ନଦୀର ନିରବ କାନ୍ଦଣା ; କହୁଛି , ମୋ କୋଳ ଏବେ ଖାଲି ହେବାରେ ଲାଗିଛି

Advertisment

ପିଲାଦିନେ ପରା ତୁମେ ମୋତେ ମା’ ବୋଲି କହୁଥିଲ... ମୋ ଜଳରେ ତୁମ ଜୀବନର ଅନେକ ଦୁଃଖ ଧୋଇ ଦେଉଥିଲି, ତୁମ କାନରେ ମୋ କୁଳୁକୁଳୁ ନାଦ ନିଦ ଆଣିଦେଉଥିଲା । ହେଲେ ଆଜି ସେ ସମୟ ସବୁ ଚୋରାବାଲି ଭଳି କୁଆଡ଼େ ଚାଲିଯାଉଛି ।

ପିଲାଦିନେ ପରା ତୁମେ ମୋତେ ମା’ ବୋଲି କହୁଥିଲ... ମୋ ଜଳରେ ତୁମ ଜୀବନର ଅନେକ ଦୁଃଖ ଧୋଇ ଦେଉଥିଲି, ତୁମ କାନରେ ମୋ କୁଳୁକୁଳୁ ନାଦ ନିଦ ଆଣିଦେଉଥିଲା । ହେଲେ ଆଜି ସେ ସମୟ ସବୁ ଚୋରାବାଲି ଭଳି କୁଆଡ଼େ ଚାଲିଯାଉଛି ।

RIVER-DRY-IN-WINTER

RIVER-DRY-IN-WINTER Photograph: (KanakNews)

କନକ ବ୍ୟୁରୋ : ମୋ କୋଳ ଏବେ ଖାଲି ହେବାରେ ଲାଗିଛି... ହଁ ଏମିତି ଖାଲି ହେଉଛି ଯେମିତି ମା’ର ପଣତରୁ ତା’ ପିଲା । ଦିନେ ଯେଉଁ କୋଳରେ ତୁମେ ବାଲି-ମାଟିର ଘର କରୁଥିଲ ଆଜି ସେଠି କେବଳ ଭଙ୍ଗା ସ୍ବପ୍ନ, ସରିଯାଉଥିବା ଅସରନ୍ତି ଆଶା ଅତ୍ମସାତ ହେଉଛି । ପିଲାଦିନେ ପରା ତୁମେ ମୋତେ ମା’ ବୋଲି କହୁଥିଲ... ମୋ ଜଳରେ ତୁମ ଜୀବନର ଅନେକ ଦୁଃଖ ଧୋଇ ଦେଉଥିଲି, ତୁମ କାନରେ ମୋ କୁଳୁକୁଳୁ ନାଦ ନିଦ ଆଣିଦେଉଥିଲା । ହେଲେ ଆଜି ସେ ସମୟ ସବୁ ଚୋରାବାଲି ଭଳି କୁଆଡ଼େ ଚାଲିଯାଉଛି । ମୋ କୂଳରେ ସେ ଥୁଣ୍ଟା ଗଛଗୁଡ଼ା ଆଜି ମଧ୍ୟ ଅଛି । ସେ ମଧ୍ୟ ତୁମ ଅପେକ୍ଷାରେ, ଝଡ଼ ଆସିଲେ ସେ କାନ୍ଦେ, ଯେମିତି ମୁଁ ବନ୍ୟାରେ । ତୁମ ପାଦଚିହ୍ନ ସିନା ମୋ ମନର ବତୁରା ବାଲିରୁ ବତୁରିଯାଇଛି କିନ୍ତୁ ମୋ ହୃଦୟରୁ ନୁହେଁ । ମୋ ପ୍ରତିଟି ଲହରୀରେ ଆଜି ବି ତୁମର ସେ ପିଲାନିର ପୁରୁଣା ସ୍ମୃତି ସବୁ ଲକ୍ଷ୍ମଣରେଖା ଭଳି ରହିଛି । 

ହଁ ମୁଁ ଦେଖୁଛି, ଆଖି ଖୋଲିକି... ସକାଳ ହେଉ କି ସଞ୍ଜ କିମ୍ବା ସେ ନିର୍ଜନ ନିସ୍ତବ୍ଧ ରାତିର ଅନ୍ଧକାର । ବାଲିମାଫିଆ ବେଶରେ ଆସି ମୋତେ ଶୋଷଣ କରୁଛନ୍ତି, ମୋ ଅନ୍ତବୁଜୁଳି କାଢ଼ିଲା ଭଳି ସବୁ ବାଲି କାଢ଼ି ନେଉଛନ୍ତି । କେହି ଟିକେ ବି ମୋ ନିରବତାକୁ ବୁଝୁନାହାନ୍ତି, ମୁଁ କେମିତି ଜିଇଁବି ଚିନ୍ତା ବି କରୁନାହାନ୍ତି । ତଥାପି ମୁଁ ବଞ୍ଚିଛି, କାରଣ ତୁମ ସ୍ମୃତି ମୋତେ ବଞ୍ଚାଇ ରଖିଛି । ହଁ ମୁଁ ଯେତେ ଶୁଖିଲେ, ଯେତେ ଯନ୍ତ୍ରଣା ସହିଲେ ବି ମୋ ଶେଷ ବୁନ୍ଦାରେ ତୁମ ପିଲାଦିନ ରହିଥିବ, ସେମିତି ରହିଥିବ । କେଜାଣି ଆଜି ମୁଁ ଡାକୁଛି ହେଲେ ଗହଳି ଚହଳି ଭିତରେ କିଏ ଶୁଣି ପାରୁନାହାନ୍ତି । ଓହଃ ମୋ ପାଟି ଆଜି ଦୁର୍ଗନ୍ଧ, ଅଳିଆ, ଆବର୍ଜନା ଆଉ ବିଷ ଓଗାଳୁଛି ବୋଲି କି? ତୁମେ ପରା ସହରରେ ସ୍ବପ୍ନର ଘର ତୋଳିବାକୁ ମୋ ଦେହରୁ ରକ୍ତ କାଢ଼ି ନେଲ, ତୁମକୁ ଚକାଚକ ଆଲୁଅ ଡାକିନେଲା, ଆଉ ମୁଁ ଅନ୍ଧାରକୁ ଆପଣାଇନେଲି ।

ଅଧିକ ପଢ଼ନ୍ତୁ---ଆରାବଳୀକୁ ମାରଲେ ମରିଯିବେ ଜୀବଜନ୍ତୁ : ହଜିଯିବେ ୨୯ ଜିଲ୍ଲା, ୫ କୋଟି ଲୋକ

ମୁଁ ଜାଣେ ସମୟ କେବେ ବ୍ରେକ୍ ମାରେନି କିନ୍ତୁ ମୋ ଭଳି ସବୁ ନଦୀର ହୃଦୟ ଥାଏ । ଆମେ ବି ନିଶ୍ବାସ ନେଉ, ଖିଲିଖିଲି ହସୁ ଥାଉ । ହେଲେ ଆଜି ମୋ ହୃଦୟରେ ହରାଇଥିବା ସେ ପାଦଚିହ୍ନ, ଭାଙ୍ଗିଯାଇଥିବା ହସ ସବୁକୁ ନେଇ ସଂଘର୍ଷର ସେ ସ୍ରୋତରେ ମୁଁ ବହି ଚାଲୁଛି । ମୋତେ ଯଦି ମା’ ବୋଲି କେବେ ସତରେ ଭାବିଥିବ... ତା’ ହେଲେ କେବେ ଯଦି ଜୀବନ ତୁମକୁ ଠକି ଦିଏ, ଏ ବ୍ୟସ୍ତତା ତୁମକୁ କ୍ଳାନ୍ତ କରିଦିଏ, ସେତେବେଳେ ମୋ କୂଳର କୋଳକୁ ଫେରିଆସିବ, ବସିକି ମନକଥା କହିବ ମୋ ମନକଥା ଥରେ ବୁଝିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe