ସଂଘର୍ଷ ଦେଇଛି ସଫଳତା : ଖବର କାଗଜ ବିକ୍ରିକରି କଂପାନୀର ମାଲିକ

53

IMG_7544ଦୃଢ ଇଚ୍ଛା ଶକ୍ତି ଓ ମନୋବଳ ଥିଲେ ଜଣେ ନିଶ୍ଚୟ ତାର ଲକ୍ଷ୍ୟ ସ୍ଥଳୀରେ ପହଁଚିପାରେ । ଜଣେ ଅତି ନିମ୍ନ ସ୍ତରରୁ ଉଚ୍ଚ ସ୍ତରକୁ ଉଠିପାରେ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ।

ନିକଟରେ ବିଶ୍ୱ ଅର୍ଥନୈତିକ ଫୋରମରେ ଗ୍ଲୋବାଲ ଲିଡର୍ସ ତାଲିକାରେ ସାମିଲ ହୋଇଥିଲେ ଭାରତର ଜଣେ ଶିଳ୍ପପତି ଅମ୍ବରିଶ ମିତ୍ରା । ଏହି ସ୍ଥାନରେ ପହଁଚିବାକୁ ମିତ୍ରାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡିଛି । ଘର ଛାଡି ଏକ ବସ୍ତିରେ ରହି ବିକ୍ରି କରିଛନ୍ତି ମିତ୍ରା । ଏବେ ସେ ୧୦ ହଜାର କୋଟି ଟଙ୍କାର କଂପାନୀ ‘ଦ୍ୱିପର’ର ମାଲିକ ।

ଭିଜୁଆଲ ଡିସ୍କଭରି ଆପ୍ ‘ବ୍ଲିପର’ ର ମାଲିକ ଅମ୍ବରିଶଙ୍କର ପାଠ ପଢାରେ ମନ ଲାଗୁନଥିଲା । ସେ ଘର ଛାଡି ଦିଲ୍ଲୀର ଏକ ବସ୍ତିରେ ରହିଲେ । ପେଟ ପୋଷିବା ପାଇଂ ଖବର କାଜଗ ଓ ମାଗାଜିନ ବିକ୍ରିକଲେ । ଭାଗ୍ୟଦେବୀ ପ୍ରସନ୍ନ ହେବାଭଳି ,ଥରେ ସେ ଏକ ଖବରକାଗଜରୁ ବିଜ୍ଞାପନ ଦେଖିଲେ । ସେଥିରେ ବିଜିନେସର ତରିକା ବା ପ୍ରଣାଳୀ ବିଷୟରେ ନିଜର ମତ ମଗାଯାଇଥିଲା । ଅମ୍ବରିଶ ମହିଳାଙ୍କୁ ଇଂଟରନେଟ ସେବା ଯୋଗାଇବା ନେଇ ନିଜର ଆଇଡିଆ ଦେଇ ୫ଲକ୍ଷ ପୁରସ୍କାର ରାଶି ଜିତିଥିଲେ । ଏହି ଟଙ୍କା ହିଁ ତାଙ୍କ ଜୀବନର ଗତିକୁ ନୂଆ ଦିଗ ଦେଲା । ସେ ଏହି ଅର୍ଥରେ ଏକ କଂପାନୀ ପ୍ରତିଷ୍ଠା କଲେ । ଏହା ଭଲରେ ଚାଲିନଥିଲା । ଏହାପରେ ଲଣ୍ଡନ ଯାଇଥିଲେ । ୨୦୧୧ରେ ସେଠାରେ ସେ ‘ବ୍ଲିପର’ନାମକ ଏକ ଆପ୍ ପ୍ରସ୍ତୁତ କରିଥିଲେ । ‘ବ୍ଲିପର’ ଏବେ ୧୦ହଜାର କୋଟି ଟଙ୍କାର କଂପାନୀ ।

ଏହାସହ ମଧ୍ୟ ପଢନ୍ତୁ – ଦିନରେ ବି ଜଳିବ ଗାଡି ହେଡଲାଇଟ୍ ! ଦୁର୍ଘଟଣା ରୋକିବାକୁ ସରକାରଙ୍କ ନୂଆ ନିୟମ