କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ଓଡ଼ିଶାର କଳାକୃତି ନେଇ ଏକ ସ୍ବତନ୍ତ୍ର ସ୍ଥାନ ରହିଥିବା ଆମେ ଦେଖିଛେ । ସେଥିପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଆ ପିଲାଙ୍କଠାରୁ ଉପହାର ଗ୍ରହଣ କରିବା ପରେ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି । ଏପରିକି ସେ ଉହାରରେ ଥିବା ଚିତ୍ରକଳାର ଢେର୍ ପ୍ରଶଂସା ମଧ୍ୟ କରିଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇବା ପରେ ପିଲା ଖୁସି କହିଲେ ନସରେ ।
କଫ୍ ସିରପ୍ ପାଇଁ ଆକ୍ସନ ମୋଡରେ କେନ୍ଦ୍ର, ଖୁବଶୀଘ୍ର ଔଷଧ ନେଇ ମୋଦୀ ସରକାର ଆଣିବେ ନୂଆ ଆଇନ...
ସୁନ୍ଦରଗଡ଼ କୌଶଳବିକାଶ ତାଲିମକେନ୍ଦ୍ର ‘ନିୟମ’ରେ ପହଞ୍ଚିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଏହି ଚିଠି । ସେପ୍ଟେମ୍ବର ୨୭ରେ ଝାରସୁଗୁଡ଼ା ଗସ୍ତରେ ଯେବେ ପ୍ରଧାନମନ୍ତ୍ରୀ ମୋଦୀ ଆସିଥିଲେ ସେତେବେଳେ ମୋଦୀଙ୍କୁ କିଛି ଉପହାର ଦେବାକୁ ତାଲିମକେନ୍ଦ୍ର ପିଲାମାନେ ମନସ୍ତ କରିଥିଲେ । ତାଲିମଦାତା ଦୀପିକା ଶତପଥୀଙ୍କ ନେତୃତ୍ବରେ ଛାତ୍ରୀମାନେ ରେଶମ ସୂତାରେ ଜଗନ୍ନାଥଙ୍କ ପ୍ରତିକୃତି ପ୍ରସ୍ତୁତ କରିଥିଲେ । ଆଉ ମୋଦୀଙ୍କ ସଭାରେ ସାମିଲ ହୋଇ ମୋଦୀଙ୍କୁ ସେହି ହସ୍ତଶିଳ୍ପ ଉପହାର ଦେବାକୁ ହାତ ଉଠାଇଥିଲେ । ଫଟୋ ପଛପଟେ ଠିକଣା ଲେଖିଦେବାକୁ ଅନୁରୋଧ କରିଥିଲେ ମୋଦୀ । ଆଉ ଏବେ ମୋଦୀ ପଠାଇଛନ୍ତି ପ୍ରଶଂସାର ଚିଠି ।
ସେପଟେ ଓଡ଼ିଶାର ନାରୀହାତର କଳା ଆହୁରି ଆକର୍ଷଣୀୟ, ଏଭଳି ନାରୀଶକ୍ତିର ନେତୃତ୍ବ ହିଁ ସଶକ୍ତ ବିକଶିତ ଭାରତ ଗଢ଼ିବାରେ ସହାୟକ ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଏଭଳି ଚିତ୍ତାକର୍ଷକ ହସ୍ତଶିଳ୍ପ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/20/25-2025-10-20-18-48-50.jpg)