ମୋଦୀଙ୍କ ମନ ଜିଣିଲା ଓଡ଼ିଶା ଉପହାର; ଉପହାର ପାଇ ଚିଠିଲେଖି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ...

ଏପରିକି ସେ ଉହାରରେ ଥିବା ଚିତ୍ରକଳାର ଢେର୍ ପ୍ରଶଂସା ମଧ୍ୟ କରିଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇବା ପରେ ପିଲା ଖୁସି କହିଲେ ନସରେ । 

PM LETTER

PM NARENDRA MODI Photograph: (KANAK NEWS)

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ଓଡ଼ିଶାର କଳାକୃତି ନେଇ ଏକ ସ୍ବତନ୍ତ୍ର ସ୍ଥାନ ରହିଥିବା ଆମେ ଦେଖିଛେ । ସେଥିପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଆ ପିଲାଙ୍କଠାରୁ ଉପହାର ଗ୍ରହଣ କରିବା ପରେ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି । ଏପରିକି ସେ ଉହାରରେ ଥିବା ଚିତ୍ରକଳାର ଢେର୍ ପ୍ରଶଂସା ମଧ୍ୟ କରିଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇବା ପରେ ପିଲା ଖୁସି କହିଲେ ନସରେ । 

କଫ୍ ସିରପ୍ ପାଇଁ ଆକ୍ସନ ମୋଡରେ କେନ୍ଦ୍ର, ଖୁବଶୀଘ୍ର ଔଷଧ ନେଇ ମୋଦୀ ସରକାର ଆଣିବେ ନୂଆ ଆଇନ...

ସୁନ୍ଦରଗଡ଼ କୌଶଳବିକାଶ ତାଲିମକେନ୍ଦ୍ର ‘ନିୟମ’ରେ ପହଞ୍ଚିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଏହି ଚିଠି । ସେପ୍ଟେମ୍ବର ୨୭ରେ ଝାରସୁଗୁଡ଼ା ଗସ୍ତରେ ଯେବେ ପ୍ରଧାନମନ୍ତ୍ରୀ ମୋଦୀ ଆସିଥିଲେ ସେତେବେଳେ ମୋଦୀଙ୍କୁ କିଛି ଉପହାର ଦେବାକୁ ତାଲିମକେନ୍ଦ୍ର ପିଲାମାନେ ମନସ୍ତ କରିଥିଲେ  ।  ତାଲିମଦାତା ଦୀପିକା ଶତପ‌ଥୀଙ୍କ ନେତୃତ୍ବରେ ଛାତ୍ରୀମାନେ ରେଶମ ସୂତାରେ ଜଗନ୍ନାଥଙ୍କ ପ୍ରତିକୃତି ପ୍ରସ୍ତୁତ କରିଥିଲେ । ଆଉ ମୋଦୀଙ୍କ ସଭାରେ ସାମିଲ ହୋଇ ମୋଦୀଙ୍କୁ ସେହି ହସ୍ତଶିଳ୍ପ ଉପହାର ଦେବାକୁ ହାତ ଉଠାଇଥିଲେ । ଫଟୋ ପଛପଟେ ଠିକଣା ଲେଖିଦେବାକୁ ଅନୁରୋଧ କରିଥିଲେ ମୋଦୀ । ଆଉ ଏବେ ମୋଦୀ ପଠାଇଛନ୍ତି ପ୍ରଶଂସାର ଚିଠି । 

ସେପଟେ ଓଡ଼ିଶାର ନାରୀହାତର କଳା ଆହୁରି ଆକର୍ଷଣୀୟ, ଏଭଳି ନାରୀଶକ୍ତିର ନେତୃତ୍ବ ହିଁ ସଶକ୍ତ ବିକଶିତ ଭାରତ ଗଢ଼ିବାରେ ସହାୟକ ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଏଭଳି ଚିତ୍ତାକର୍ଷକ ହସ୍ତଶିଳ୍ପ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe