କନକ ବ୍ୟୁରୋ : ହସଖୁସିରେ ଚାଲୁଥିଲା ତେଲଲୁଣ ସଂସାର । ହଠାତ୍ ରୋଗ ସାଧିଲା ଦାଉ । ଘରର ରୋଜଗାରିଆ ପୁଅ କର୍କଟରେ ପୀଡ଼ିତ । ଅଭାବ ଅନଟନ ଭିତରେ ପରିବାର ଚଳୁଥିବା ବେଳେ ଏବେ ଚିକିତ୍ସା ପାଇଁ ଦୁର୍ଦ୍ଦଶା ବଢ଼ିଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରଗଡ଼ ଗାଁର ଅଭିମନ୍ୟୁ ପ୍ରଧାନ। କାମ କରି ଯେଉଁ ଦିପଇସା ରୋଜଗାର କରୁଥିଲେ ସେଥିରେ ବେଶ ହସଖୁସିରେ ଚଳି ଯାଉଥିଲା ପାଞ୍ଚପ୍ରାଣୀ କୁଟୁମ୍ବ । ହେଲେ ତିନିବର୍ଷ ତଳେ ଅଭିମନ୍ୟୁ କ୍ୟାନ୍ସର ହେବା କଥା ଜାଣିବା ପରେ ସତେ ଯେପରି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି । ବାରମ୍ବାର ଚିକିତ୍ସା କରି ଟଙ୍କା ସରିଯାଇଛି । ଡାକ୍ତର ବି ଚିକିତ୍ସାରୁ ଫେରାଇ ଦେଇଛନ୍ତି । ଏବେ କେମିତି ଚଳିବେ । ପେଟ ପାଟଣା ପାଇଁ ଚିନ୍ତାରେ ବଢୁଛି । ଏମିତିକି କିଛି ସାହାଯ୍ୟ ସହଯୋଗ କରବାକୁ ଅନୁରୋଧ କରିଛନ୍ତି ପରିବାର ।
ଆଲୋକର ପର୍ବ ଦୀପାବଳିରେ ସବୁଠି ଆଲୁଅ ; ହେଲେ ଏହି ଘରେ ନା ଖୁସି ଅଛି ନା ଜଳୁଛି ଦୀପ
ଦୀପାବଳିରେ ସବୁ ଘର ଆଲୋକିତ ହେଉଥିବା ବେଳେ ଅଭିମନ୍ୟୁଙ୍କ ପରିବାର ଯେମିତି ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ଏହି ଦୁଃଖ ଯେମିତି ସରିବନି । ପାଖ ପଡ଼ୋଶୀ ଆହା ବୋଲି କହିଦେଲେ ସତ । ହେଲେ ସାହାଯ୍ୟ ପାଇଁ କେତେଜଣ ବା ଆଗକୁ ଆସିବେ । ଏହି ଅସହାୟ ପରିବାରକୁ କିଛି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ପଡ଼ୋଶୀ । ଯଦି କୌଣସି ସହୃଦୟ ବ୍ୟକ୍ତି ଅଭିମନ୍ୟୁଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗଯୋଗ କରିପାରିବେ ।
ଡଲିଲତା ପ୍ରଧାନ
BANK OF BARODA
ACCOUNT NUMBER: 23510100007429
PHNO: 9938231393
ଅସହାୟ ହୋଇପଡିଥିବା ଏହି ପରିବାରକୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ସହଯୋଗ କରାଯିବା ସହ ଅଭିମନ୍ୟୁଙ୍କ ଚିକିତ୍ସା କରାଇପାରିଲେ ତାଙ୍କୁ ଏକ ନୂଆ ଜୀବନ ମିଳିପାରନ୍ତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/20/vlcsnap-2025-10-20-18h11m49s126-2025-10-20-18-12-18.png)