କନକ ବ୍ୟୁରୋ: ସଂଘର୍ଷ ଆଉ ସଫଳତା ରାତାରାତି ମିଳେନି । ମଣିଷର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଥିଲେ ସେ ଅସମ୍ଭକୁ ସମ୍ଭବ କରିଦେବ । ମହାରାଷ୍ଟ୍ରର ଏକ ଛୋଟିଆ ଗାଁରେ ଜନ୍ମିତ ରମେଶ ଘୋଲପଙ୍କ ସଂଘର୍ଷ କାହାଣୀ ଚର୍ଚ୍ଚାରେ ରହିଛି । ଆଇଏଏସ ସ୍ବପ୍ନକୁ ପୂରା କରିବା ପାଇଁ ରମେଶ ଦାରିଦ୍ର୍ୟ, ଅସହାୟତା ଏବଂ ପୋଲିଓ ଭଳି ରୋଗ ସହିତ ଲଢ଼େଇ କରିଥିଲେ । ଶେଷରେ ସଫଳ ହୋଇ ପାଲଟିଯାଇଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ ।
ପିଲା ଦିନରୁ ରମେଶଙ୍କ ବାମ ଗୋଡ଼ ପୋଲିଓ ରୋଗରେ ଆକ୍ରାନ୍ତ ହେବା ସହିତ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଖରାପ ଥିଲା । ତାଙ୍କ ବାପାଙ୍କର ଏକ ଛୋଟ ସାଇକେଲ ଦୋକାନ ଥିଲା । କିନ୍ତୁ ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ତାଙ୍କ ମାଆଙ୍କୁ ରାସ୍ତାରେ ଚୁଡ଼ି ବିକିବାକୁ ପଡିଥିଲା । ରମେଶ ବି ତାଙ୍କ ପୋଲିଓ ଆକ୍ରାନ୍ତ ଗୋଡ଼ରେ ମା’ଙ୍କ ସାଙ୍ଗରେ ବସି ଚୁଡ଼ି ମଧ୍ୟ ବିକିଥିଲେ । ଚୁଡ଼ି ବିକି ସାରି ଘରକୁ ଯିବା ପରେ ସେ ପାଠ ପଢ଼ନ୍ତି । ନିଜେ ପାଠ ପଢ଼ିବା ସହ ଗାଁ ପିଲାଙ୍କୁ ପାଠପଢ଼ାଇବା ଆରମ୍ଭ କଲେ । ଯାହା କି ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇଥିଲା । ପରେ ପରେ ବିଏ ଡିଗ୍ରି ହାସଲ କରି ଆଇଏଏସ୍ ଅଧିକାରୀ ହେବା ପାଇଁ ରମେଶ କଠିନ ପରିଶ୍ରମ କରିଥିଲେ । ୨୦୧୦ରେ ରମେଶ ୟୁପିଏସସି ପରୀକ୍ଷାରେ ବିଫଳ ହୋଇଥିଲେ । ମନୋବଳ ନଭାଙ୍ଗି ରମେଶ ୨୦୧୨ ମସିହାରେ ୟୁପିଏସସି ପରୀକ୍ଷାରେ ପାସ୍ କରିଥିଲେ ।
ଅଧିକ ପଢ଼ନ୍ତୁ--- ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ
ରମେଶ କୁହନ୍ତି, ‘ୟୁପିଏସସି ପରୀକ୍ଷାରେ ଫେଲ୍ ହେବା ପରେ ମା’ ମୋତେ ଅନେକଥର ବୁଝାଇ କହିଥିଲେ, ‘ଯେତେ ବାଧାବିଘ୍ନ ଆସିଲେ ବି ପାଠପଢ଼ା କେବେ ଛାଡ଼ିବୁ ନାହିଁ । କାରଣ ଏହା ହେଉଛି ତୋର ଅସ୍ତ୍ର । ଏହାକୁ ମାଧ୍ୟମ କରି ନିଶ୍ଚୟ ଦିନେ ତୁ ତୋର ସ୍ବପ୍ନକୁ ପୂରା କରି ପାରିବୁ ।’ ଗ୍ରାମବାସୀଙ୍କ ଠାରୁ ମା’ ଋଣ ନେଇ ମୋତେ କୋଚିଂ ପାଇଁ ପୁଣେ ପଠାଇଥିଲେ । ମୁଁ ପୁଣେରେ ପହଞ୍ଚିବା ପରେ ବିନା କୋଚିଂରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି । ଶେଷରେ ସଫଳ ହୋଇ ଆଜି ଦେଶ ସେବା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/24/ias-ramesh-gholap-2025-10-24-19-30-14.jpg)