କନକ ବ୍ୟୁରୋ: ବିନୋଦ ଲୋହାର । ବୃତ୍ତିରେ ଜଣେ ସାମାନ୍ୟ ଅଟୋ ଡ୍ରାଇଭର । ହେଲେ ବିନୋଦଙ୍କ ବଡ଼ପଣ ଯିଏ ଶୁଣିବ, ତାଙ୍କୁ ପ୍ରଂଶସା ନକରି ରହିପାରିବନି । ଅସହାୟ ସାହା ସାଜି, ସେ ଦେଉଛନ୍ତି ଦ୍ୱିତୀୟ ଜୀବନ । ମୃତ୍ୟୁ ମୁହଁରୁ ଟାଣି ନେଇ, ମାଗଣାରେ ଲୋକଙ୍କୁ ପହଞ୍ଚାଉଛନ୍ତି ହସ୍ପିଟାଲ ।

Advertisment

ଅଧିକ ପଢ଼ନ୍ତୁ--- ପୁଣି ଥରେ ବନ୍ଦ ହେଲା ଜଟାଧାର ମୁହାଣ ବେଳାଭୂମିରେ ବାଲିଯାତ୍ରା

ମୟୂରଭଞ୍ଜ ବାରିପଦାରେ ରହୁଥିବା ଏହି ଅଟୋ ଡ୍ରାଇଭର କିନ୍ତୁ ସାଧାରଣ ଅଟୋ ଚାଳକଙ୍କଠୁ ପୂରା ନିଆରା । ବସ୍ ଷ୍ଟାଣ୍ଡରୁ ଯଦି କେହି ରୋଗୀ ଦେଖା ହୁଅନ୍ତି ସେ ତୁରନ୍ତ ସେ ଲୋକର ଜୀବନ ବଞ୍ଚେଇବା କାମରେ ଲାଗିପଡନ୍ତି । ଆଉ ନିଜ ଅଟୋରେ ବସେଇ ନେଇଯାଆନ୍ତି ହସ୍ପିଟାଲ, ଯାହାକି ବିଲକୁଲ୍ ମାଗଣାରେ । ତେବେ ପ୍ରତିଦିନ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସେ ଏମିତି କାମ କରୁଛନ୍ତି ଆଉ ଲୋକଙ୍କ ଜୀବନ ବଞ୍ଚେଇ ଚାଲିଛନ୍ତି ।

ବଡ଼ କଥା ହେଉଛି, ଭିନ୍ନକ୍ଷମଙ୍କ ପାଇଁ ଏ ଅଟୋରେ ବର୍ଷକ ବାରମାସ ପୂରା ମାଗଣାରେ ସେବା ଯୋଗାଉଛନ୍ତି ବିନୋଦ । ଦିନେ ସେ ନିଜେ ମେଡିକାଲକୁ ଆସିବାବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ନୂଆ ଅଟୋ କିଣିବା ପରେ ଏଭଳି ମହତ କାମ କରୁଥିବା କୁହନ୍ତି ।

ଅଧିକ ପଢ଼ନ୍ତୁ--- ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା

ସ୍ବାର୍ଥପର ଦୁନିଆରେ ଆଜି କାଲି କିଏ ବା ମାଗଣାରେ କ’ଣ କରୁଛି ଯେ । ହେଲେ ଭିନ୍ନକ୍ଷମ ଏବଂ ଗରିବ ରୋଗୀଙ୍କ ପାଇଁ ବିନୋଦଙ୍କ ଭଳି ଲୋକଙ୍କ ହିଁ ଜୀବନ ଆଉ ଯମ ଭିତରେ ପାଚେରୀ ସାଜି, ଆମକୁ ରକ୍ଷା କରନ୍ତି । ଅନେକ ପରିବାର ମୁହଁରେ ହସ ଫୁଟାନ୍ତି ।