କନକ ବ୍ୟୁରୋ: ଆମ ଭାରତ ଯେଉଁଠି ଅତିଥିଙ୍କୁ ଭଗବାନଙ୍କ ଆକ୍ଷା ଦିଆଯାଏ, ସେମାନଙ୍କ ଆତିଥ୍ୟରେ ଟିକେ ବି ଊଣା କରାଯାଏନି, ଏପରିକି ତାଙ୍କ ଚରଣ ବି ପୂଜା କରାଯାଏ । ସେ ପବିତ୍ର ମାଟିରେ ଘଟିଛି ଲଜ୍ଜା । ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କୁ ଅସଦାଚରଣ ଘଟଣା ସାରା ବିଶ୍ବରେ ଭାରତର ମୁଣ୍ଡକୁ ତଳକୁ କରିଦେଇଛି ।
ଖବର ମୁତବାକ ମହିଳା କ୍ରିକେଟ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ଦୁଇ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଇନ୍ଦୋରରେ ଅସଦାଚରଣ କରାଯାଇଛି । ଜଣେ ଯୌନ ରାକ୍ଷସ ବାଇକରେ ଆସି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଇନ୍ଦୋର ପୁଲିସ ଶନିବାର ଦିନ ନିଜ ଆଡ଼ୁ କେସ୍ ରୁଜୁ କରିବା ସହ ମଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।
ଅଧିକ ପଢ଼ନ୍ତୁ--ଅଚାନକ ୪ ଦିନରେ ୭ ହଜାର ଟଙ୍କା ଶସ୍ତା ହେଲାଣି ୧୦ ଗ୍ରାମ ପ୍ରତି ସୁନା ଦର, ଜାଣନ୍ତୁ ଆଉ କେତେ କମିବ ? କ'ଣ କହୁଛନ୍ତି ବିଶେଷଜ୍ଞ
ପୁଲିସ ସୂଚନା ମୁତାବକ, ଗୁରୁବାର ସକାଳେ ଅଷ୍ଟ୍ରେଲୀୟ କ୍ରିକେଟ ଦଳ ରାଡିସନ ବ୍ଲୁ ହୋଟେଲରୁ ଏକ କାଫେକୁ ଯାଉଥିଲେ । ଠିକ୍ ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ଅକିଲ ଖାନ ଓ ଅନ୍ୟ ଫେରାର ଅଭିଯୁକ୍ତ ଖଜରାନା ରୋଡ ଅଞ୍ଚଳରେ କ୍ରିକେଟରଙ୍କ ପିଛା କରିଥିଲା । ଆଉ ତାଙ୍କ ସାଇଡରେ ବାଇକକୁ ସ୍ପିଡରେ ନେଇ ଦୁଇ ଖେଳାଳିଙ୍କୁ ଅସଦାଚରଣ କରି ଫେରାର ହୋଇଯାଇଥିଲେ । ଏ ଘୃଣ୍ୟ ଘଟଣାକୁ ନେଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟ କଡ଼ା ନିନ୍ଦା କରିଛନ୍ତି ।
ସତରେ ଏଭଳି ଲଜ୍ଜାଜନକ ଘଟଣା ସାରା ବିଶ୍ବରେ ଭାରତକୁ ଲଜ୍ଜିତ କରିଛି । ଭାରତର ସଂସ୍କାର, ପରମ୍ପରା ଓ ଆତିଥ୍ୟତାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି । ଇନ୍ଦୋର ଘଟଣା ପରେ ବିଦେଶୀ ଅତିଥିଙ୍କ ଆଗରେ ଆମେ ମୁଣ୍ଡ ଉଠାଇ ଚାଲିପାରିବା ତ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/26/indore-2025-10-26-16-31-53.jpg)