କନକ ବ୍ୟୁରୋ: କନକ ନ୍ୟୁଜ ପ୍ରଭାବରେ ଅସହାୟ ପରିବାରକୁ ମିଳିଛି ସହାୟତା । ଘରର ରୋଜଗାରିଆ ପୁଅ ଅଧାବାଟରେ ଛାଡି ଆରପାରିକୁ ଚାଲିଯିବା ପରେ ତାର ଶୁଦ୍ଧିକର୍ମ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ବେଛାସେବୀ ସଙ୍ଗଠନ ଓ ସମାଜସେବୀ ମାନଙ୍କୁ ସହାୟତା ମାଗିଥିଲେ ବୁଢ଼ୀ ମା ଓ ପତ୍ନୀ । ଏହି ଖବର କନକ ନିୟୁଜରେ ପ୍ରସାରଣ ପରେ ଏବେ ଅସହାୟ ପରିବାର ନିକଟରେ ପହଁଚିଛି ସହାୟତା ।
କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ମାଣିକପୁର ଗାଁର ବ୍ରଜବନ୍ଧୁ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ । ଆଉ ତାଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସମାଜସେବୀ ରମାକାନ୍ତ ନାୟକ । ଶୁଦ୍ଧିକର୍ମ ପାଇଁ ହାତରେ ଅର୍ଥ ନଥିବାରୁ ମୃତ ଦିନବନ୍ଧୁଙ୍କର ପରିବାର ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ବେଛାସେବୀ ସଙ୍ଗଠନ ମାନଙ୍କୁ ଅନୁରୋଧ କରିଥିଲେ ।
ସେହିପରି ମାର୍ଶାଘାଇ ବ୍ଲକ ବିଡିଓ ପଞ୍ଚାନନ ମଲ୍ଲିକ ଓ ତାଳସଙ୍ଗା ଗ୍ରାମ ପଂଚାୟତର ସରପଂଚଙ୍କ ପ୍ରତିନିଧୀ ସଂଜୟ କୁମାର ବେହେରା ମୃତ ବ୍ରଜବନ୍ଧୁଙ୍କ ଘରେ ପହଁଚି ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ରାସନ ସାମଗ୍ରୀ ମଧ୍ୟ ଯୋଗାଇଦେଇଛନ୍ତି । ବଡ଼କଥା ହେଉଛି, ଖବର ଦେଖାଇବା ପରେ ଜଣେ ଗରିବଙ୍କ ଘରେ ପ୍ରଶାସନ ହେଉ କି ସ୍ବେଚ୍ଛାସେବୀ ପହଞ୍ଚୁଥିବାବେଳେ ଆଜି ବି ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ଆର୍ଥିକ ଅନଟନରେ ଜୀବନ ଯାପନ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/18/kendrapara-2025-10-18-17-13-01.png)