କନକ ବ୍ୟୁରୋ : ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ ପ୍ରସ୍ତୁତ ହେବ କୋଠ ଭୋଗ । ରଥଯାତ୍ରା ସମୟରେ ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ କରାଯିବ । ଏନେଇ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । ଏଥିପାଇଁ ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି । ବଳଭଦ୍ର ଜୈବିକ ଚାଷ ମିଶନରେ ଜୈବିକ ଚାଷ ପାଇଁ ସହାୟତା ଦିଆଯାଇଛି ।
ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳ । ୫ ପ୍ରକାର ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ।
କୋଠ ଭୋଗ ପାଇଁ ଆବଶ୍ୟକୀୟ ପରିମାଣର ଚାଉଳ ଅମଳ ହେବ । ଯଦି ବଳକା ରହେ କିଛି ପରିମାଣର ମହାପ୍ରସାଦ ମଧ୍ୟ କରାଯିବ । ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର । ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ । ଗତ ରଥଯାତ୍ରା ବେଳେ ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କ ଆଡପ ମଣ୍ଡପ ଭୋଗରେ ବ୍ୟବହାର ହୋଇଥିଲା ଜୈବିକ ଚାଉଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/24/puri-2025-10-24-16-32-42.jpg)