ସ୍ମାର୍ଟଫୋନରେ ମେମୋରୀ ଫୁଲକୁ ନେଇ ଚିନ୍ତିତ କି? କେମିତି ଆପେ ଆପେ ଡିଲିଟ୍ ହେବ ଅଦରକାରୀ ଫଟୋ ,ଜାଣନ୍ତୁ ତରିକା

Advertisment
ସ୍ମାର୍ଟଫୋନରେ ମେମୋରୀ ଫୁଲକୁ ନେଇ ଚିନ୍ତିତ କି? କେମିତି ଆପେ ଆପେ ଡିଲିଟ୍ ହେବ ଅଦରକାରୀ ଫଟୋ ,ଜାଣନ୍ତୁ ତରିକା

https://cdn2.pcadvisor.co.uk

C3DFA0GXAAASaodଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ଏବେ ସ୍ମାର୍ଟଫୋନ । ଆଉ ସ୍ମାର୍ଟଫୋନର ମେମୋରୀ ଶୀଘ୍ର ଫୁଲ୍ ହୋଇଯିବା ସମସ୍ତଙ୍କର ସେହି ଗୋଟିଏ ସମସ୍ୟା । ଯାହା ଦ୍ୱାରା ଫୋନ ସ୍ଲୋ ହୋଇଯାଏ । ପ୍ରତିଦିନ ହ୍ୱାଟସଆପ୍ ଦ୍ୱାରା ଭିଡିଓ ଓ ଫଟୋଗୁଡିକ ଆସି ଫୋନର ଇଣ୍ଟରନାଲ ମେମୋରୀରେ ଭର୍ତ୍ତି ହୋଇଯାଏ । କାର୍ଯ୍ୟ ବ୍ୟସ୍ତତା ଭିତରେ ଏହାକୁ ଡିଲିଟ୍ ନକଲେ ଏହା ଅସୁବିଧାରେ ପକାଏ । ଏଣୁ କେମିତି ଆପଣାଛାଏଁ ଏହି ଅଦରକାରୀ ଫଟୋ ଓ ଭିଡିଓ ସବୁକୁ ଫୋନରୁ ଦୂର କରିବେ, ଜାଣନ୍ତୁ ଏହାର ଉପାୟ ।

sift-magic-cleaner-whatsapp<2>ଏଥିପାଇଁ ଆପଣକୁ ସାହାଯ୍ୟ କରିବ ସିଫ୍ଟଆର୍ ମ୍ୟାଜିକ୍ କ୍ଲିନର ଆପ୍ । ଏହା ଆଣ୍ଡ୍ରଏଡରେ କାମ କରୁଥିବା ଏକ ଆପ୍ । ଯାହା ହ୍ୱାଟସଆପରେ ଫୋନକୁ ଆସୁଥିବା ଅଦରକାରୀ ଫଟୋ ଓ ଭିଡିଓ ସବୁକୁ ସର୍ଚ୍ଚ କରି ଡିଲିଟ୍ କରିଦିଏ । ଏହି ଆପ୍ ସହଜରେ ଗୁଗୁଲ ପ୍ଲେ ଷ୍ଟୋରରେ ମିଳିଯାଏ । ଫଟୋରେ ଦିଆଯାଇଥିବା ଲେଖା ଆଧାରରେ ଏହି ଆପ୍ ଫଟୋ ଓ ଭିଡିଓକୁ ଚିହ୍ନଟ କରିଥାଏ ଏବଂ ସେହି ଅନୁସାରେ ଡିଲିଟ କରେ ।
କେମିତି ଏହି ଆପକୁ ଇନଷ୍ଟାଲ କରିବେ ?
୧ - ପ୍ରଥମେ ଆପଣଙ୍କ ଫୋନରେ ଏହି ସିଫ୍ଟଆର୍ ମ୍ୟାଜିକ୍ କ୍ଲିନର ଆପକୁ ଡାଉନଲୋଡ୍ କରି ଇଂଷ୍ଟାଲ୍ କରନ୍ତୁ ।
୨ – ଏହି ଆପକୁ ଫୋନ୍ ଗ୍ୟାଲେରୀରେ ଆକ୍ସେସ୍ କରନ୍ତୁ । ଏହାସହ ଅନ୍ୟ ଫାଇଲକୁ ବି ଆକ୍ସେସ୍ କରିବାକୁ ଆଲାଓ ଅପସନରେ କ୍ଲିକ୍ କରନ୍ତୁ ।
୩ – ଏହି ଆପର ତଳେ ଦିଆଯାଇଥିବା ଆଇକନରେ କ୍ଲିକ୍ କରିବାକୁ ହେବ । ଏହାପରେ ଏହା ଫୋନରେ ସେଭ୍ ହୋଇଥିବା ଫଟୋକୁ ସ୍କାନ କରିବା ଆରମ୍ଭ କରିବ ।
୪ – ଏହାପରେ ଆପଟି ନିଜ ହିସାବରେ ଜଙ୍କ ଫଟୋ (ଅଦରକାରୀ ଫଟୋ)ଗୁଡିକୁ ତଳେ ଦେଖାଇଦେବ । ଯଦି ଆପଣ ଏସବୁ ଜଙ୍କ ଫଟୋଗୁଡିକୁ ଡିଲିଟ୍ କରିବାକୁ ଚାହୁଁଥାନ୍ତି, ଡିଲିଟ୍ ବଟନରେ କ୍ଲିକ୍ କରିବେ । ଯେଉଁ ଫଟୋଗୁଡିକୁ ରଖିବାକୁ ଚାହୁଁଥାନ୍ତି ସେଗୁଡିକ ଉପରୁ ଟିକ୍ ମାର୍କ ଉଠାଇଦେବେ ।

ଏହାସହ ମଧ୍ୟ ପଢନ୍ତୁ -ୟୁଟ୍ୟୁବ୍ ଭଳି ଫେସବୁକରେ ଭିଡିଓ ଅପଲୋଡ୍ କରି କମାଇପାରିବେ ପଇସା! ଜାଣନ୍ତୁ କେମିତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe