍ ଦାଏର କରିଥିଲେ କେନ୍ଦ୍ର ସରକାର । ଏହାକୁ ନେଇ ଫଇସଲା ଶୁଣାଇଥିଲେ ସୁପ୍ରିମକୋର୍ଟ । ୧୦୦ ମିଟରୁ ଅଧିକ ଉଚ୍ଚତାର ପାହାଡ଼ିଆ କ୍ଷେତ୍ର ହିଁ ଆରାବଲୀର ଅଂଶ । କିନ୍ତୁ ୧୦୦ ମିଟରରୁ କମ୍ ଉଚ୍ଚତାର ପାହାଡ଼ ଆରାବଳୀର ଅଂଶ ନୁହେଁ ।

ଏହି ପର୍ବତମାଳା ନିକଟରେ ଖଣି ଖନନ ପାଇଁ ସୁପ୍ରିମକୋର୍ଟରେ ନିଟିସନ୍ ଦାଏର କରିଥିଲେ କେନ୍ଦ୍ର ସରକାର । ଏହାକୁ ନେଇ ଫଇସଲା ଶୁଣାଇଥିଲେ ସୁପ୍ରିମକୋର୍ଟ । ୧୦୦ ମିଟରୁ ଅଧିକ ଉଚ୍ଚତାର ପାହାଡ଼ିଆ କ୍ଷେତ୍ର ହିଁ ଆରାବଲୀର ଅଂଶ । କିନ୍ତୁ ୧୦୦ ମିଟରରୁ କମ୍ ଉଚ୍ଚତାର ପାହାଡ଼ ଆରାବଳୀର ଅଂଶ ନୁହେଁ ।

Save Aravalli

Save Aravalli Photograph: (Kanak News)

କନକ ବ୍ୟୁରୋ : ଆରାବଳୀ….ଇଏ ଏକ ପର୍ବତ ନୁହେଁ ବରଂ ନିଶ୍ୱାସ । ଇଏ ସୁରକ୍ଷାର ପ୍ରାଚୀର, ପ୍ରାକୃତିକ ସମ୍ପଦର ଗନ୍ତାଘର । ଯୋଗାଉଛି ପାଣି, ଦେଉଛି ପବନ । ଦିଲ୍ଲୀରୁ ହରିୟାଣା, ରାଜସ୍ଥାନରୁ ଗୁଜରାଟକୁ ବ୍ୟାପିଛି ଆରାବଳୀ । ହେଲେ ଆରାବଳୀକୁ ଏବେ ବଡ଼ ବିପଦ ମାଡ଼ିଆସୁଛି । ଆରାବଳୀ ପର୍ବତମାଳାର ଅସ୍ତିତ୍ୱକୁ ନେଇ ଦେଖାଦେଇଛି ସଙ୍କଟ । ଯଦି ନଷ୍ଟ ହୁଏ ଆରାବଳୀ ତାହେଲେ ଧ୍ୱଂସ ହୋଇଯିବ ଅନେକ ସ୍ଥାନ । ସେଇଥି ଲାଗି ତ ଏହାକୁ ବିରୋଧ କରି ଅନଲାଇନରେ ଆରମ୍ଭ ହୋଇଛି ’ସେଭ୍ ଆରାବଲୀ’ ଅଭିଯାନ ।

ଏହି ପର୍ବତମାଳା ନିକଟରେ ଖଣି ଖନନ ପାଇଁ ସୁପ୍ରିମକୋର୍ଟରେ ନିଟିସନ୍ ଦାଏର କରିଥିଲେ କେନ୍ଦ୍ର ସରକାର । ଏହାକୁ ନେଇ ଫଇସଲା ଶୁଣାଇଥିଲେ ସୁପ୍ରିମକୋର୍ଟ । ୧୦୦ ମିଟରୁ ଅଧିକ ଉଚ୍ଚତାର ପାହାଡ଼ିଆ କ୍ଷେତ୍ର ହିଁ ଆରାବଲୀର ଅଂଶ । କିନ୍ତୁ ୧୦୦ ମିଟରରୁ କମ୍ ଉଚ୍ଚତାର ପାହାଡ଼ ଆରାବଳୀର ଅଂଶ ନୁହେଁ । ଏହା ଅର୍ଥ ସେସବୁ ଅଞ୍ଚଳରେ ଖନନ ହେବ, ଜଙ୍ଗଲ ସଫା ହେବ, ନିର୍ମାଣ କାର୍ଯ୍ୟ ହେବ ଆହୁରି ଅନେକ କିଛି । ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।

ଅଧିକ ପଢ଼ନ୍ତୁ : ଦିଲ୍ଲୀରେ ନିଶ୍ବାସ ନେବାକୁ କଷ୍ଟକର,  ସାଙ୍ଘାତିକ ସ୍ତରରେ ପହଞ୍ଚିଲାଣି ରାଜଧାନୀର AQI

ଉତ୍ତର ଭାରତର ଜୀବନ ଆରାବଳୀ:

ଦୁନିଆର ସବୁଠୁ ପୁରୁଣା ପର୍ବତମାଳା ଆରାବଳୀ ଉତ୍ତର ଭାରତର ପ୍ରଶ୍ୱାସ ଓ ସୁରକ୍ଷା କବଚ । ଯଦି ଆରାବଳୀ ନଷ୍ଟ ହୁଏ ତାହେଲେ ଏହାର ପ୍ରଭାବ ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଉପରେ ପଡ଼ିବ । ଏହାସହ ଅଜଗସ୍ର ଜୀବଜନ୍ତୁ ନିଶ୍ଚିହ୍ନ ହୋଇଯିବେ । ଅଗଣିତ ବୃକ୍ଷଲତା ଲୋପ ପାଇଯିବେ । ଦିଲ୍ଲୀ ସମେତ ଉତ୍ତର ଭାରତ ମରୁଭୂମି ପାଲଟିଯିବ ।

ଦିଲ୍ଲୀ ମରୁଭୂମି ହୋଇଯିବ:

ଉତ୍ତର ଭାରତ ଓ ବିଶାଳ ଥାର ମରୁଭୁମି ମଝିରେ ପାଚେରୀ ହୋଇ ଛିଡ଼ା ହୋଇଛି ଆରାବଳୀ । ଥାର ମରୁଭୂମିର ଧୂଳିଝଡ଼କୁ ରୋକିବାର କାମ କରୁଛି ଆରାବଳୀ । କିନ୍ତୁ ଏହା ନଷ୍ଟ ହୋଇଗଲେ ଦିଲ୍ଲୀ ସମତେ ପୂରା ଉତ୍ତର ଭାରତ ବାଲିରେ ପୋତି ହୋଇଯିବ । ଚାଷ ଜମିବାଡ଼ି ସବୁ ବାଲି ଚରିଯିବ । କଲବଲ ହେବେ ଚାଷୀ । ଧୀରେ ଧୀରେ ପଡ଼ିବ ଅନାହାର , ଦୁର୍ବିକ୍ଷ ।

ବର୍ଷା କମିଯିବ:

ଆରାବଳୀ ପର୍ବତମାଳା ପବନର ଦିଗକୁ ପ୍ରଭାବିତ କରୁଛି । ଫଳରେ ହରୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ ବର୍ଷା ସମ୍ଭବ ହୋଇପାରୁଛି । ମାଟରେ ଜଳୀୟ ଅଂଶ ରହିପାରୁଛି । ଯଦି ଆରାବଳୀ ନଷ୍ଟ ହୁଏ ତାହେଲେ ବର୍ଷା କମିଯିବ । ମାଟି ଶୁଖିଯିବ । ସବୁଠୁ କ୍ଷତିଗ୍ରସ୍ତ ହେବେ ଚାଷୀ ।

ପାଣି ମିଳିବନି:

ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ଆରାବଳୀର ଚଟ୍ଟାଣ ପ୍ରାକୃତିକ ସ୍ପଞ୍ଜ ଭଳି କମାମ କରୁଛି, ଯାହା ବର୍ଷା ଦିନେ ବର୍ଷା ଜଳକୁ ଶୋଷି ମାଟିର ତଳ ସ୍ତରକୁ ନେଇଯାଏ । ଫଳରେ ଭୂମିତଳ ଜଳ ପାଇବା ସମ୍ଭବ ହେଉଛି । ଫଳରେ ଦିଲ୍ଲୀ ଏନସିଆର, ରାଜସ୍ଥାନ, ହରିୟାଣାରେ ଲୋକେ ପାଣି ପାଉଛନ୍ତି । କିନ୍ତୁ ଯଦି ଆରାବଳୀ ନଷ୍ଟ ହୋଇଯାଏ ତାହେଲେ ଏସବୁ ଅଞ୍ଚଳରେ ପାଣି ପାଇଁ ହା ହା କାର ପଡ଼ିବ ।

ଲୋକେ ଅଣନିଃଶ୍ବାସୀ ହୋଇପଡ଼ିବେ:

ଦିଲ୍ଲୀର ବାୟୁମଣ୍ଡଳରେ ଥିବା ଧୂଳି ଏବଂ ପ୍ରଦୂଷଣର ଏକ ବଡ଼ ଅଂଶ ପଶ୍ଚିମ ଦିଗରୁ ଆସିଥାଏ । ଆରାବଲି ପାହାଡ଼ଗୁଡ଼ିକ ଏହି ଧୂଳି ଝଡ଼କୁ ଅବରୋଧ କରନ୍ତି, PM10 ଏବଂ ପ୍ରଦୂଷକ କଣିକାଗୁଡ଼ିକୁ ସୀମିତ କରନ୍ତି । ଯଦି ଆରାବଲି ପାହାଡ଼ଗୁଡ଼ିକ ନଷ୍ଟ ହୋଇଯାଏ, ତେବେ AQI ଆହୁରି ଖରାପ ହେବ । ଶ୍ୱାସକ୍ରିୟା ଜନିତ ରୋଗ ବୃଦ୍ଧି ପାଇବ । ଲୋକେ ଅଣନିଃଶ୍ୱାସୀ ହୋଇପଡ଼ିବେ ।

ଆରାବଳୀ ନଷ୍ଟ ହେଲେ ପାଣି, ପବନ, ଜୀବ ଜନ୍ତୁ ସବୁ ଉଭେଇଯିବେ । ଏ ସତର୍କ ଜଳ ଜଳ ହୋଇ ସମସ୍ତଙ୍କୁ ଦେଖାଯାଉଛି ହେଲେ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କୁ ଦେଖାଯାଉନି କିପରି ? ଲାଗୁଛି କେନ୍ଦ୍ର ସରୀକାର ଯେମିତି ଯୋଜନା କରି ଅଧା ଦେଶକୁ ମାଟିରେ ମିଶାଇଦେବାକୁ ବସିଛନ୍ତି । ଯାହାକୁ ନେଇ ଏବେ ଚାରିଆଡ଼େ ଆରାବଳୀ ପ୍ରସଙ୍ଗ ଜୋର ଧରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe