କନକ ବ୍ୟୁରୋ : ନବଗ୍ରହ ମଧ୍ୟରେ ଶନିଙ୍କୁ ଏକ ବିଶେଷ ସ୍ଥାନ ଦିଆଯାଇଛି । ଯିଏ ଗୋଟିଏ ରାଶିରେ ଲମ୍ବା ସମୟ ଧରି ରହିଥାଆନ୍ତି । ଏଭଳି ସ୍ଥିତିରେ ୧୨ ରାଶି ଉପରେ ଏହାର ପ୍ରଭାବ ପଡ଼ିଥାଏ । ଶନି ଗ୍ରହମାନଙ୍କ ଭିତରେ ଭିନ୍ନ କାରଣ ସାଢ଼େ ସାତୀ ଏବଂ ଢେୟା ଉଭୟର ହକ୍ କେବଳ ଏହି ଗ୍ରହ ପାଖରେ ଅଛି । ପ୍ରତିଟି ମଣିଷକୁ ଜୀବନକାଳ ଭିତରେ ଶନିଙ୍କ ପ୍ରକୋପର ସାମ୍ନା କରିବାକୁ ପଡ଼ିଥାଏ ।
ଅଧିକ ପଢ଼ନ୍ତୁ : ୨୮ ନଭେମ୍ବରରୁ ସକ୍ରିୟ ହେବେ ଶନିଦେବ : ୫ ରାଶିର ବଢ଼ିବ ସଙ୍କଟ ! ପାଣି ପରି ଖର୍ଚ୍ଚ ହୋଇପାରେ ଟଙ୍କା
ଶନି ଗୋଟିଏ ରାଶିରେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ରହିଥାଆନ୍ତି । ନ୍ୟାୟର ଦେବତା ଶନିଙ୍କ ସ୍ଥିତି ବିଷୟରେ ଯଦି କହିବା ଏହି ସମୟରେ ସେ ମୀନ ରାଶିରେ ବିରାଜମାନ ଅଛନ୍ତି । ସେ ଆସନ୍ତାବର୍ଷ ୨୦୨୬ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଏହି ସମୟରେ କିଛି ରାଶି ଉପରେ ଶନିଙ୍କ ନକାରାତ୍ମକ ପ୍ରଭାବ ପଡ଼ୁଥିବା ବେଳେ ଆଉ କିଛି ରାଶି ଉପରେ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ମିଳିବ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଡିସେମ୍ବର ୭ ସକାଳ ୧୦ ଟା ବାଜି ୨୪ ମିନିଟରେ ବୁଧ ଏବଂ ଶନି ଉଭୟ୧୨୦ ଡିଗ୍ରିରେ ରହିବେ । ଯାହାଦ୍ୱାରା ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ । ଏହାଦ୍ୱାରା ୩ ରାଶି ଉପରେ ସକରାତ୍ମକ ପ୍ରଭାବ ପଡ଼ିବ । ତେବେ କେଉଁ କେଉଁ ରାଶି ଉପରେ ରହିବ ଶନିଙ୍କ କୃପା, ଆସନ୍ତୁ ଜାଣିବା ।
ମିଥୁନ :
ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶନି ଏବଂ ବୁଧ ନବପଞ୍ଚମ ରାଜଯୋଗ ଲାଭଦାୟକ ରହିବ । ଏହି ରାଶିର ଜାତକର ଦଶମ ଭାଗରେ ଶନି ଏବଂ ନବମ ଭାଗରେ ବୁଧ ବିରାଜମାନ ରହିବେ । ଏଭଳି ସ୍ଥିତିରେ ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଡିସେମ୍ବର ମାସଟି ଖୁବ୍ ଭଲ ରହିବ । ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କୁ ଭାଗ୍ୟର ପୂରା ସାଥ୍ ମିଳିବ , କ୍ୟାରିଅରରେ ଲାଭ ମିଳିପାରେ । ବରିଷ୍ଠ ଅଧିକାରୀଙ୍କ ଦ୍ବାରା ପ୍ରଶଂସିତ ହୋଇ ପାରନ୍ତି । ବେତନ ବୃଦ୍ଧି ଏବଂ ପଦୋନ୍ନତି ଭଳି ସମୟ ଦେଖିପାରନ୍ତି । ନୂଆ ଚାକିରି ପାଇଁ ମଧ୍ୟ ଯୋଗ ସୃଷ୍ଟି ହେଉଛି । ବ୍ୟବସାୟୀଙ୍କ ବ୍ୟାପାର ବୃଦ୍ଧି ହେବ ।
କନ୍ୟା :
କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ଶନି ଏବଂ ବୁଧ ନବପଞ୍ଚମ ରାଜଯୋଗ ଲାଭଦାୟକ ରହିବ । ବୁଧ ଏହି ରାଶିର ଜାତକରେ ଦ୍ବିତୀୟ ଭାଗରେ ଏବଂ ଶନି ସପ୍ତମ ଭାଗରେ ବିରାଜମାନ କରିବେ । ବ୍ୟବସାୟରେ ନୂତନ ଦିଗ ପ୍ରଶସ୍ଥ ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଦୈନନ୍ଦିନ ଜୀବନରେ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ । ବୈବାହିକ ଜୀବନରେ ଆସୁଥିବା ସମସ୍ୟାର ସମାଧାନ ହେବ । କନ୍ୟା ରାଶିର ଅବିବାହିତ ଯୁବକ, ଯୁବତୀଙ୍କ ବିବାହ ଯୋଗ ଫିଟିବ । ଶିକ୍ଷାକ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ । ନୂଆ ଚାକିରି , ପରୀକ୍ଷା ସବୁଥିରେ ସବୁଜ ସଂକେତ ମିଳିବ । ମିଷ୍ଠାଭାଷୀ ହେବେ , ଯାହାଦ୍ବାରା କାର୍ଯ୍ୟକ୍ଷେତ୍ରରେ ପ୍ରଶଂସାର ପାତ୍ର ହୋଇପାରନ୍ତି ।
ମୀନ :
ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଲଗ୍ନରେ ଶନି ଏବଂ ବୁଧ ଅଷ୍ଟମ ଭାଗରେ ବିରାଜମାନ କରିବେ । ଏଭଳି ସ୍ଥିତିରେ ଦୁହିଁଙ୍କ ସଂଯୋଗରେ ସୃଷ୍ଟି ହେଉଥିବା ନବପଞ୍ଚମ ରାଜଯୋଗ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଉଦୟ କରିପାରେ । ଆୟରେ ବୃଦ୍ଧି , ନୂତନ ଚାକିରିର ଯୋଗ ସୃଷ୍ଟି ହେଉଛି । ବେକାର ଖର୍ଚ୍ଚରୁ ଦୂରେଇ ରହିବେ । ସମାଜରେ ମାନସମ୍ମାନ ବଢ଼ିବ । ମାନସିକ ଚାପ କମ୍ ହୋଇପାରେ । ମନରେ ଚାଲୁଥିବା ଅଜସ୍ର ପ୍ରଶ୍ନ,ଥକ୍କାପଣରୁ ମୁକ୍ତି ମିଳିବ । ଭାଇଭଉଣୀ ଏବଂ ସାଙ୍ଗସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ମିଳିପାରେ । ଜୀବନରେ ସକରାତ୍ମକ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ । ଆତ୍ମବିଶ୍ବାସ ଏବଂ ପରାକ୍ରମ ବଢ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/19/powerful-shani-rajyoga-2025-11-19-16-47-52.jpg)