କନକ ବ୍ୟୁରୋ: ପୁଣି ବିଳିବିଳାଇଲେଣି ପାକିସ୍ତାନ । କହୁଛି, ଆମେ ଏକା ସଙ୍ଗରେ ଦୁଇ ଦେଶ ଆଫଗାନିସ୍ତାନ ଓ ପାକିସ୍ତାନ ସହ ଲଢେଇ କରିବାକୁ ପ୍ରସ୍ତୁତ । ଏକ ସାକ୍ଷାତକାରରେ ସେ କହିଛନ୍ତି ବର୍ତ୍ତମାନ ସମୟରେ ଭାରତ ଓ ଆଫଗାନିସ୍ତାନ ସହ ଦରକାର ପଡ଼ିଲେ ଆମେ ଲଢେଇ କରିବାକୁ ପ୍ରସ୍ତୁତ । ବୁଧବାର ଆଫଗାନିସ୍ତାନର ତାଲିବାନ ସରକାର ଭାରତ ତରଫରୁ ପାକିସ୍ତାନ ବିରୋଧରେ ଛାୟାଯୁଦ୍ଧ ଲଢ଼ୁଛି ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଅଭିଯୋଗ କରିଥିଲେ । ଏବେ ସେ ଦୁଇ ଦେଶ ସହ ଲଢ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ହେଲେ ସେ ବୋଧହୁଏ ଭୁଲିଯାଇଛନ୍ତି ସଜସଜ ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । କିନ୍ତୁ ଏହାପରେ ବି ସେ କେମିତି ମୁହଁ ଫୁଟାଣି ଦେଖାଉଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।
ଖ୍ବାଜା ଆସିଫ୍ଙ୍କ ବଡ଼ ବୟାନ
କହିଲେ, ଏକା ସାଙ୍ଗରେ ଦୁଇଦେଶ ସହ ଲଢ଼େଇ କରିବୁ
ପାକିସ୍ତାନର ଭିତ୍ତିହୀନ ଅଭିଯୋଗ
ଭାରତ ନିର୍ଦ୍ଦେଶରେ
ଆଫଗାନିସ୍ତାନ ପାକିସ୍ତାନକୁ ନାଲିଆଖି ଦେଖାଉଛି
ଆତଙ୍କୀସ୍ଥାନ ଆତଙ୍କୀଙ୍କୁ କେମିତି ପାଳୁଛି ତାହା ପୂରା ବିଶ୍ବ ଜାଣିଛି । ଏହାପରେ ବି ପାକିସ୍ତାନ ବାରମ୍ବାର ନିଜ ଦେଶକୁ ନେଇ ସଫେଇ ଦେଉଛି । ଖାଲି ସଫେଇ ଦେଉଛି ତାହା ନୁହେଁ ବରଂ ଅଭିଯୋଗ କରିଛି କି ଭାରତ ନିର୍ଦ୍ଦେଶରେ ଆଫଗାନିସ୍ତାନ ପାକିସ୍ତାନକୁ ନାଲିଆଖି ଦେଖାଉଛି । ସାକ୍ଷାତକାରରେ ଆଫ୍ଗାନିସ୍ତାନ ସହ ଚାଲିଥିବା ଯୁଦ୍ଧରେ ଭାରତର କୌଣସି ସମ୍ପୃକ୍ତି ରହିଛି କି ବୋଲି ପଚରାଯିବାରୁ ଖ୍ବାଜା ଆସିଫ୍ କହିଥିଲେ ଯେ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଭାରତ ନିର୍ଦ୍ଦେଶରେ ଆଫ୍ଗାନିସ୍ତାନ ଏଭଳି କରୁଥିବାର ଯଥେଷ୍ଟ ସମ୍ଭାବନା ଅଛି ।
ଆମେ ରଣନୀତି କରିଛୁ
କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବୁ
ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ କେଁ ଦେଖାଯିବା ପରେ ଉଭୟ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ଖାଲି ତିକ୍ତତା ସୃଷ୍ଟି ହୋଇଛି ତାହା ନୁହେଁ ବରଂ ଯଦି ଦୁଇ ଦେଶ ଅର୍ଥାତ୍ ଆଫ୍ଗାନିସ୍ତାନ-ଭାରତ ସହିତ ଯୁଦ୍ଧ ହୁଏ, ତେବେ ଏହାର କିପରି ମୁକାବିଲା କରିବେ ସେ ବିଷୟରେ ଆପଣ ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ବୈଠକ କରିଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା ? ଆସିଫ୍ କହିଥିଲେ ଯେ "ହଁ, ରଣନୀତି ପ୍ରସ୍ତୁତ ଅଛି । ମୁଁ ସେଗୁଡ଼ିକ ବିଷୟରେ ସାର୍ବଜନୀନ ଭାବରେ ଆଲୋଚନା କରିପାରିବି ନାହିଁ । କିନ୍ତୁ ଆମେ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ। "
ମୋଟ୍ ଉପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନେ କେମିତି ବୟାନ ଦିଅନ୍ତି ତାହା ସମସ୍ତେ ଜାଣନ୍ତି । ଖାଲି ଏତିକି ନୁହେଁ ବରଂ ପାକିସ୍ତାନ ଭାରତ ସୀମାରେ ହଲଚଲ୍ ହେଲେ ସ୍ଥିତି କଣ ହୁଏ ତାହା ଅପରେସନ୍ ସିନ୍ଦୂରରେ ବି ଦେଖିବାକୁ ମିଳିଥିଲା । କିନ୍ତୁ ଏହାପରେ ବି ପାକିସ୍ତାନର ମନ୍ତ୍ରୀ ଏମିତି କେମିତି ବୟାନ ଦେଲେ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏନେଇ କୌଣସି ବୟାନ ଦିଆଯାଇନି । ତେବେ ଖ୍ବାଜାଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ବି ହେଉଛି ।