ମରୁଡ଼ି ଗ୍ରସ୍ତ ଅଞ୍ଚଳ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ! ସ୍କୁଲ, କଲେଜ ପିଲାଙ୍କ ଟ୍ୟୁସନ ଓ ପରୀକ୍ଷା ଫି ସଂପୂର୍ଣ୍ଣ ଛାଡ଼

49

କନକ ବ୍ୟୁରୋ : ମରୁଡ଼ି ଗ୍ରସ୍ତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଫ୍ୟାକେଜ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ଟି ଜିଲ୍ଲା ପାଇଁ ଘୋଷଣା ହେଲା ମରୁଡ଼ି ପ୍ୟାକେଜ୍ । ୧୫ଟି ଜିଲ୍ଲାର ୭୦ଟି ବ୍ଲକ ପାଇଁ ମରୁଡ଼ି ପ୍ୟାକେଜ୍ ଘୋଷଣା କରେ ମୁଖ୍ୟମନ୍ତ୍ରୀ । ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଜଳକର ଆଦାୟ ସଂପୂର୍ଣ୍ଣ ଛାଡ଼ ହେବ । ଏହି ସ୍ୱତନ୍ତ୍ର ଫ୍ୟାକେଜ ହିସାବରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ସହାୟତା ମିଳିବ । ମରୁଡ଼ିରେ ୩୩% ତଥା ତା’ଠାରୁ ଅଧିକ ଫସଲହାନୀ ହୋଇଥିଲେ ଚାଷୀଙ୍କୁ ହେକ୍ଟର ପିଛା ଇନପୁଟ୍ ସବସିଡି ପ୍ରଦାନ କରାଯିବ । ବର୍ଷାଜଳ ଉପରେ ଓ ଅଣଜଳସେଚିତ ଜଳ ଉପରେ ନିର୍ଭଳଶୀଳ ଚାଷୀଙ୍କ ପାଇଁ ୬,୮୦୦ ଏବଂ ଯେଉଁଠି ଜଳସେଚନ ସୁବିଧା ରହିଛି ସେଠାରେ ଛାଷୀଙ୍କୁ ପ୍ରତି ହେକ୍ଟର ପିଛା ୧୩,୫୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ।

ମରୁଡ଼ି ଯୋଗୁଁ ନଷ୍ଟ ହୋଇଯାଇଥିବାରୁ ଚାଷୀମାନଙ୍କୁ ରବି ଫସଲ ପାଇଁ ଆର୍ଥିକ ସହାୟତା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ମରୁଡ଼ି ପ୍ରଭାବିତ ଅଂଚଳରେ ୧,୨୫ ଲକ୍ଷ ପଲସ ମିନିକିଟ୍ , ୦.୫ ଲକ୍ଷ ଅଏଲ ସିନ ଓ ୦.୨୫ ଲକ୍ଷ ଭେିଜିଟେବଲ ମିନିକିଟ୍ ଚାଷୀଙ୍କୁ ଯୋଗାଇ ଦିଆଯିବ । ସେହିପରି ଫସଲ ହାନୀ ଯୋଗୁଁ ଗ୍ରାମାଞ୍ଚଳର ଚାଷୀମାନେ ଗାଁ ସାହୁକାର ଓ ସୁଧ ବେପାରିଙ୍କ ଦ୍ୱାରା ଶୋଷଣର ଶିକାର ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ଏମାନଙ୍କ ଉପରେ କଡ଼ା ନଜର ରଖିବା ସହିତ ପୁଲିସ ଅପରାଧିକ ମାମଲା ରୁଜୁ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।  ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ଅଂଚଳରେ ୫୦୦୦ ପମ୍ପ ଓ ୫୦ ପ୍ରତିଶତ ସବସିଡ଼ି ଉପଲବ୍ଧ କରାଯିବ । ଏହା ବ୍ୟତୀତ ଜମିହୀନ, କ୍ଷୁଦ୍ର ଚାଷୀ ଓ ନାମ ମାତ୍ରଚାଷୀଙ୍କୁ ରାଜ୍ୟ ସରକାର ଗୋ ପାଳନ କରିବା ପାଇଁ ସହାୟତା ମଧ୍ୟ ଯୋଗଇବ । ସ୍କୁଲ, କଲେଜ ପିଲାଙ୍କ ଟ୍ୟୁସନ ଓ ପରୀକ୍ଷା ଫି ସଂପୂର୍ଣ୍ଣ ଛାଡ଼ ହେବ ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।