GAMERLEET Photograph: (kanak news)
କନକ ବ୍ୟୁରୋ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କାହାଣୀ ଜଣାଇବୁ, ଯିଏ ଦିନେ ଭଡ଼ା ଘରେ ରହୁଥିଲେ, ଯାହାଙ୍କ ବାପା ବସ୍ କଣ୍ଡକ୍ଟର ଥିଲେ, କିନ୍ତୁ ଆଜି ସେ ନିଜ ପରିଶ୍ରମରେ ଏମିତି ଏକ 'ଡ୍ରିମ୍ ହାଉସ୍' ତିଆରି କରିଛନ୍ତି ଯାହା ବଡ଼ ବଡ଼ ବଲିଉଡ୍ ତାରକାଙ୍କ ବଙ୍ଗଳାକୁ ମଧ୍ୟ ଟକ୍କର ଦେଉଛି । ଆମେ କହୁଛୁ 'ଗେମରଫ୍ଲିଟ୍' ଓରଫ୍ ଅଂଶୁ ବିଷ୍ଟଙ୍କ କଥା ।
ଆହୁରି ପଢ଼ନ୍ତୁ: ବଡ଼ ଘୋଷଣା କଲେ ଫଳାହାରୀ ମହାରାଜ
ୟୁଟ୍ୟୁବ୍ ଦୁନିଆର ସୁପରଷ୍ଟାର ଅଂଶୁ ବିଷ୍ଟ ଏବେ ଚର୍ଚ୍ଚାର ଶିଖରରେ । ନିକଟରେ ସେ ନିଜର ଏକ ନୂଆ ଭିଡିଓ ଜରିଆରେ ନିଜର ବିଳାସମୟ ଘରର 'ହାଉସ୍ ଟୁର୍' କରାଇଛନ୍ତି । ଏହି ଘରଟି କେବଳ ଇଟା-ପଥରରେ ତିଆରି ନୁହେଁ, ବରଂ ଏଥିରେ ରହିଛି ଅତ୍ୟାଧୁନିକ ଜ୍ଞାନକୌଶଳର ଭରପୂର ମିଶ୍ରଣ ।
ଏହି ଘରର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର 'ସ୍ମାର୍ଟ୍ ହୋମ୍' ଫିଚର । ଅଂଶୁଙ୍କ ଗୋଟିଏ 'ସ୍ବର'ରେ ଘରର ପରଦା ଖୋଲିଯାଏ, ଲାଇଟ୍ ଜଳିଉଠେ ଏବଂ ଏସି ଚାଲିବାକୁ ଲାଗେ । ଏଠାରେ ପ୍ରତିଟି କୋଣକୁ ସେ ଅତ୍ୟନ୍ତ ଯତ୍ନର ସହ ଡିଜାଇନ୍ କରିଛନ୍ତି । ଘରର ଇଣ୍ଟେରିୟର ବିଷୟରେ କହିଲେ, ତାଙ୍କର ଡାଇନିଂ ଏରିଆ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ରିପୋର୍ଟ ଅନୁଯାୟୀ, ଡାଇନିଂ ଟେବୁଲ୍ ପାଇଁ ସ୍ୱତନ୍ତ୍ର ଭାବେ ବ୍ରାଜିଲରୁ ପଥର ମଗାଯାଇଛି, ଯାହା ମଧ୍ୟରେ ଲୁକ୍କାୟିତ ଲାଇଟ୍ ସବୁ ଲଗାଯାଇଛି । ଖାଇବା ସମୟରେ ଏହି ଟେବୁଲ୍ ବିଭିନ୍ନ ରଙ୍ଗରେ ଝଲସି ଉଠେ ।
ଜଣେ ସଫଳ ଗେମର ଭାବରେ, ଅଂଶୁ ନିଜ ଘରେ ଏକ ବିରାଟ ଗେମିଂ ଷ୍ଟୁଡିଓ ମଧ୍ୟ ଏହି ବଙ୍ଗଳା ଭିତରେ ନିର୍ମାଣ କରିଛନ୍ତି । ଯେଉଁଠାରେ ଲକ୍ଷ ଲକ୍ଷ ଟଙ୍କାର କମ୍ପ୍ୟୁଟର ସେଟଅପ୍, ସାଉଣ୍ଡ ପ୍ରୁଫିଂ ଏବଂ ହାଇ-ସ୍ପିଡ୍ ଇଣ୍ଟରନେଟ୍ ବ୍ୟବସ୍ଥା ରହିଛି । ଏହା କୌଣସି ହଲିଉଡ୍ ମୁଭିର ସେଟ୍ ପରି ମନେହୁଏ ।
ସବୁଠାରୁ ବଡ଼କଥା ହେଉଛି ଏହି ଚାକଚକ୍ୟ ପଛରେ ରହିଛି ବର୍ଷ ବର୍ଷର ସଂଘର୍ଷ । ଅଂଶୁ ମନେ ପକାଇଛନ୍ତି ସେହି ଦିନକୁ, ଯେତେବେଳେ ତାଙ୍କ ପରିବାର ଆର୍ଥିକ ଅଭାବରେ ଗତି କରୁଥିଲେ । ତାଙ୍କ ବାପା ଜଣେ ସାଧାରଣ ବସ୍ କଣ୍ଡକ୍ଟର ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଆଜି ନିଜ ପୁଅର ଏହି ସଫଳତା ଦେଖି ବାପା-ମା'ଙ୍କ ଆଖିରେ ଖୁସିର ଲୁହ ।
ଅଂଶୁ ବିଷ୍ଟଙ୍କର ଏହି ନୂଆ ଘର କେବଳ ଏକ ସମ୍ପତ୍ତି ନୁହେଁ, ବରଂ ଏହା ଭାରତର କୋଟି କୋଟି ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣା । ସେ ପ୍ରମାଣ କରିଛନ୍ତି ଯେ ଯଦି ଆପଣଙ୍କ ପାଖରେ ଜିଦ୍ ଏବଂ ପ୍ରତିଭା ଅଛି, ତେବେ ଆପଣ ଶୂନରୁ ବି ଆକାଶ ଛୁଇଁପାରିବେ ।
Follow Us