କନକ ବ୍ୟୁରୋ: ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ବିଶ୍ୱକପ୍ ୨୦୨୬ର ମହାଫାଇନାଲ୍ । ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ । କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ସବୁଠୁ ଚର୍ଚ୍ଚାରେ ଅଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନ୍ । କୁହାଯାଉଛି, ସଞ୍ଜୁ ସାମସନଙ୍କ ବ୍ୟାଟରୁ ମାତ୍ର ୨୬ ରନ୍ ବାହାରିଲେ ଭାରତ ହେବ ବିଶ୍ୱ ଚାମ୍ପିୟନ ! କାହିଁକି ସଞ୍ଜୁଙ୍କ ପାଇଁ ଏହି ୨୬ ସଂଖ୍ୟା ଏତେ ଗୁରୁତ୍ୱପୂର୍ଣ୍ଣ ? ଆସନ୍ତୁ ଜାଣିବା...
ଆହୁରି ପଢ଼ନ୍ତୁ: ଭାରତ ପାଖରେ ଇତିହାସ ରଚିବାର ସୁଯୋଗ
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଫାଇନାଲ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ଏହି ବିଜୟର ହିରୋ ଥିଲେ ସଞ୍ଜୁ ସାମସନ୍, ଯିଏ ୪୨ଟି ବଲ୍ରେ ୮୯ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । କିନ୍ତୁ ଏବେ ଫାଇନାଲ ପୂର୍ବରୁ ଏକ ରୋଚକ ରିପୋର୍ଟ ସାମ୍ନାକୁ ଆସିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସଞ୍ଜୁ ସାମସନ୍ ଯେତେବେଳେ ବି କୌଣସି ଟି-୨୦ ମ୍ୟାଚରେ ୨୫ ରୁ ଅଧିକ ରନ୍ କରିଛନ୍ତି, ଭାରତ ସେହି ମ୍ୟାଚରେ ବିଜୟୀ ହେବାର ସମ୍ଭାବନା ଶତ ପ୍ରତିଶତ ରହିଛି ।
ଆସନ୍ତୁ ନଜର ପକାଇବା ସଞ୍ଜୁଙ୍କ କ୍ୟାରିୟର ଉପରେ । ସଞ୍ଜୁ ନିଜର ୬୧ଟି ଟି-୨୦ ମ୍ୟାଚ୍ ମଧ୍ୟରୁ ପ୍ରାୟ ୧୬ଟି ମ୍ୟାଚରେ ୨୫ ରୁ ଅଧିକ ସ୍କୋର କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ସେହି ସବୁ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ପତାକା ଉଡ଼ାଇଛି । ଏହି ବିଶ୍ୱକପରେ ମଧ୍ୟ ସଞ୍ଜୁ ଜବରଦସ୍ତ ଫର୍ମରେ ଅଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅପରାଜିତ ୯୭ ଏବଂ ଇଂଲଣ୍ଡ ବିପକ୍ଷରେ ୮୯ ରନର ଇନିଂସ ଏହାର ପ୍ରମାଣ । ତେଣୁ ଯଦି ଫାଇନାଲରେ ସଞ୍ଜୁ ଅତିକମରେ ୨୬ ରନ୍ କରିଦିଅନ୍ତି, ତେବେ ଇତିହାସ କହୁଛି ଭାରତ ବିଶ୍ୱକପ୍ ଜିତିବା ନିଶ୍ଚିତ ।
ଆହୁରି ପଢ଼ନ୍ତୁ: ଅହମଦାବାଦ ଉପରେ ସାରା ବିଶ୍ବର ନଜର
ସଞ୍ଜୁଙ୍କ ଫର୍ମ: ୪ ମ୍ୟାଚରେ ୨୩୨ ରନ୍
ଷ୍ଟ୍ରାଇକ୍ ରେଟ୍: ୨୦୦%ରୁ ଅଧିକ
ଆକଳନ କହୁଛି: ୨୫ ରୁ ଅଧିକ ସ୍କୋର କଲେ ଭାରତ ଜିତେ...
ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ପତିଆରା ମଧ୍ୟ ବଜାୟ ରହିଛି । ସଞ୍ଜୁଙ୍କୁ ମଧ୍ୟକ୍ରମରେ କିମ୍ବା ଓପନିଂରେ ଯେଉଁ ସ୍ଥାନରେ ସୁଯୋଗ ମିଳିଲେ ମଧ୍ୟ ସେ ବଡ଼ ସ୍କୋର କରିବାର କ୍ଷମତା ରଖନ୍ତି । ଚଳିତ ବିଶ୍ୱକପରେ ସେ ରୋହିତ ଶର୍ମାଙ୍କର ଗୋଟିଏ ସିଜନରେ ସର୍ବାଧିକ ଛକା ମାରିବା ରେକର୍ଡ (୧୫ଟି ଛକା) କୁ ମଧ୍ୟ ଭାଙ୍ଗି ସାରିଛନ୍ତି । ଏବେ ସେ ୧୬ଟି ଛକ୍କା ସହ ଶୀର୍ଷରେ ଅଛନ୍ତି । ସଞ୍ଜୁଙ୍କର ଏହି 'ଲେଡି ଲକ୍' ଏବଂ ବିସ୍ଫୋରକ ବ୍ୟାଟିଂ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ପାଇଁ କାଳ ସାଜିପାରେ ।
ଏପଟେ ପ୍ରଶଂସକଙ୍କ ମଧ୍ୟରେ ଏବେ ଗୋଟିଏ ଆଶା, ସଞ୍ଜୁ ଚାଲିଲେ, ଭାରତ ଜିତିବ । ତେବେ ଦେଖିବାକୁ ବାକି ରହିଲା... ସଞ୍ଜୁ ସାମସନ୍ ସେହି ୨୬ ରନ୍ ଅତିକ୍ରମ କରି ଭାରତକୁ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱ ଚାମ୍ପିୟନ କରାଇପାରୁଛନ୍ତି କି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/03/07/hcqhbhnauaqj5xg-2026-03-07-16-43-50.jpg)