ଧୂର୍ତ୍ତ ବ୍ୟକ୍ତି : ଏଫିଲ୍ ଟାୱାରକୁ ବିକିଥିଲେ ଦୁଇଥର !

17

lostingପ୍ୟାରିସ ସହରର ଏଫିଲ୍ ଟାୱାର । ଯାହା ବିଶ୍ୱ ବିଖ୍ୟାତ । ଫ୍ରାନ୍ସର ଏହା ଏକ ଆକର୍ଷଣୀୟ ପ୍ରତୀକ । ୧୯୨୫ ମସିହା ମେ’ମାସରେ ଏଫିଲ୍ ଟାୱାରର ଅବସ୍ଥା ଖରାପ ହେବାର ସୂଚନା ସାର୍ବଜନୀନ କରାଯାଇଥିଲା । ଏହାର ସୁଯୋଗ ନେଇଥିଲେ ଜଣେ ଭିକ୍ଟର ଲଷ୍ଟିଙ୍ଗ୍ ନାମକ ବ୍ୟକ୍ତି ।

ନିଜକୁ ଜଣେ ସରକାରୀ ଅଧିକାରୀ କହି ଏକ ଚତୁରତାର ଖେଳ ଖେଳିଥିଲେ । ଜଣେ କବାଡି ଡିଲରଙ୍କୁ ଏହି ଏଫିଲ୍ ଟାୱାରକୁ ବିକ୍ରି କରିଥିଲେ । ସବୁଠୁ ଅଧିକ ଦର ଲଗେଇଥିବା ବ୍ୟକ୍ତିକୁ ଏହି ଟାୱାରକୁ ବିକ୍ରିକରି ରାତାରାତି ଫେରାର୍ ହୋଇଗଲେ ଏବଂ ୬ ମାସ ପରେ ପୁଣି ଫେରିଲେ । ପୂର୍ବପରି ସେମିତି ଆଉ କାହାକୁ ଠଳିବାକୁ ଆରମ୍ଭ କଲେ ଅଭିଯାନ । ଆଉଥରେ ମଧ୍ୟ ଏଫିଲ୍ ଟାୱାରକୁ ବିକ୍ରିକରି ଟଙ୍କା ଆଣିଥିଲେ । ଏହା ଜଣାପଡିବା ପରେ ଖୁବ୍ ଚର୍ଚ୍ଚାରେ ଥିଲେ ଏହି ଧୂର୍ତ୍ତ ବ୍ୟକ୍ତି ଲଷ୍ଟିଙ୍ଗ୍ ।

ଏହାସହ ମଧ୍ୟ ପଢନ୍ତୁ- ସଂଘର୍ଷ ଦେଇଛି ସଫଳତା : ଖବର କାଗଜ ବିକ୍ରିକରି କଂପାନୀର ମାଲିକ