କନକ ବ୍ୟୁରୋ: ବିହାର ଭୋଟ୍ ପାଇଁ ତାରିଖ ଯେତେ ପାଖଉଛି ନୂଆ ନୂଆ ପ୍ରାର୍ଥୀଙ୍କୁ ନୂଆ ନୁଆ ରୋଚକ କାହାଣୀ ସାମ୍ନାକୁ ଆସୁଛି । ଏଥର ବିହାର ନିର୍ବାଚନରେ ବରିୟାରପୁର ଆସନକୁ ନେଇ ଅଧିକ ଚର୍ଚ୍ଚା ହେଉଛି । କାରଣ ଏହି ଆସନରୁ ଜଣେ ୭୨ ବର୍ଷୀୟ ଚାଷୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଚମ ଧୁଡ଼ୁ ଧୁଡ଼ୁ ଶରୀର କିନ୍ତୁ କିନ୍ତୁ ତାଙ୍କ ଆତ୍ମବିଶ୍ବାସ ଜଣେ ନେତାଙ୍କଠାରୁ ବି ଅଧିକ ।
ବିହାର ବାଡ଼ା ଖୋଦାବନ୍ଦପୁରର ବାସିନ୍ଦା ରାମ ସ୍ୱାର୍ଥ ପ୍ରସାଦ, ପ୍ରୋଟେଷ୍ଟ ସର୍ବ ସମାଜ ପାର୍ଟି ପକ୍ଷରୁ ବରିୟାରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଭରିଛନ୍ତି । ବୁଢ଼ା ଚାଷୀ ଜଣକ କହିଛନ୍ତି ଯେ ବିହାରର କୌଣସି ସରକାର ଏପର୍ଯ୍ୟନ୍ତ କୃଷିକୁ ଶିଳ୍ପର ମାନ୍ୟତା ଦେଇ ପାରିଲେନି । ଏନେଇ ଅନେକ ଥର ସରକାରଙ୍କୁ ଜଣାଇଥିଲେ ବି କିଛି ସୁଫଳ ମିଳିଲାନି । ତେଣୁ ଏଥର ସେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଲେ ।
ଖୁସି ଛଡ଼ାଇ ନେଲା କର୍କଟ ରୋଗ, ଯନ୍ତ୍ରଣା ଜର୍ଜରିତ ଜୀବନ : ଜୀବନ ଜିଇଁବାକୁ ରୀତିମତ ସଂଘର୍ଷ
ବୃଦ୍ଧ ପ୍ରାର୍ଥୀ ରାମ ସ୍ୱାର୍ଥ ପ୍ରସାଦ କହିଛନ୍ତି, ସବୁଠି ସମସ୍ୟା ଅଛି । ସେଗୁଡ଼ିକର ସମାଧାନ ମୋର ପ୍ରାଥମିକତା ରହିବ । ଯଦି ମୁଁ ନିର୍ବାଚନ ଜିତିଯାଏ ତେବେ ମାଗଣା ଶିକ୍ଷାକୁ ପ୍ରାଥମିକତା ଦେବି, କୃଷିକୁ ଶିଳ୍ପ ମାନ୍ୟତା ଦେବାକୁ ସବୁ ଚେଷ୍ଟା କରିବି । ଆମେ ପ୍ରଚୁର ବିଦେଶୀ ସାମଗ୍ରୀ ଆମଦାନୀ କରୁ ଏବଂ ଏହା ବନ୍ଦ ହେବା ଉଚିତ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଆମକୁ ଛୋଟ ଶିଳ୍ପ ପ୍ରତିଷ୍ଠା କରିବାକୁ ପଡିବ । ଆମ ନିର୍ବାଚନ କ୍ଷେତ୍ରରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ଆମକୁ ନେତା ମାନେ ଆଉ ମଣିଷ ବୋଲି ଭାବି ନାହାନ୍ତି । ଆମକୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ୍ ହାତେଇବା ପରେ ଆମକୁ ଆଉ ପଚାରୁନାହାନ୍ତି ।
ବଡ଼କଥା ହେଲା ରାମ ସ୍ୱାର୍ଥ ପ୍ରସାଦ ତାଙ୍କ ସତ୍ୟପାଠରେ କହିଛନ୍ତି ଯେ ତାଙ୍କର କୌଣସି ପିଲାଛୁଆ ନାହାନ୍ତି । ଜଣେ ଗରିବ ଚାଷୀ ଭାବେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ବରିୟାରପୁର ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଆଉ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ଏହି ବୃଦ୍ଧ ପ୍ରାର୍ଥୀ । ଏପଟେ ଖବର ଖେଳିବା ପରେ ବିହାରଠୁ ଆରମ୍ଭ କରି ବମ୍ବେ ସବୁଠି ବୁଢ଼ା ମଉସାଙ୍କ ସାହସ ଓ ଉତ୍ସାହକୁ ସଲାମ କରୁଛନ୍ତି ଲୋକେ ।