କନକ ବ୍ୟୁରୋ: ଖେଳ ପଡ଼ିଆ ହେଉ କିମ୍ବା ପାଠପଢ଼ା ଟେବୁଲ୍, ଯେତେବେଳେ ପରିଶ୍ରମ ସହିତ ସଂକଳ୍ପ ଯୋଡ଼ି ହୁଏ, ସେତେବେଳେ ଇତିହାସ ରଚାଯାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ପରିବାର ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଭଣଜା କ୍ରିକେଟ୍ ବ୍ୟାଟରେ ବିଶ୍ୱ ରେକର୍ଡ କରୁଥିବା ବେଳେ ମାମୁ ଏବେ ଦେଶର ସବୁଠାରୁ କଠିନ ପରୀକ୍ଷା UPSC ଉତ୍ତୀର୍ଣ୍ଣ କରି ବନି ଯାଇଛନ୍ତି IPS ଅଫିସର ।

Advertisment

ଆହୁରି ପଢ଼ନ୍ତୁ: ସଞ୍ଜୁ ୨୬ ରନ୍ କଲେ ଜିତିବ ଭାରତ !

ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୧୪ ବର୍ଷ ବୟସରେ ଆଇପିଏଲ୍ ଇତିହାସର ସବୁଠାରୁ କମ ବୟସ୍କ ଖେଳାଳି ଭାବେ ନିଲାମ ହୋଇ ଚର୍ଚ୍ଚାର ଶିଖରରେ ଥିବା ଏହି ବାଳକ ଏବେ ପୁଣି ଥରେ ଖୁସିର ଲହରୀ ଖେଳାଇ ଦେଇଛନ୍ତି । କିନ୍ତୁ ଏଥର କାରଣ ବୈଭବଙ୍କ ଚୌକା କିମ୍ବା ଛକା ନୁହେଁ, ବରଂ ତାଙ୍କ ମାମୁ ଅଭିଷେକ ଚୌହାନଙ୍କ ଅସାଧାରଣ ସଫଳତା । ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୦୨ ତମ ର଼୍ୟାଙ୍କ୍ ହାସଲ କରି ଅଭିଷେକ ଏବେ ଜଣେ ପୁଲିସ ଅଫିସର ଭାବେ ଦେଶ ସେବା କରିବାକୁ ପ୍ରସ୍ତୁତ ।

ଅଭିଷେକ ଚୌହାନଙ୍କ ଏହି ଯାତ୍ରା ସହଜ ନଥିଲା । ବିହାରର ଏକ ସାଧାରଣ ପରିବାରରୁ ଆସିଥିବା ଅଭିଷେକ ପ୍ରମାଣ କରିଛନ୍ତି ଯେ ଲକ୍ଷ୍ୟ ସ୍ଥିର ଥିଲେ କୌଣସି ବାଧା ଆପଣଙ୍କୁ ଅଟକାଇ ପାରିବ ନାହିଁ । ବୈଭବ ଯେତେବେଳେ କ୍ରିକେଟ୍ ମଇଦାନରେ ଝାଳ ବୁହାଉଥିଲେ, ଅଭିଷେକ ସେତେବେଳେ ବନ୍ଦ କୋଠରୀରେ ବହି ସହିତ ସଂଘର୍ଷ କରୁଥିଲେ । ଆଜି ସେହି ପରିଶ୍ରମର ମିଠା ଫଳ ମିଳିଛି । ତାଙ୍କର ଏହି ସଫଳତା ପରେ ସମଗ୍ର ସମସ୍ତିପୁର ଜିଲ୍ଲା ଏବଂ କ୍ରିକେଟ୍ ଜଗତରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଭାଗ୍ୟ ବଦଳାଇବାକୁ ହୋଟେଲ ବଦଳାଇଲା ଟିମ୍ ଇଣ୍ଡିଆ!

ଅଭିଷେକ କୁହନ୍ତି, ବୈଭବଙ୍କ କ୍ରିକେଟ୍‌ ପ୍ରତି ଥିବା ନିଷ୍ଠା ତାଙ୍କୁ ମଧ୍ୟ ଅନେକ ସମୟରେ ଅନୁପ୍ରାଣିତ କରିଛି । ଗୋଟିଏ ପରିବାରରୁ ଦୁଇଜଣ ଉଦୀୟମାନ ତାରକା ବାହାରିବା କୌଣସି ଚମତ୍କାରଠାରୁ କମ୍ ନୁହେଁ । ଜଣେ ଖେଳ ପଡ଼ିଆରେ ଦେଶର ଗର୍ବ ବଢ଼ାଉଥିବା ବେଳେ ଅନ୍ୟ ଜଣେ ଆଇନ ଏବଂ ପ୍ରଶାସନ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ।

ବୈଭବ ସୂର୍ଯ୍ୟବଂଶୀଙ୍କ କ୍ୟାରିୟର ଏବେ ଆରମ୍ଭ ହୋଇଛି ଏବଂ ଅଭିଷେକ ଚୌହାନଙ୍କ ନୂଆ ଇନିଂସ ମଧ୍ୟ ପ୍ରଶାସନିକ ସ୍ତରରେ ଆରମ୍ଭ ହେବାକୁ ଯାଉଛି । ଏହି ଦୁଇ ବ୍ୟକ୍ତିତ୍ୱ ପ୍ରମାଣ କରିଛନ୍ତି ଯେ ଭାରତର ଛୋଟ ଛୋଟ ସହରରେ ଏମିତି ଅନେକ ପ୍ରତିଭା ଅଛନ୍ତି, ଯେଉଁମାନେ ସୁଯୋଗ ପାଇଲେ ଆକାଶ ଛୁଇଁ ପାରିବେ ।